‘ଓଟିଭି’ ମିନି ମାରାଥନ୍‌ ପରେ ଆୟୋଜିତ କାର୍ଯ୍ୟକ୍ରମର କିଛି ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

‘ଓଟିଭି’ ମିନି ମାରାଥନ୍‌ ପରେ ଆୟୋଜିତ କାର୍ଯ୍ୟକ୍ରମର କିଛି ଫଟୋ

1otv

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ ‘ଓଟିଭି’ ପକ୍ଷରୁ ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା। ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଥିଲା ଏହାର ଲକ୍ଷ୍ୟ। ‘ଓଟିଭି’ ୨୦୦୯ ମସିହାରୁ ଏହି ମିନି ମାରାଥନ୍‌ର ଆୟୋଜନ କରି ଆସୁଛି। ସବୁ ବର୍ଷ ଭଳି ଆଜି ବି ଏହି ମିନି ମାରାଥନ୍‌ରେ ହଜାର ହଜାର ଲୋକ ସାମିଲ ହୋଇଥିଲେ।  ଭୁବନେଶ୍ୱର ସ୍ଥିତ  ଓଏସ୍‌ଏପି ସପ୍ତମ ବାଟାଲିୟନ୍‌ରୁ ଏହି ମିନି ମାରାଥନ୍‌ ଆରମ୍ଭ ହୋଇ ସେଠାରେ ଶେଷ ହୋଇଥିଲା।

ମିନି ମାରାଥନ୍ ପରେ ସେଠାରେ ଏକ ମ୍ୟୁଜିକାଲ୍ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ତା’ପୂର୍ବରୁ ଉପସ୍ଥିତ ଅତିଥିମାନେ ସଚେତନତା ବାର୍ତ୍ତା ଦେଇଥିଲେ। ଓଟିଭିର କୋ ଫାଉଣ୍ଡର ତଥା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ଡକ୍ଟର ଗୀତାଞ୍ଜଳି ବି, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ସହିତ ସିନେ ସେଲିବ୍ରିଟି ଏଲିନା, ଅନୁ ଚୌଧରୀ, ବିଦୁସ୍ମିତା, ତମନ୍ନା, ଶିବାନୀ ଓ ବିଷ୍ଣୁ ମୋହନ କବି ପ୍ରମୁଖ ଯୋଗ ଦେଇ ସଚେତନତା ବାର୍ତ୍ତା ଦେଇଥିଲେ। ଏଠାରେ ଦେଖନ୍ତୁ ଏହି କାର୍ଯ୍ୟକ୍ରମର କିଛି ଫଟୋ।

3otv6otv70tv8th0tv9thotv10thotvmarathon2otv5otv



from Odisha Reporter https://ift.tt/2FSFXld

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages