ମୁମ୍ବାଇ ଫେରିଲେ ଦୀପ୍‌ଭୀର୍‌, ଦେଖନ୍ତୁ ସେମାନଙ୍କ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ମୁମ୍ବାଇ ଫେରିଲେ ଦୀପ୍‌ଭୀର୍‌, ଦେଖନ୍ତୁ ସେମାନଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ର ବାଜିରାଓ-ମସ୍ତାନୀ ଦୀପିକା ଓ ରଣଭୀର ରବିବାର ସକାଳେ ମୁମ୍ବାଇ ଫେରିଛନ୍ତି। ତାଙ୍କୁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଦୁହେଁ ସକାଳ ୮ଟାରେ ବିମାନରୁ ଓହ୍ଲାଇବାର ଥିଲା। କିନ୍ତୁ ଫ୍ୟାନ୍‌ମାନେ ଏହି ନବ ବିବାହିତ ସେଲିବ୍ରିଟି ଦମ୍ପତିଙ୍କୁ ଦେଖିବାକୁ ଉତ୍ସାହି ହୋଇ ସକାଳ ୬ଟାରୁ ଭିଡ଼ ଜମେଇ ବସିଥିଲେ।

ଉଭୟେ ଏୟାରପୋର୍ଟ୍‌ରୁ ବାହାରକୁ ବାହାରିବା କ୍ଷଣି ତାଙ୍କୁ ଦେଖିବାକୁ ଫ୍ୟାନ୍‌ଙ୍କ କ୍ରେଜ୍‌ କହିଲେ ନସରେ। ଉତ୍କଣ୍ଠା ଦେଖି ଦୀପ୍‌ଭୀର୍‌ ବି ଖୁବ୍‌ ଖୁସି ହୋଇଥିଲେ। ଫ୍ୟାନ୍‌ମାନଙ୍କ ସହ ହାତ ମିଳେଇବା ସହ ସେମାନଙ୍କ ସହ ଫଟୋ ବି ଉଠାଇଥିଲେ।

ଏୟାରପୋର୍ଟ ଭିତରେ ଏକ ସିଲ୍କ୍‌ କୁର୍ତ୍ତାରେ ଦୀପିକା ଖୁବ୍‌ ସାଧାରଣ ଦଶୁଥିଲେ। ମଥାରେ ସିନ୍ଦୁର, ହାତରେ ଚୁଡ଼ି, ବେକରେ ମଙ୍ଗଳ ସୂତ୍ର ତାଙ୍କ ସୌନ୍ଦର୍ଯ୍ୟର ଶୋଭାକୁ ଆହୁରି ଦ୍ୱିଗୁଣିତ କରୁଥିଲା। କିନ୍ତୁ ସେ ବାହାରକୁ ବାହାରିବା ପରେ ସିଲ୍କ୍‌ କୁର୍ତ୍ତା ସହ ନାଲି ଓଢଣୀଟିଏ ମୁଣ୍ଡରେ ଢାଙ୍କିବା ପରେ ଫ୍ୟାନ୍‌ମାନେ ଖୁବ୍ ଖୁସି ହୋଇଯାଇଥିଲେ।

ଏବେ ସେମାନଙ୍କ ରିସେପ୍‌ସନ୍‌ ପାର୍ଟିକୁ ଅପେକ୍ଷା…



from Odisha Reporter https://ift.tt/2OQ7qTM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages