
ଅମୃତସର: ଆତଙ୍କବାଦୀ ଜାକିର ମୁସା ଓ ତାର ସାଥୀମାନେ କୌଣସି ବଡ଼ ଧରଣର ଘଟଣା ଘଟାଇବାର ଆଶଙ୍କା ଥିବାରୁ ପଞ୍ଜାବର ଅମୃତସରରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ରବିବାର ଏହା ପାଖ ଏକ ଗାଁରେ ବଡ଼ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।
ଅମୃତସର ନିକଟସ୍ଥ ରାଜାସାନ୍ସୀ ଗାଁରେ ନିରଙ୍କାରୀ ଭବନ ଉପରେ ଏହି ବିସ୍ଫୋରଣ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁଇ ଜଣ ବ୍ୟକ୍ତି ବାଇକ୍ରେ ଆସି ବୋମା ଫିଙ୍ଗି ଚାଲି ଯାଇଥିଲେ।
ରାଜାସାନ୍ସୀ ଗାଁଟି ପାକିସ୍ତାନ ସୀମାକୁ ଲାଗି ରହିଛି।
ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଇଜି (ସୀମା) ସୁରିନ୍ଦର ପାଲ୍ ସିଂହ ପରମାର ସ୍ପଷ୍ଟ କରିଛନ୍ତି। ୧୦ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ସେ କହିଛନ୍ତି।
ଆଇଜି କହିଛନ୍ତି ଯେ ନିରଙ୍କାରୀ ଭବନ ଉପରେ ଗ୍ରେନେଡ୍ ଫିଙ୍ଗା ଯାଇଥିବା ଆଶଙ୍କା କରାଯାଉଛି।
ରବିବାର ଦିନ ନିରଙ୍କାରୀ ଭବନକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସନ୍ତି। ଏଣୁ ଆକ୍ରମଣକାରୀମାନେ ଏହି ବିସ୍ଫୋରଣ କରିଥିବା କୁହାଯାଉଛି।
ପୁଲିସ୍ ପୂରା ଅଞ୍ଚଳକୁ ଘେରି ଖୋଳତାଡ଼ ଜାରି ରଖିଛି।
ଏହି ବିସ୍ଫୋରଣ ପରେ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ନୋଏଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।
ଆହୁରି ପଢ଼ନ୍ତୁ- ପଞ୍ଜାବରେ ପଶିଛି ଆତଙ୍କୀଙ୍କ ସର୍ଦ୍ଦାର ମୁସା, ପୁଲିସ୍ ଜାରି କଲା ୱାଣ୍ଟେଡ୍ ପୋଷ୍ଟର
from Odisha Reporter https://ift.tt/2TnCi1p
No comments:
Post a Comment