ଉତ୍ତର ପ୍ରଦେଶ ୪୩୭ରେ ଅଲଆଉଟ୍‌, ପରାଜୟ ଦ୍ୱାରଦେଶରେ ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଉତ୍ତର ପ୍ରଦେଶ ୪୩୭ରେ ଅଲଆଉଟ୍‌, ପରାଜୟ ଦ୍ୱାରଦେଶରେ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ପ୍ରଦେଶ ବିପକ୍ଷ ରଣଜୀ ଏଲିଟ୍‌ ଗ୍ରୁପ୍‌ ମ୍ୟାଚ୍‌ରେ ଘରୋଇ ଓଡ଼ିଶା ପରାଜୟର ନିକଟତର ହୋଇଛି।

କିଟ୍ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ତା’ର ପ୍ରଥମ ଇନିଂସ୍‌ରେ ୨୫୬ ରନ୍ କରିଥିବା ବେଳେ ଏହାର ଜବାବରେ ଉତ୍ତର ପ୍ରଦେଶ ପ୍ରଥମ ଇନିଂସ୍‌ରେ ୪୩୭ ରନ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଭ୍ରମଣକାରୀ ଦଳ ପ୍ରଥମ ଇନିଂସ୍‌ରେ ଗୁରୁତ୍ୱପୂର୍ଣ୍ଣ ୧୮୧ ରନ୍ର ଅଗ୍ରଣୀ ହାସଲ କରିଛି।

ଓଡ଼ିଶା ତା’ର ଦ୍ୱିତୀୟ ଇନିଂସ୍‌ ଆଜି ଆରମ୍ଭ କରିଥିଲେ ହେଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ମାତ୍ର ୧୮୦ ରନ୍‌ରେ ୭ଟି ୱିକେଟ୍‌ ହରାଇଛି। ଓଡ଼ିଶା ଏବେ ଇନିଂସ୍ ପରାଜୟ ଏଡ଼ାଇବା ପାଇଁ ମାତ୍ର ୧ ରନ୍ ଆବଶ୍ୟକ କରୁଥିବା ବେଳେ ହାତରେ ମାତ୍ର ୩ ୱିକେଟ୍ ବାକି ରହିଛି । ଏପରି ସ୍ଥିତିରେ ବଡ଼ ଅଗ୍ରଣୀ ହାସଲ କରିବା ତ ଏକ ପ୍ରକାର ଅସମ୍ଭବ। ସେପଟେ ମ୍ୟାଚ୍‌ ବଞ୍ଚାଇବା ଦଳ ପାଇଁ ମଧ୍ୟ କାଠିକର ପାଠ ହୋଇଛି।

ଆସନ୍ତାକାଲି ମ୍ୟାଚ୍‌ର ଅନ୍ତିମ ଦିବସ। ତୃତୀୟ ଦିବସର ଖେଳ ଶେଷ ବେଳକୁ ଶାନ୍ତନୁ ମିଶ୍ର ୧୯ ରନ୍ କରି ଅପରାଜିତ ରହିଛନ୍ତି।

ଉତ୍ତର ପ୍ରଦେଶର ପ୍ରଥମ ଇନିଂସ୍‌

ପ୍ରଦେଶ ବୁଧବାର ତା’ର ପୂର୍ବଦିନର ସ୍କୋର ୩୬୧/୬ରୁ ଆଜି ଖେଳ ଆରମ୍ଭ କରିଥିଲା। ତେବେ ଇନିଂସ ଆରମ୍ଭରୁ ବସନ୍ତ ମହାନ୍ତି ସୌରଭ କୁମାର (୧୦)ଙ୍କୁ ବୋଲ୍ଡ କରିଦେଇଥିଲେ। ଏହାପରେ ଗତକାଲି ୧୫୧ ରନ୍‌ କରି ଅପରାଜିତ ଥିବା ଅକ୍ଷଦୀପ ନାଥଙ୍କୁ ରାଜେଶ ମହାନ୍ତି ଆଉଟ୍ କରି ଓଡ଼ିଶାକୁ ବଡ଼ ସଫଳତା ଦେଇଥିଲେ। ଅକ୍ଷଦୀପ ୨୮୨ ବଲ୍‌ରେ ୨୩ ଚୌକା ଓ ୧ ଛକା ସହ ୧୫୯ ରନ୍ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ଅଙ୍କିତ ରାଜପୁତ ମାତ୍ର ୧ ରନ୍ କରି ବସନ୍ତଙ୍କ ଶିକାର ହୋଇଥିଲେ।

ତେବେ ଶେଷ ୱିକେଟ୍ ପାଇଁ ଦୁଇ ଟେଲ ଏଣ୍ଡର ଶିବମ ମାଭି ଓ ୟଶ ଦୟାଲ ବୋଲିଂ ଭଳି ବ୍ୟାଟିଂରେ ମଧ୍ୟ କମାଲ କରିଥିଲେ। ଉଭୟ ୫୭ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୪୦୦ ରନ୍‌ ପାର୍‌ କରାଇଥିଲେ। ଶିବମ ୩୪ ରନ୍ କରି ବସନ୍ତଙ୍କ ୫ମ ଶିକାର ବନିଥିଲେ। କିନ୍ତୁ ୟଶ ଶେଷ ପର୍ଯ୍ୟନ୍ତ ୨୫ ରନ୍ କରି ଅପରାଜିତ ରହିଥିଲେ।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୬୨ ରନ୍ ଦେଇ ସର୍ବାଧିକ ୬ଟି ୱିକେଟ୍ ନେଇଥିବା ବେଳେ ରାଜେଶ ମହାନ୍ତି ୨ଟି, ଦେବବ୍ରତ ପ୍ରଧାନ ଓ ବିପ୍ଳବ ସାମନ୍ତରାୟ ଗୋଟିଏ ଲେଖାଏ ୱିକେଟ୍ ଦଖଲ କରିଛନ୍ତି।

ନିଜର ୮୪ତମ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳୁଥିବା ବସନ୍ତ ୧୮ଥର ପାଇଁ ୫ରୁ ଅଧିକ ୱିକେଟ୍ ନେଇଛନ୍ତି ।

ଓଡ଼ିଶାର ଦ୍ୱିତୀୟ ଇନିଂସ୍‌

ପ୍ରଥମ ଇନିଂସ୍‌ରେ ୧୮୧ ରନ୍‌ରେ ପଛୁଆ ଥିବା ଓଡ଼ିଶା ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ପ୍ରାରମ୍ଭିବ ଝଟ୍‌କା ପାଇଥିଲା। ଦଳୀୟ ସ୍କୋର ୩୩ଟି ଥିବା ଓପନର ଅନୁରାଗ ଷଡ଼ଙ୍ଗୀ ମାତ୍ର ୯ ରନ୍ କରି ଅଙ୍କିତ ରାଜପୁତଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହାପରେ ଅନ୍ୟତମ ଓପନର୍‌ ସନ୍ଦୀପ ପଟ୍ଟନାୟକ ଓ ଗୋବିନ୍ଦ ପୋଦ୍ଦାର ଦ୍ୱିତୀୟ ୱିକେଟ୍ ପାଇଁ ୪୧ ରନ୍ ଯୋଡ଼ି ଥିଲେ ହେଁ ବଡ଼ ଭାଗୀଦାରି କରିବାରେ ବିଫଳ ହୋଇଥିଲେ। ଦୁହିଁଙ୍କୁ ଭ୍ରମଣକାରୀ ଦଳର ଶିବମ ମାଭି ଆଉଟ୍ କରି ଓଡ଼ିଶାକୁ ବ୍ୟାକ୍‌ଫୁଟ୍‌କୁ ଠେଲିଦେଇଥିଲେ।

ସନ୍ଦୀପ ୪୬ ଓ ଗୋବିନ୍ଦ ୨୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଶୁଭ୍ରାଂଶୁ ସେନାପତି(୪୨)ଙ୍କୁ ୟଶ ଦୟାଲ ଆଉଟ୍‌ କରିଥିବା ବେଳେ ଅଧିନାୟକ ବିପ୍ଳବ ସାମନ୍ତରାୟ
( ୮)ଙ୍କୁ ଅଙ୍କିତ ଏଲ୍‌ବିଡବ୍ଲ୍ୟୁ କରିଦେଇଥିଲେ। ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍ ସୁଜିତ୍ ଲେଙ୍କା (୧୯) ଓ ଦେବବ୍ରତ ପ୍ରଧାନ (୪) ମଧ୍ୟ ଓଡ଼ିଶା ସ୍କୋରକୁ ଆଗକୁ ନେବାରେ ପୁଣି ବିଫଳ ହୋଇଥିଲେ।

ସୁଜିତଙ୍କୁ ଅଙ୍କିତ ଓ ଦେବବ୍ରତଙ୍କୁ ଶିଭମ ଆଉଟ୍‌ କରିଥିଲେ। ୟୁପି ପକ୍ଷରୁ ଅଙ୍କିତ ଓ ଶିବମ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି।



from Odisha Reporter https://ift.tt/2B5FsQx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages