
ଚେନ୍ନାଇ(ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନ୍ର ରୂପ ନେବାକୁ ଯାଉଛି। ଯାହା ଆସନ୍ତା ନଭେମ୍ୱର ୧୫ ତାରିଖ ମଧ୍ୟରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ଥିବା କୁଡ୍ଡାନୋଲ୍ ଓ ଶିଖରୀକୋଟା ଉପକୂଳ ଛୁଇଁବ ବୋଲି ରବିବାର ଚେନ୍ନାଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଘୂର୍ଣ୍ଣିଝଡ଼ର ନାମ ରଖାଯାଇଛି ‘ଗାଜା’। ଯାହା ଉତ୍ତର-ପୂର୍ବ ଚେନ୍ନାଇଠାରୁ ୮୬୦ କିଲୋମିଟର୍ ଦୂରରେ ରହିଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆସୁଥିବା ‘ଗାଜା’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଭୀର ଘୂର୍ଣ୍ଣିଝଡ଼ର ରୂପ ନେବ।

ଏହି ସମୟରେ ତାମିଲ୍ନାଡି, ପୁଡ୍ଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ଘଣ୍ଟାକୁ ୮୦ ରୁ ୯୦ କିଲୋମିଟର୍ ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଚେନ୍ନାଇର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଏସ୍ ବାଲାଚନ୍ଦ୍ରନ୍ଙ୍କ କହିବା ଅନୁସାରେ, ନଭେମ୍ୱର ୧୪ ତାରିଖ ରାତିରେ ଗାଜା ପ୍ରଭାବରେ ଉତ୍ତର ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନଭେମ୍ୱର ୧୫ରେ ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଲାଗି ରହିବ।
ନଭେମ୍ୱର ୧୨ ତାରିଖରୁ ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର ତାମିଲ୍ନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବା ସମୟରେ ନଭେମ୍ୱର ୧୫ ତାରିଖ ରାତିରେ ଏହି ଘୂର୍ଣ୍ଣିଝଡ଼ ଦୁର୍ବଳ ହୋଇପଡ଼ିବ। ‘ଗାଜା’କୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ସରକାର ସମସ୍ତ ଜିଲାକୁ ସତର୍କ କରାଇବା ସହିତ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି। କିନ୍ତୁ ଏହି ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି ସୂଚନା ମିଳିଛି।
from Odisha Reporter https://ift.tt/2PkUU3X
No comments:
Post a Comment