ପୁଣି କହିଲେ ଜୁଏଲ୍‌, ଧର୍ମେନ୍ଦ୍ର ପ୍ରଧାନ ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ପୁଣି କହିଲେ ଜୁଏଲ୍‌, ଧର୍ମେନ୍ଦ୍ର ପ୍ରଧାନ ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତାଙ୍କ ନେତୃତ୍ୱରେ ଆମେ ନିର୍ବାଚନ ଲଢ଼ିବୁ। ଏଥିରେ ସନ୍ଦେହ କରିବାର ପ୍ରଶ୍ନ ଉଠୁନି। ଆମର ପ୍ରମୁଖ ଲକ୍ଷ୍ୟ ଓଡ଼ିଶାରୁ ନବୀନ ପଟ୍ଟନାୟକ ଓ ତାମିଲ୍‌ ଶାସନ ଯିବା ଦରକାର। ସେହି ଦିଗରେ ଦଳ କାମ କରୁଛି। ଏନେଇ ଆଗରୁ କହିଥିଲି, ଏବେବି କହୁଛି।” ବିଜେପିରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ତାକୁ ନେଇ ଦୀର୍ଘ ଦିନ ହେଲା ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ।

ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଦଳ ଛାଡ଼ିବା ନେଇ ଜୁଏଲ କହିଛନ୍ତି-“ବ୍ରାହ୍ମଣୀ ବ୍ରିଜ୍‌ ନିର୍ମାଣ ପାଇଁ ଗେମ୍‌ନ ଇଣ୍ଡିଆକୁ ଟେଣ୍ଡର ମିଳିଥିଲା। ମାତ୍ର ଜମି ଅଧିଗ୍ରହଣ ହୋଇନପାରିବାରୁ ୩ ବର୍ଷ ପରେ କମ୍ପାନୀ ଛାଡ଼ି ପଳାଇଗଲା। ସେତେବେଳେ କେହି କିଛି କହିଲେ ନାହିଁ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ କାମ ଆରମ୍ଭ ହୋଇଛି। ଅବଶ୍ୟ ନିର୍ମାଣ କାମ ଧୀରେ ଧୀରେ ଚାଲିଛି। ଏହାର ପ୍ରମୁଖ କାରଣ ହେଲା ସ୍ଥାନୀୟ ଲୋକଙ୍କ ବିରୋଧ। କିନ୍ତୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇନି।”

ସେ କହିଛନ୍ତି-“ଆଇଜିଏଚ୍‌ର ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ୍‌ ୟୁନିଟ୍‌ର ଛାତ ପଡ଼ିଛି। ମାସେ ବା ଦୁଇ ମାସ ଭିତରେ ଯନ୍ତ୍ରାଂଶ ଲାଗି କାମ ଆରମ୍ଭ ହୋଇଯିବ। ଆଡ୍‌ମିନ୍‌ଷ୍ଟ୍ରେଷ୍ଟିଭ୍‌ ଓ ଟିଚିଂ ବ୍ଲକ ନିର୍ମାଣ ପାଇଁ ଗଛ କଟା ସରିଛି। ଜଙ୍ଗଲ ବିଭାଗ ପାଖରୁ ଅନୁମତି ଆଣି କାମ ଆରମ୍ଭ ହୋଇଛି। ଏଥିପାଇଁ ସାଢ଼େ ୩୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। କାମ ଧୀରେ ଧୀରେ ଚାଲିଛି। କାମ ହେଉନି କହିବାଟା ଠିକ୍‌ ନୁହେଁ। ଦିଲ୍ଲୀପ ବାବୁ ଯାହା କହୁଛନ୍ତି ଠିକ୍‌ କହୁନାହାନ୍ତି। ଅନ୍ୟ କିଛି କାରଣରୁ ପାର୍ଟି ଛାଡ଼ି ଥାଇପାରୁଥାଆନ୍ତି, ମୁଁ ଜାଣିନି।”

ନିର୍ମାଣ କାର୍ଯ୍ୟ ବିଳମ୍ୱକୁ ନେଇ ସେ କହିଛନ୍ତି-“୨୦୦୫-୦୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ହାଇଟେକ୍‌ ମେଡ଼ିକାଲ୍‌ର ଶିଳାନ୍ୟାସ କରିଥିଲେ। ୧୫ ବର୍ଷ ପରେ ତାହା ଲୋକାର୍ପିତ ହେଲା। ଏବେ ମାର୍କେଟ ୟାର୍ଡ ନିର୍ମାଣ, କୋଏଲ୍‌ ବ୍ରିଜ୍‌ ଓ ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତାହାର ଆଜିକାର ସ୍ଥିତି କ’ଣ ଅଛି? ଉଡାନ୍‌ ଯୋଜନାରେ ରାଉରକେଲାରେ ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲାଯାଇଛି, ଫିଲିଂ ଷ୍ଟେସନ୍‌ ହୋଇଛି। ବିମଳଗଡ଼-ତାଳଚେର ରେଳ ଲାଇନ୍‌ ପାଇଁ ଜମି ଅଧିଗ୍ରହଣ ହୋଇପାରୁ ନାହିଁ। ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଜମି ଦେଇପାରୁନାହାନ୍ତି। ରେଲୱେର ତୃତୀୟ ଲାଇନ୍‌ ପାଇଁ ଶିଳାନ୍ୟାସ ହୋଇଛି। ସେହି ସମୟରେ ଦିଲ୍ଲୀପ ବାବୁ ଥିଲେ। ସେ କଥା କାହିଁକି କହୁନାହାନ୍ତି? କାମକୁ ନେଇ ଦିଲ୍ଲୀପବାବୁ ଦଳ ଛାଡ଼ୁ ନାହାନ୍ତି। ଆଉ କିଛି ରାଜନୈତିକ କାରଣ ଥାଇପାରେ। ସେ ଜଣେ ବହୁ ବଡ଼ ଲୋକ, ସେ ସମ୍ପର୍କରେ ମୁଁ କିଛି କହିପାରିବି ନାହିଁ।”

ସେ କହିଛନ୍ତି-“ଅପରାଜିତା ଷଡ଼ଙ୍ଗୀ ଆଜି ବିଜେପିରେ ମିଶିଛନ୍ତି। ତାଙ୍କୁ ମୁଁ ଦଳ ତରଫରୁ ସ୍ୱାଗତ କରୁଛି। ପ୍ରାଥମିକ ସଦସ୍ୟ ଭାବେ ସେ ଆଜି ଦଳରେ ଯୋଗଦେଇଛନ୍ତି।”



from Odisha Reporter https://ift.tt/2RiYkRy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages