ମହିଳା କ୍ରିକେଟ୍‌ ବିବାଦ: ମୁହଁ ଖୋଲିଲେ ମିତାଲି, କୋଚଙ୍କ ଉପରେ ବର୍ଷିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ମହିଳା କ୍ରିକେଟ୍‌ ବିବାଦ: ମୁହଁ ଖୋଲିଲେ ମିତାଲି, କୋଚଙ୍କ ଉପରେ ବର୍ଷିଲେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ମହିଳା କ୍ରିକେଟ୍‌ ଦଳରେ ସୃଷ୍ଟି ହୋଇଥିବା ବିବାଦ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ବରିଷ୍ଠ ଖେଳାଳି ମିତାଲି ରାଜଙ୍କୁ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି।

ତେବେ ଆଜି ପ୍ରଥମଥର ପାଇଁ ମିତାଲି ମୁହଁ ଖୋଲିଛନ୍ତି। ସେ ମହିଳା ଦଳର କୋଚ ରମେଶ ପାୱାର ଏବଂ ବିସିସିଆଇ ପ୍ରଶାସନିକ କମିଟି(ସିଓଏ) ସଦସ୍ୟ ଡାଏନା ଏଡୁଲଜିଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

କିଛି କ୍ଷମତାରେ ଥିବା ଲୋକମାନେ ମୋ କ୍ୟାରିୟରକୁ ଧ୍ୱଂସ କରିବାକୁ ଚାହୁଁଥିବା ଟିମ୍‌ ଇଣ୍ଡିଆର ଦିନିକିଆ ଅଧିନାୟକ ମିତାଲି କହିଛନ୍ତି।

ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ ଜିଏମ ସବା କରିମଙ୍କୁ ଲେଖିଥିବା ଚିଠିରେ ମିତାଲି ଲେଖିଛନ୍ତି, “ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ରୁ ମୋତେ ବାଦ ଦିଆଯିବା ନିଷ୍ପତ୍ତିକୁ ଡାଏନା ସମର୍ଥନ କରିଥିଲେ। ଡାଏନା କିନ୍ତୁ ମୋ ବିରୋଧରେ ନିଜ ପଦବୀର ଅପବ୍ୟବହାର କରିବାରେ ଲାଗିଛନ୍ତି।

ଦୀର୍ଘ ୨୦ ବର୍ଷର କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ମୁଁ ପ୍ରଥମଥର ହତାଶ ଓ ହତୋତ୍ସାହିତ ହୋଇ ଭାଙ୍ଗି ପଡ଼ିବା ପରି ଅନୁଭବ କରିଛି। ମୋ ଦେଶ ପାଇଁ ମୁଁ କରୁଥିବା କାର୍ଯ୍ୟର କିଛି ମୂଲ୍ୟ ଅଛି କି ନାହିଁ, ସେକଥା ଭାବିବାକୁ ବାଧ୍ୟ ହେଉଛି।

କାରଣ କିଛି କ୍ଷମତାରେ ଥିବା ଲୋକ ମୋତେ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ଖାଲି ସେତିକି ନୁହେଁ, ସେମାନେ ମୋ ଆତ୍ମବିଶ୍ୱାସକୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।”

ଟି-୨୦ ଅଧିନାୟକ ହରମନପ୍ରୀତ କୌର ଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମିତାଲି ଲେଖିଛନ୍ତି,“ ମୁଁ ଏଠାରେ କହିବାକୁ ଚାହେଁ ଟି-୨୦ ଅଧିନାୟକ ହରମନପ୍ରୀତଙ୍କ ସହ ମୋର କୌଣସି ମତାନ୍ତର ବା ମନାନ୍ତର ନାହିଁ।

କିନ୍ତୁ ସେମି ଫାଇନାଲ୍‌ ମ୍ୟାଚ୍‌ରେ ସେ ଯେଉଁଭଳି କୋଚ (ରମେଶ ପାୱାର)ଙ୍କ କଥାରେ ମୋତେ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବା ନିଷ୍ପତ୍ତିକୁ ସମର୍ଥନ କଲେ, ତାହା ସବୁଠାରୁ ଦୁଃଖଦାୟକ ଥିଲା। ଦେଶ ପାଇଁ ବିଶ୍ୱକପ୍‌ ଜିତିବା ମୋର ସ୍ୱପ୍ନ ଥିଲା। କିନ୍ତୁ ଆମେ ଏକ ସୁନ୍ଦର ସୁଯୋଗ ହାତଛଡ଼ା କରିଦେଲୁ।”

ପାୱାର ତାଙ୍କୁ ଅନେକ ଥର ହଇରାଣ ଓ ଅପମାନିତ କରିଥିବା ମିତାଲି କହିଛନ୍ତି। ଏହାର ଉଦାହରଣ ଦେଇ ମିତାଲି ଲେଖିଛନ୍ତି, “ ମୁଁ ଯେତେବେଳ ନେଟସ୍‌ରେ ବ୍ୟାଟିଂ କରେ, ସେ ସେଠାରୁ ଚାଲି ଯାଆନ୍ତି। କିନ୍ତୁ ଅନ୍ୟମାନେ ବ୍ୟାଟିଂ କରିବା ବେଳେ ନେଟ୍‌ସକୁ ଆସନ୍ତି।

ମୁଁ ଯେତେବେଳେ ତାଙ୍କ ପାଖକୁ କଥା ହେବାକୁ ଯାଏ ସେ ତୁରନ୍ତ ନିଜ ଫୋନ୍‌କୁ ଦେଖିବା ବାହାନା କରି ସେଠାରୁ ଚାଲି ଯାଆନ୍ତି। ଏସବୁ ଘଟଣା ମୋତେ ସମସ୍ତ ଆଗରେ ଅପମାନିତ କରେ, ହେଲେ ମୁଁ କେବେ ହେଲେ ଏନେଇ ପ୍ରତିକ୍ରିୟା ପ୍ରକାଶ କରେନାହିଁ।”



from Odisha Reporter https://ift.tt/2FGLP11

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages