
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ) କଲେଜର ଛାତ୍ରଛାତ୍ରୀ ଇତିମଧ୍ୟରେ ଏକ ନୂଆପ୍ରକାର ଆପ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଯାହା କି ସେମାନଙ୍କୁ ତୃତୀୟଥର ପାଇଁ ଆଣିଦେଇଛି ମର୍ଯ୍ୟାଦାଜନକ ଜାତୀୟ ‘ହାକାଥନ୍ ଚାମ୍ପିୟନ ପୁରସ୍କାର’। ଷ୍ଟାଟ୍ ଅଫ୍ ଇଣ୍ଡିଆ ସହଯୋଗରେ NIC, IAMAI ତରଫରୁ ନିକଟରେ ଆୟୋଜିତ #open gov data hack ଜାତୀୟ ପ୍ରତିଯୋଗିତାରେ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଗିଫ୍ଟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଛନ୍ତି।
The Health Care ନାମକ ଏହି ଆପ୍ ଆଶ୍ଚର୍ଯ୍ୟଜନକ ଏଇଥିପାଇଁ ଯେ, ଏହା ମାଧ୍ୟମରେ ବ୍ୟବହାରକାରୀ ଓ ଚିକିତ୍ସାଳୟ ମଧ୍ୟରେ ଯୋଗାଯୋଗ ସୁଗମ ହୋଇପାରିବ। ଏହି ଆପ୍ ରୋଗ ସମ୍ୱନ୍ଧୀୟ ବିସ୍ତୃତ ସୂଚନା ଦେବା ସହିତ, ଆମ୍ୱୁଲାନ୍ସ, ସହାୟତାକାରୀ, ଚିକିତ୍ସା ବୀମା ଏବଂ ନିକଟବର୍ତ୍ତୀ ଚିକିତ୍ସାଳୟ ଓ କ୍ଲିନିକ୍ ସମ୍ୱନ୍ଧୀୟ ଯାବତୀୟ ସେବା ପ୍ରଦାନ କରିବାରେ ସହାୟକ ହେବ।
ବିଶେଷତଃ ଡାକ୍ତରଙ୍କ ସହ ସାକ୍ଷାତ ସମୟ ନିର୍ଦ୍ଧାରଣ, ରୋଗୀ ଶଯ୍ୟା ସଂରକ୍ଷଣ, ବ୍ଲଡ୍ ଅଛି କି ନାହିଁ ସେ ସର୍ମ୍ପକୀୟ ସୂଚନା ସହଜରେ ଦେଇଥାଏ। ଏହି ଆପ୍ ପ୍ରସ୍ତୁତି ପାଇଁ ଗିଫ୍ଟ ଛାତ୍ରଛାତ୍ରୀଙ୍କୁ ଅନେକ ଆଡୁ ପ୍ରଶଂସା ମିଳିଛି। ଏଥିପାଇଁ ଅନୁଷ୍ଠାନର ଅଧକ୍ଷ ଡଃ. ଏସ୍. କ୍ରିଷ୍ଣମୋହନ ରାଓ ଓ ନିଦ୍ଦେର୍ଶକ ଇଂ.ପତିତପାବନ ପଣ୍ଡା, ହାକାଥନ୍ରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
from Odisha Reporter https://ift.tt/2OGTziI
No comments:
Post a Comment