
ଜୟପୁର: ହରିଶ ଚନ୍ଦ୍ର ମୀନା ନାମକ ରାଜସ୍ଥାନର ଜଣେ ବରିଷ୍ଠ ବିଜେପି ସାଂସଦ ତଥା ପୂର୍ବତନ ପୁଲିସ୍ ଡିଜି ଆଜି ଦଳକୁ ବାଏବାଏ କହିଛନ୍ତି। ଏଥିସହ ସେ ପଦ୍ମ ଛାଡ଼ିବା କ୍ଷଣି ହାତ ଦଳରେ ମିଶିଛନ୍ତି। ଆସନ୍ତା ଡିସେମ୍ବର ୭ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପାଇଁ ଏଭଳି ଦଳ ବଦଳ ଏକ ଝଟ୍କା ବୋଲି କୁହାଯାଉଛି।
ଶ୍ରୀ ମୀନା ବିଜେପି ଟିକେଟ୍ରୁ ଦୌସାରୁ ସାଂସଦ ହୋଇଥିଲେ। ସେ ପ୍ରଥମେ ପୁଲିସ୍ ଡିଜି ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ପୁଲିସ୍ ଚାକିରିରୁ ଅବସର ନେବା ପରେ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ।
ଆଜି ଶ୍ରୀ ମୀନା ବରିଷ୍ଠ ନେତା ଅଶୋକ ଗେହଲଟ ଓ ସଚିନ୍ ପାଇଲଟ୍ଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି।
ଶ୍ରୀ ମୀନାଙ୍କ ଭାଇ ନମୋ ନାରାୟଣ ମୀନା ପୂର୍ବରୁ କଂଗ୍ରେସରେ ରହିଥିଲେ। ୨୦୧୪ରେ ନମୋ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତାଙ୍କ ବିରୋଧରେ ହରିଶଙ୍କୁ ପ୍ରାର୍ଥୀ କରିଥିଲା। ଦୌସା ଆସନରେ ହରିଶ ତାଙ୍କ ବଡ଼ ଭାଇ ନମୋଙ୍କୁ ପରାସ୍ତ କରିଥିଲେ।
from Odisha Reporter https://ift.tt/2z80gWc
No comments:
Post a Comment