‘ବ୍ରାହ୍ମଣ’ ମନ୍ତବ୍ୟ ପାଇଁ କଂଗ୍ରେସ ନେତାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

‘ବ୍ରାହ୍ମଣ’ ମନ୍ତବ୍ୟ ପାଇଁ କଂଗ୍ରେସ ନେତାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌

ନୂଆଦିଲ୍ଲୀ: “ହିନ୍ଦୁତ୍ୱବାଦ ସମ୍ପର୍କରେ ବ୍ରାହ୍ମଣମାନେ କେବଳ ଅଧିକ ଜାଣିଛନ୍ତି।” ଏଭଳି ବୟାନକୁ ନେଇ ଅଡ଼ୁଆରେ ପଡ଼ିଥିବା କଂଗ୍ରେସ ନେତା ସିପି ଯୋଶୀଙ୍କୁ ନିର୍ବାଚନ କମିଶନ ନୋଟିସ୍‌ କରିଛନ୍ତି। କାହିଁକି ଏଭଳି ବୟାନ ଦେଲେ, ଏହାର ଉତ୍ତର ରବିବାର ରାତି ୧୧ଟା ସୁଦ୍ଧା ଦାଖଲ କରିବାକୁ ଶ୍ରୀ ଯୋଶୀଙ୍କୁ ନୋଟିସ୍‌ରେ କୁହାଯାଇଛି।
ଶ୍ରୀ ଯୋଶୀ ଡିସେମ୍ବର ୭ରେ ହେବାକୁଥିବା ରାଜସ୍ଥାନ ନିର୍ବାଚନରେ ନାଥଦ୍ୱାର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ନିକଟରେ ଭୋଟ୍‌ରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ ତୀବ୍ର ସମାଲୋଚନା କରୁଥିବା ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଏହି ଭିଡିଓରେ ସେ କହିଥିଲେ, “ଉମା ଭାରତୀ ଜଣେ ଲୋଧି। ସେ ସର୍ବଦା ହିନ୍ଦୁତ୍ୱବାଦ ଉପରେ ଭାଷଣ ଦିଅନ୍ତି। ମୋଦି ମଧ୍ୟ ସର୍ବଦା ହିନ୍ଦୁତ୍ୱବାଦ କଥା କହୁଛନ୍ତି। କେବଳ ବ୍ରାହ୍ମଣମାନେ ଏ ସମ୍ପର୍କରେ ଅଧିକ ଜାଣିଥିଲେ ହେଁ କିଛି କହୁନାହାନ୍ତି। ଦେଶକୁ ବିଭ୍ରାନ୍ତ କରାଯାଉଛି। ଗର୍ଭନାନ୍ସ ଓ ଧର୍ମ ଦୁଇଟି ଭିନ୍ନ କଥା। ସମସ୍ତଙ୍କୁ ନିଜ ଧର୍ମକୁ ସମ୍ମାନ ପ୍ରଦର୍ଶନ କରିବାର ଅଧିକାର ରହିଛି।

ମୋଦି ଓ ତାଙ୍କ ଦଳ କହୁଛି, ଜଣେ କଂଗ୍ରେସ ନେତା କେବେ ହେଲେ ହିନ୍ଦୁ ହୋଇପାରିବ ନାହିଁ। କିଏ ସେମାନଙ୍କୁ ଏଭଳି ପ୍ରମାଣପତ୍ର ଦେବାକୁ ଅଧିକାର ଦେଲା? ଯଦି ଦେଶରେ କେହି ହିନ୍ଦୁତ୍ୱବାଦ ବିଷୟରେ ଅଧିକ ଜାଣିଛନ୍ତି, ସେମାନେ ହେଲେ ବ୍ରାହ୍ମଣ ଓ ପଣ୍ଡିତ।”

ଯୋଶୀଙ୍କ ଏଭଳି ବୟାନକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ନା ପସନ୍ଦ କରିବା ସହ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କହିଥିଲେ।



from Odisha Reporter https://ift.tt/2FDilRv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages