ହର୍‌ମୋନ୍‌ ଅସନ୍ତୁଳନର ଲକ୍ଷଣ ଓ ଏହାର ପ୍ରତିକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ହର୍‌ମୋନ୍‌ ଅସନ୍ତୁଳନର ଲକ୍ଷଣ ଓ ଏହାର ପ୍ରତିକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଶରୀରରେ ହର୍‌ମୋନ୍‌ ଏକ ବିଶେଷ ମହତ୍ତ୍ୱ ରଖେ। ଏହା ଅସନ୍ତୁଳିତ ହେଲେ, ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ। ହର୍‌ମୋନ୍‌ ଶରୀରର ସମସ୍ତ ଗତିବିଧିକୁ ନିୟନ୍ତ୍ରଣ କରିଥାଏ। ଶରୀରର ବୃଦ୍ଧି ଓ ବିକାଶ ପାଇଁ ହର୍‌ମୋନ୍‌ ହିଁ ସାହାଯ୍ୟ କରିଥାଏ। ଯେବେ ହର୍‌ମୋନ୍‌ ସ୍ରାବରେ ଅସନ୍ତୁଳନ ଦେଖାଦିଏ, ତେବେ ଶରୀରର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୁଏ।

ଏଥିପାଇଁ ସୁସ୍ଥ ରହିବାକୁ ହେଲେ, ଶରୀରରେ ହର୍‌ମୋନ୍‌ ସନ୍ତୁଳନ ହେବା ନିହାତି ଆବଶ୍ୟକ।

ହର୍‌ମୋନ୍‌ ଅସନ୍ତୁଳନ କ’ଣ
ହର୍‌ମୋନ୍‌ ଅସନ୍ତୁଳନ ହେଲେ, ଏହା କେବଳ ଶରୀର ନୁହେଁ, ମସ୍ତିଷ୍କ ଓ ଭାବନାକୁ ମଧ୍ୟ ପ୍ରଭାବିତ କରିଥାଏ। ଖାଇବା ପିଇବାରେ ଅନିୟମିତତା, ବ୍ୟାୟାମର ଅଭାବ ଓ ଚିନ୍ତା ଯୋଗୁ ହିଁ ଏହି ସମସ୍ୟା ଦେଖା ଦେଇଥାଏ। ହର୍‌ମୋନ୍‌କୁ ସନ୍ତୁଳିତ ରଖିବା କୌଣସି କଠିନ କାର୍ଯ୍ୟ ନୁହେଁ। ସହଜ ଉପାୟରେ ଆପଣ ଏହା ଉପରେ ନଜର ରଖିପାରିବେ।

ହର୍‌ମୋନ୍‌ ଶରୀରରେ ଥିବା ଏପରି ଏକ ରସାୟନ, ଯାହା ଶରୀରର ଗୋଟିଏ କୋଷରୁ ଅନ୍ୟ ଏକ କୋଷକୁ ପ୍ରବାହିତ ହୋଇଥାଏ। ଶରୀରର ବିକାଶ, ମେଟାବଲିଜମ୍‌ ଓ ଇମ୍ୟୁନୋ ସିଷ୍ଟମ୍‌ ଉପରେ ଏହାର ସିଧା ପ୍ରଭାବ ପଡ଼ିଥାଏ।

ଆମ ଶରୀରରେ ପାଖାପାଖି ୨୩୦ ପ୍ରକାରର ହର୍‌ମୋନ୍‌ ରହିଛି। ଯାହା ଶରୀରର ଅଲଗା ଅଲଗା କ୍ରିୟାକୁ ନିୟନ୍ତ୍ରଣ କରିଥାନ୍ତି। ହର୍‌ମୋନ୍‌ ଏକ ଛୋଟ ମାତ୍ରା ମେଟାବଲିଜିମ୍‌କୁ ବଦଳାଇବାରେ ପର୍ଯ୍ୟାପ୍ତ ହୋଇଥାଏ। ହର୍‌ମୋନ୍‌ ମେସେଞ୍ଜର ପରି ଗୋଟିଏ କୋଷରୁ ଅନ୍ୟ ଏକ କୋଷକୁ ନିର୍ଦ୍ଦେଶ ପହଞ୍ଚାଇଥାଏ। ଅଧିକାଂଶ ହର୍‌ମୋନ୍‌ ସଞ୍ଚରଣ ସମୟ ଅନୁସାରେ ହୋଇଥାଏ ଏବଂ କିଛି ହର୍‌ମୋନ୍‌ ଅନ୍ୟ ହର୍‌ମୋନ୍‌କୁ ନିୟନ୍ତ୍ରଣ ମଧ୍ୟ କରିଥାନ୍ତି।

ଲକ୍ଷଣ ଓ ପ୍ରତିକାର
ଲାଇଫ୍‌ଷ୍ଟାଇଲ୍‌, ଡାଏଟ୍‌ ଓ ଶାରୀରିକ ଗତିବିଧି ଦ୍ୱାରା ଆପଣ ନିଜ ଓଜନକୁ ନିୟନ୍ତ୍ରଣ ରଖିପାରିବେ। ଅନେକ ମହିଳାଙ୍କ ଶରୀରରେ ହର୍‌ମୋନ୍‌ର ସ୍ତର ଅସନ୍ତୁଳନ ହେଲେ, ଓଜନ ବଢିବାରେ ଲାଗିଥାଏ। ଖାଦ୍ୟରେ ପରିବର୍ତ୍ତନ ଆପଣଙ୍କ ଓଜନକୁ ନିୟନ୍ତ୍ରିତ ରଖିବା ପାଇଁ ସାହାଯ୍ୟ କରିଥାଏ। ଦ୍ୱିପ୍ରହର ହେବା ମାତ୍ରେ ଥକା ଲାଗିବା ହର୍‌ମୋନ୍‌ ଅସନ୍ତୁଳନର ଏକ ଲକ୍ଷଣ।

ଅନେକ ସମୟରେ ଏପରି ହୋଇଥାଏ ଯେ, ଚିନ୍ତାର କୌଣସି କାରଣ ନ ଥାଇ ମଧ୍ୟ ଆପଣ ମାନସିକ ଚାପରେ ରହିଥାନ୍ତି। ମସ୍ତିଷ୍କକୁ ଆରାମ ଦେଇ ଚିନ୍ତା ଦୂର କରିବା ପାଇଁ ଯୋଗ, ବ୍ୟାୟାମ ଓ ଧ୍ୟାନ କରନ୍ତୁ। ଓମେଗା ୩ ଫ୍ୟାଟି ଏସିଡ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଯେପରିକି ମାଛ, ବାଦାମ ଓ ଅଖ୍‌ରୋଟ୍‌ । ଏହାକୁ ଖାଦ୍ୟରେ ସାମିଲ୍‌ କରନ୍ତୁ। ହର୍‌ମୋନ୍‌ ଅସନ୍ତୁଳନ ହେଲେ ଆପଣଙ୍କୁ ଠିକ୍‌ ଭାବରେ ନିଦ ହୋଇ ନ ଥାଏ। ଏଥିପାଇଁ ରାତିରେ ହାଲ୍‌କା ଖାଦ୍ୟ ଖାଆନ୍ତୁ ଓ ବହି ପଢ଼ିବା ଅଭ୍ୟାସ କରନ୍ତୁ। ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।



from Odisha Reporter https://ift.tt/2TG3l8G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages