କଂଗ୍ରେସର ବିଶାଳ ଦଳିତ ସମାବେଶ: ‘ଅଧିକାର ହାସଲ ପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

କଂଗ୍ରେସର ବିଶାଳ ଦଳିତ ସମାବେଶ: ‘ଅଧିକାର ହାସଲ ପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ’

congress2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ଏନଡିଏ ସରକାର ଓ ରାଜ୍ୟର ବିଜେଡି ସରକାର କେବଳ ଭୋଟ ନେବା ପାଇଁ କେହି ଦଳିତଙ୍କୁ ଭୂତାଉଛନ୍ତି।ଦଳିତଙ୍କୁ ଅଧିକାର ହାସଲ କରବାକୁ ହେଲେ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ବୋଲି ଦଳିତ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେୱାନି କହିଛନ୍ତି।

congressମଙ୍ଗଳବାର କଂଗ୍ରେସ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆଠାରେ ଦଳିତଙ୍କ ସମ୍ମାନ,ସ୍ୱାଭିମାନ ଓ ସମ୍ବିଧାନ ସମାବେଶରେ ଯୋଗଦେଇ ଶ୍ରୀ ମେୱାନି କହିଥିଲେ ଯେ, କୁନ୍ଦୁଲି ପୀଡ଼ିତା ସରକାରଙ୍କୁ ନ୍ୟାୟ ମାଗିଥିଲା। ସେ ଦଳିତ ଝିଅ ବୋଲି ତାକୁ ନ୍ୟାୟ ମିଳିଲା ନାହିଁ। ଆଉ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। କୁନ୍ଦୁଲି ପୀଡ଼ିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ବାରମ୍ବାର ଓଡ଼ିଶା ଆସିବେ ବୋଲି ଶ୍ରୀ ମେୱାନି ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି। ସମୟ ଆସିଛି ଅଧିକାର ପାଇଁ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ରାସ୍ତାକୁ ଆସିବା ଦରକାର। କେବଳ ସିପିଆଇ, ସିପିଏମ, ବହୁଜନ ସମାଜ ପାର୍ଟି, ଆରଜେଡି ଓ କଂଗ୍ରେସ ଏକାଠି ହୋଇଛନ୍ତି। ଦଳିତଙ୍କୁ ଅଧିକାର ଦେବା ପାଇଁ ଏକଜୁଟ ହୋଇ ନ୍ୟାୟ ଦେଇପାରିଲେ ଏକାଠି ହେବା ସାର୍ଥକ ହେବ ବୋଲି ସେ କହିଛନ୍ତି। ଦେଶରେ ଦଳିତଙ୍କ ଉପରେ କିଭଳି ଅତ୍ୟାଚାର ବିଜେପି ଶାସନରେ ବଢ଼ିଛି ସେ ସମ୍ପର୍କରେ ଜିଗ୍ନେଶ ମତବ୍ୟକ୍ତ କରିଥିଲେ।

congress2ଏହି ସମାବେଶରେ ପୂର୍ବତନ ସାଂସଦ ବିଭୁ ତରାଇ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ସାମାଜିକ, ଆର୍ଥକ କ୍ଷେତ୍ରରେ ରହିଥିବା ପଛୁଆ ବର୍ଗର ଉନ୍ନତି ପାଇଁ କଂଗ୍ରେସ ସଦାସର୍ବଦା ତା’ର ସଂଗ୍ରାମ ଜାରି ରଖିଛି।ଯେପର୍ଯ୍ୟନ୍ତ ଜାତିପ୍ରଥା ରହିବ ସେ ପର୍ଯ୍ୟନ୍ତ ଦଳିତଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ନାହିଁ। ଭାରତର ସମ୍ବିଧାନ ପ୍ରତ୍ୟେକ ଲୋକଙ୍କୁ ସମ୍ମାନ ଦିଏ ଓ ଆଇନ ଆଖିରେ ବି ସମାନ ଅଧିକାର ଦେଇଛି।

Tଏହି ସମାବେଶରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ସିପିଏମ୍ ନେତା ଜନାର୍ଦ୍ଦନ ପତି, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ମତ ରଖି ଦଳିତ କେବଳ ଏକ ଜାତିଭିତିକ ପ୍ରଶ୍ନ ନୁହେଁ ଓ ଦଳିତର ବିକାଶ ନ ହେଲେ ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ।

congress4ଓଡ଼ିଶାରେ ଦଳିତମାନେ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନେକ ପଛରେ ଅଛନ୍ତି। ଦଳିତ ଓ ପଛୁଆ ବର୍ଗକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଆହ୍ୱାନ ଦେଇଥିଲେ।ରାଜ୍ୟର ବିଭିନ୍ନ ଭାଗରୁ ପ୍ରାୟ ୫ହଜାର ଲୋକ ସାମିଲ ହୋଇଥିଲେ।

 



from Odisha Reporter https://ift.tt/2ArwtYb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages