ହସ୍ତରେଖାରୁ ଜାଣନ୍ତୁ, ଆପଣ ବିଦେଶ ଯିବେ କି ନାହିଁ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ହସ୍ତରେଖାରୁ ଜାଣନ୍ତୁ, ଆପଣ ବିଦେଶ ଯିବେ କି ନାହିଁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଦେଶ ଗସ୍ତ ଅନେକଙ୍କ ପାଇଁ ଜୀବନର ଏକ ପ୍ରମୁଖ ଲକ୍ଷ୍ୟ ହୋଇଥାଏ। ଏହା ସହ ବିଦେଶରେ ଚାକିରି ପାଇଁ ମଧ୍ୟ ଅନେକ ଇଚ୍ଛା ରଖିଥା’ନ୍ତି।

କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କ ହାତର ରେଖା ହିଁ ଭବିଷ୍ୟତରେ ଆପଣ ବିଦେଶ ଯାତ୍ରା କରିବେ କି ନାହିଁ, ସେସମ୍ପର୍କରେ ସୂଚନା ଦେଇଥାଏ।

ବିଦେଶ ଯାତ୍ରା ପାଇଁ ଚନ୍ଦ୍ର ଗ୍ରହ ଓ ଚନ୍ଦ୍ର ପର୍ବତ ଆପଣଙ୍କ ହସ୍ତରେଖାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି। ଜ୍ୟୋତିଷ ଶାସ୍ତ୍ର ଏବଂ ହସ୍ତ ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଙ୍କୁ ସମୁଦ୍ର ଯାତ୍ରା ବା ଜଳର କାରକ ବୋଲି କୁହାଯାଏ। ଆଜିର ଏକବିଂଶ ଶତାବ୍ଦୀରେ ମଧ୍ୟ ଏହି ଧାରଣାର ଅନେକ ମହତ୍ତ୍ୱ ରହିଛି।

ଚନ୍ଦ୍ରମାଙ୍କୁ ମନର କାରକ ବୋଲି ମଧ୍ୟ କୁହାଯାଇଥାଏ। ଜ୍ୟୋତିଷଙ୍କ ଅନୁସାରେ, ଆପଣଙ୍କ ହାତରେ ଯଦି ଚନ୍ଦ୍ରର ସ୍ଥିତି ଭଲ ନ ଥାଏ, ତେବେ ବ୍ୟକ୍ତି ସାଧାରଣତଃ ବିଚଳିତ  ସ୍ୱଭାବର ହୋଇଥା’ନ୍ତି। ଅର୍ଥାତ୍‌ ଏହିପରି ବ୍ୟକ୍ତିଙ୍କ ମନରେ ସର୍ବଦା ହଲ୍‌ଚଲ୍‌ ଲାଗି ରହିଥାଏ।

ସେହିପରି ଆପଣଙ୍କ ବିଦେଶ ଯାତ୍ରାର ଯୋଗ ସମ୍ପର୍କରେ ଜାଣିବା ପାଇଁ ହସ୍ତରେଖାରେ ଚନ୍ଦ୍ର ପର୍ବତର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି।
ଆସନ୍ତୁ ଜାଣିବା, ଆପଣଙ୍କ ହାତରେ ଚନ୍ଦ୍ର ପର୍ବତର ସ୍ଥିତି କେମିତି ମିଳିବ ବିଦେଶ ଗସ୍ତ ସମ୍ପର୍କିତ ସୂଚନା।

୧. ଯଦି ଆପଣଙ୍କ ହାତରେ ଚନ୍ଦ୍ର ପର୍ବତ ବିକଶିତ ହୋଇ ରହିଛି ଏବଂ ଅନ୍ୟ ରେଖା ଶୁଭ ଅଛି, ତେବେ ଆପଣଙ୍କ ବିଦେଶ ଯାତ୍ରାର ଇଚ୍ଛା ଭବିଷ୍ୟତରେ ଅବଶ୍ୟ ପୂର୍ଣ୍ଣ ହେବ।

୨. ଆପଣଙ୍କ ହାତରେ ଦୋଷଯୁକ୍ତ ଚନ୍ଦ୍ର ପର୍ବତ ଓ ରେଖା ଥିଲେ, ଆପଣଙ୍କ ଇଚ୍ଛା ପୂରଣରେ ବାଧା ସୃଷ୍ଟି ହୋଇଥାଏ। ଚନ୍ଦ୍ର ପର୍ବତରେ ଛୋଟ ଛୋଟ ରେଖା ଥିଲେ, ଆପଣ ଭବିଷ୍ୟତରେ ବିଦେଶକୁ କମ୍‌ ଯାତ୍ରା କରିବେ ବୋଲି ଜାଣିବେ। ଏହି ଯାତ୍ରା ଦେଶ କିମ୍ୱା ବିଦେଶ ଦୁଇଟି ହୋଇପାରେ। ଯଦି ଆପଣଙ୍କ ହାତର ଚନ୍ଦ୍ର ପର୍ବତରୁ ବାହାରି କୌଣସି ରେଖା ଯାଇଛି, ତେବେ ହସ୍ତରେଖା ଅନୁସାରେ, ଆପଣଙ୍କ ବିଦେଶ ଯିବାର ଯୋଗ ରହିଛି।

୩. ଯଦି ଆପଣଙ୍କ ହାତରେ ମାଛର ଚିହ୍ନ ରହିଛି, ତେବେ ଏବା ବିଦେଶରୁ ଧନ ମିଳିବାର ସୂଚନା। ଚନ୍ଦ୍ର ପର୍ବତରେ ମାଛ ଚିହ୍ନ ବିଦେଶରୁ ଆୟର ସୂଚନା ଦେଇଥାଏ।

୪. ଆପଣଙ୍କ ହାତରେ ଜୀବନ ରେଖାରୁ ବାହାରି ଚନ୍ଦ୍ର ପର୍ବତକୁ ଯାଇଥିବା ରେଖା, ବିଦେଶରେ ଚାକିରି କିମ୍ୱା ବ୍ୟବସାୟ ସମ୍ପର୍କରେ ସୂଚନା ଦେଇଥାଏ। ଏହି ରେଖା ଥିଲେ, ଆପଣ ବିଦେଶରେ ଅବସ୍ଥାନ କରିଥା’ନ୍ତି ଏବଂ ଆପଣଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂର୍ଣ୍ଣ ହୋଇଥାଏ।



from Odisha Reporter https://ift.tt/2SdBoDt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages