ଭଡ଼ାରେ ଆସିଥିଲେ ‘ଭାଇଜାନ୍‌’, ଆଡଭାନ୍ସ ନେଇଥିଲେ ୧ କୋଟି ୮୯ ଲକ୍ଷ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ଭଡ଼ାରେ ଆସିଥିଲେ ‘ଭାଇଜାନ୍‌’, ଆଡଭାନ୍ସ ନେଇଥିଲେ ୧ କୋଟି ୮୯ ଲକ୍ଷ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କଟକକୁ ଭଡ଼ାରେ ଆସିଥିଲେ ବଲିଉଡ୍‌ ‘ଭାଇଜାନ୍‌’। ଆଡ୍‌ଭାନ୍‌ସ୍‌ ନେଇଥିଲେ କୋଟିଏ ୮୯ ଲକ୍ଷ। ଆଉ ସମୁଦାୟ ୧୫ ମିନିଟ୍‌ ପାଇଁ ୫ କୋଟିରୁ ଟଙ୍କାଟିଏ ବି କମ୍‌ ନେଇ ନାହାନ୍ତି।  ଆସିବା ଯିବା ଆଉ ଅନ୍ୟାନ୍ୟ ଖର୍ଚ୍ଚ ଛାଡ଼ନ୍ତୁ, କୁହାଯାଉଛି ପୁରୁଷ ହକି ୱାର୍ଲ୍‌ଡ୍‌ କପ୍‌ ପାଇଁ ବାରବାଟୀ ଷ୍ଟାଡିଅମ୍‌ରେ ଆୟୋଜିତ ସେଲିବ୍ରେସନ୍‌ରେ ‘ଦବଙ୍ଗ୍‌’ ଖାନ୍‌ଙ୍କୁ ‘ହକି ଇଣ୍ଡିଆ’ ଜରିଆରେ ମୋଟା ଟଙ୍କା ଦେଇ ଓଡ଼ିଶା ଅଣା ଯାଇଥିଲା। 

ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହୋଇଥିବା ଏହି ଚେକ୍‌ ଅନୁସାରେ  ‘ହକି ଇଣ୍ଡିଆ’ ପକ୍ଷରୁ କେହି ମୁସ୍ତାକ୍‌ ଅହମ୍ମଦ୍‌ ସଲମାନ୍‌ଙ୍କ ବିଜୟା ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଏହି ଅଗ୍ରୀମ ଚେକ୍‌ (ଏକ କୋଟି ୮୯ ଲକ୍ଷ ଟଙ୍କାର) ଡିପୋଜିଟ୍‌ କରିଛନ୍ତି। ଚେକ୍‌ଟି ୨୦୧୮ ନଭେମ୍ବର ୨୭ ତାରିଖକୁ ଦିଆଯାଇଛି।

ଅଗ୍ରୀମ ଚେକ୍‌ ପାଇବା ପରେ ହକି ଇଣ୍ଡିଆ ନୁହେଁ, ବରଂ ଓଡ଼ିଶା ମୁଖ୍ୟମନ୍ତ୍ରୀ, କଟକ ଓ କଟକର ଦହିବରାକୁ ତାରିଫ୍‌ କରି ଏକ ସ୍କ୍ରିପ୍‌ଟ ମଧ୍ୟ ସଲମାନ୍‌ଙ୍କୁ ଧରାଇ ଦିଆଯାଇଥିଲା। କୁହାଯାଉଛି, ‘ହକି ଇଣ୍ଡିଆ’ ଚେକ୍‌ ଦେଇଥିଲେ ହେଁ ସେ ପଢ଼ିଥିବା ସ୍କ୍ରିପ୍‌ଟ ଅନୁସାରେ ହକି ଇଣ୍ଡିଆକୁ ଭୁଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ବଲିଉଡ୍‌ର ଏହି ମେଗାଷ୍ଟାର।

ଏବେ କଥା ଉଠିଛି ଯେ ଶାହାରୁଖ, ମାଧୁରୀ, ରହମାନ୍‌ ଓ ସଲ୍‌ମାନ୍‌ଙ୍କୁ ଓଡ଼ିଶା ଆଣିବା ପାଇଁ ‘ହକି ଇଣ୍ଡିଆ’ ନିଜ ପାଣ୍ଠିରୁ ହାତ ଏମିତି ଖୋଲି ଦେଇଛି ନା ଆଉ କେହି ପଛ ଦ୍ୱାରରେ ରହି ଏମିତି କୋଟି କୋଟି ଟଙ୍କା ବଲିଉଡ୍‌କୁ ଦେଇଛି ?



from Odisha Reporter https://ift.tt/2P8VQnc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages