କୁଖ୍ୟାତ ଆତଙ୍କୀ ରିୟାଜ ନାଇକୋର ଦୁଇ ସହଯୋଗୀ ଟଳିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

କୁଖ୍ୟାତ ଆତଙ୍କୀ ରିୟାଜ ନାଇକୋର ଦୁଇ ସହଯୋଗୀ ଟଳିଲେ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜମ୍ମୁ-କଶ୍ମୀରରେ ଆରମ୍ଭ ହୋଇଥିବା ଅପରେସନ୍‌ ଅଲ ଆଉଟ୍‌କୁ ଆଜି ପୁଣି ସଫଳତା ମିଳିଛି। ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ ମୁଜାହିଦ୍ଦିନର କୁଖ୍ୟାତ ଆତଙ୍କୀ ରିୟାଜ ନାଇକୋର ଦୁଇ ଜଣ ସହଯୋଗୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଏହି ଏନ୍‌କାଉଣ୍ଟର ଘଟିଛି।
ପୁଲୱାମାର ଅବନ୍ତିପୁରା ଅନ୍ତର୍ଗତ ଶାରଶାଲି ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍‌ କରାଯାଉଥିବା ବେଳେ ହଠାତ୍‌ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ଅଦନାନ ଅହମ୍ମଦ ଲୋନ୍‌ ଓ ଆଦିଲ ବିଲ୍ଲାଲ ଭଟ୍ଟ ନିହତ ହୋଇଛନ୍ତି। ଏମାନେ ହିଜବୁଲ ମୁଜାହିଦ୍ଦିନ ପାଇଁ କାର୍ଯ୍ୟ କରୁଥିଲେ। ଲୋନ୍‌ ହିଜବୁଲର ପୁଲୱାମା ଜିଲ୍ଲାର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା।



from Odisha Reporter https://ift.tt/2Q4QIpt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages