ଅନର୍ସରେ ମାର୍କ ବଢ଼ାଇବା ପାଇଁ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଅନର୍ସରେ ମାର୍କ ବଢ଼ାଇବା ପାଇଁ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

କୋଣାର୍କ (ସଞ୍ଜୟ ପତି): ଜଣେ ଛାତ୍ରଙ୍କଠାରୁ ଅନର୍ସ ପେପ୍‌ର ମାର୍କ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଜିଓଲୋଜି ବିଭାଗର ଜଣେ ଅଧ୍ୟାପକ। ଭୁବନେଶ୍ୱର ଭିଜିଲାନ୍ସ ଅଫିସ ଅଧିକାରୀ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛି।

ଅଭିଯୋଗ କରିଥିବା ଛାତ୍ର ଜଣକ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢ଼ନ୍ତି। ଅନର୍ସ ପେପରରେ ମାର୍କ ବଢ଼ାଇବା ପାଇଁ ଜିଓଲୋଜି ବିଭାଗର ମୁଖ୍ୟ ଅଧ୍ୟାପକ ମାନସ ରଞ୍ଜନ ସ୍ୱାଇଁ ୧୦ ହଜାର ଟଙ୍କା ମାଗିଥିଲେ। ଏନେଇ ଛାତ୍ର ଜଣକ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ ଆଜି ଛାତ୍ର ଜଣକ ଅଧ୍ୟାପକ ଶ୍ରୀ ସ୍ୱାଇଁଙ୍କୁ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ଟଙ୍କା ଜବତ କରିବା ସହିତ ଶ୍ରୀ ସ୍ୱାଇଁଙ୍କୁ ଗିରଫ କରିଛି।

ମାତ୍ର ଏନେଇ ଅଧ୍ୟାପକ ଶ୍ରୀ ସ୍ୱାଇଁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2PtQNCS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages