ଟ୍ରକ୍‌ ପଛରେ ପିଟିହୋଇ ଦାଦା-ପୁତୁରା ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଟ୍ରକ୍‌ ପଛରେ ପିଟିହୋଇ ଦାଦା-ପୁତୁରା ମୃତ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଘରକୁ ଫେରୁଥିବା ବେଳେ ଟ୍ରକ୍‌ ପଛରେ ପିଟି ହୋଇଗଲେ ଦାଦା ଓ ପୁତୁରା। ଫଳରେ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି।

ଗଞ୍ଜାମ ବ୍ଲକ ଝାଡ଼ୁକୁଦା ଗାଁର ଯୁଧିଷ୍ଠିର ରେଡ୍ଡୀ ଓ ତାଙ୍କ ପୁତୁରା ପରିକ୍ଷିତ ରେଡ୍ଡୀ ଏକ ବାଇକ୍‌ରେ କୌଣସି କାମରେ ଛତ୍ରପୁର ଯାଇଥିଲେ। ସେମାନେ ଘରକୁ ଫେରିବା ବେଳେ ୧୬ ନମ୍ୱର ଜାତୀୟ ରାଜପଥର ଅଗସ୍ତି-ନୂଆଗାଁ ଛକରେ ଛିଡ଼ା ହୋଇଥିବା ଏକ ଟ୍ରକର ପଛରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦାଦା-ପୁତୁରାଙ୍କ ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଆର୍‌ଟିଓ ଅଧିକାରୀଙ୍କ ମନଇଚ୍ଛା ରାସ୍ତା ଉପରେ ଗାଡ଼ି ଛିଡ଼ା କରି ଯାଞ୍ଚକୁ ବିରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳରେ ବ୍ୟାଘାତ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି।

ଅଭିଯୋଗରୁ ପ୍ରକାଶ, ଆର୍‌ଟିଓ ଅଧିକାରୀମାନେ ମନଇଚ୍ଛା ଯେଉଁଠି ପାରୁଛନ୍ତି ଗାଡ଼ି ଛିଡ଼ା କରି ଯାଞ୍ଚ କରୁଛନ୍ତି। ଫଳରେ ଉକ୍ତ ରାସ୍ତାରେ ପ୍ରବଳ ଭିଡ଼ ହେଉଛି। ଗାଡ଼ି ଗୁଡ଼ିକ ଦୀର୍ଘ ସମୟ ଧରି ରାସ୍ତା ପାଖରେ ଛିଡ଼ା ହେଉଛନ୍ତି। ଏହା ଅନେକ କ୍ଷେତ୍ରରେ ଦୁର୍ଘଟଣାର କାରଣ ପାଲଟୁଛି।



from Odisha Reporter https://ift.tt/2Pt5Mg9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages