ଘରେ ଅଯଥା ଅଶାନ୍ତିର କାରଣ ହୋଇପାରେ ରୋଷେଇ ଘରର ଅବସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଘରେ ଅଯଥା ଅଶାନ୍ତିର କାରଣ ହୋଇପାରେ ରୋଷେଇ ଘରର ଅବସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଘର ତିଆରି କଲାବେଳେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଆମ ପୂର୍ବଜମାନେ ଗୃହ ନିର୍ମାଣ ପାଇଁ ବାସ୍ତୁ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ କିଛି ନିୟମ ଉଲ୍ଲେଖ କରିଛନ୍ତି। ଘର ତିଆରିବେଳେ ଏସବୁ ନ ମାନିଲେ, ଭବିଷ୍ୟତରେ ନାନା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ।

ଘରଟି କେଉଁ ଦିଗରେ ହେବ, କେଉଁ କୋଣରେ କ’ଣ ରହିବ, ଘର ଆଖପାଖରେ କ’ଣ ରହିବା ଉଟିତ୍‌ ଓ କ’ଣ ରହିବା ଅନୁଚିତ୍, ବାସ୍ତୁ ଶାସ୍ତ୍ରରେ ଏ ନେଇ ବିସ୍ତୃଚ ପରାମର୍ଶ ଦିଆଯାଇଛି। ଘରର ପ୍ରତି କୋଣ ଓ କୋଠରୀ ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ସେହିପରି ରୋଷେଇ ଘରର ଅବସ୍ଥିତି ସମ୍ପର୍କରେ ମଧ୍ୟ ବାସ୍ତୁ ଶାସ୍ତ୍ରରେ ସ୍ୱତନ୍ତ୍ର ପରାମର୍ଶ ଦିଆଯାଇଛି।

କୁହାଯାଏ ରୋଷେଇ ଘର ହେଉଛି ଘରର ମୁଖ୍ୟ ଅଂଶ। ଏଠାରେ ତିଆରି କରାଯାଉଥିବା ଖାଦ୍ୟ ପରିବାରର ସମସ୍ତଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିଥାଏ। ତେଣୁ ରୋଷେଇ ଘରର ଅବସ୍ଥିତି ପ୍ରତି ଧ୍ୟାନ ଦେବ ନିହାତି ଆବଶ୍ୟକ। କାରଣ ରୋଷେଇ ଘରେ ବାସ୍ତୁଜନିତ ଦୋଷ ରହିଲେ, ଏହାର ଖରାପ ପ୍ରଭାବ ଉଭୟ ଖାଦ୍ୟ ଓ ରୋଷେଇ କରୁଥିବା ବ୍ୟକ୍ତିଙ୍କ ଉପରେ ପଡ଼ିବା ସହ ସାରା ପରିବାରର ସୁଖ ଓ ଶାନ୍ତିକୁ ନଷ୍ଟ କରିଦିଏ।

ତେବେ ଆଜି ଆମେ ରୋଷେଇ ଘର ସମ୍ପର୍କରେ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା କେତେକ ନିୟମ ବିଷୟରେ କହିବୁ।

୧. ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରୋଷେଇ ଘରର ଅବସ୍ଥିତି ସବୁବେଳେ ଘରର ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ୍‌।

୨. ରୋଷେଇ ଘରକୁ ସବୁବେଳେ ବେଡ୍‌ରୁମ୍‌ ପରି ସଫା ସୁତୁରା ରଖିବା ଉଚିତ୍‌। କାରଣ ଏଠାରେ ମା’ ଲକ୍ଷ୍ମୀ ବାସ କରୁଥିବା କୁହାଯାଏ। ତେଣୁ ଏହା ଅପରିଷ୍କାର ରହିଲେ, ମା’ ଲକ୍ଷ୍ମୀ କ୍ଷୁବ୍ଧ ହୋଇଥାନ୍ତି। ଫଳରେ ଘରେ ଅଭାବ ଅନଟନ ଲାଗି ରହିଥାଏ।

୩. ରୋଷେଇ ଘରେ ଚୁଲି ଓ ମାଇକ୍ରୋୱେଭ୍‌ ସର୍ବଦା ଅଗ୍ନି କୋଣରେ ରହିବା ଉଚିତ୍। ଯେଉଁ ଦିଗକୁ ସୂର୍ଯ୍ୟ ରଶ୍ମୀ ପଡ଼ୁଥିବ ଓ ପବନ ଆସୁଥିବ, ସେହି ଦିଗରେ ରଖିବା ମଧ୍ୟ ଶୁଭ।

୪. ରୋଷେଇ ଘରେ କେବେ ଖାଆନ୍ତୁ ନାହିଁ କି ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏହାକୁ ସବୁବେଳେ ସଫା ରଖନ୍ତୁ। ନହେଲେ ଲକ୍ଷ୍ମୀ ଛାଡ଼ି ଚାଲିଯିବା ସହ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥା’ନ୍ତି।

୫. କଦାପି ରୋଷେଇ ଘରକୁ ସିଡ଼ି ତଳେ ତିଆରି କରନ୍ତୁ ନାହିଁ। ଏହା ଅତ୍ୟନ୍ତ ଖରାପ। ଏହାଦ୍ୱାରା ଘରର ମୁଖିଆଙ୍କ ଦେହ ସବୁବେଳେ ଅସୁସ୍ଥ ରହେ ଓ ଘରେ ଅଯଥା ଝଗଡ଼ା ଓ ଅଶାନ୍ତି ସୃଷ୍ଟି ହୋଇଥାଏ।

୬. କେବେହେଲେ ରୋଷେଇ ଘରର ପାଣିଟ୍ୟାପ୍‌ ଖୋଲା ରଖନ୍ତୁ ନାହିଁ। କାରଣ ରୋଷେଇ ଘରେ ଯଦି ପାଇପ୍‌ରୁ ପାଣି ଅହରହ ବୋହୁଥାଏ, ତେବେ  ଅଯଥା ଖର୍ଚ୍ଚ ବଢ଼ିଯାଏ ଓ ପରେ ଧନର ଅଭାବ ଦେଖାଦିଏ।

୭. ଯଦି ରୋଷେଇ ଘରେ ଫ୍ରିଜ୍ ରଖୁଛନ୍ତି, ତେବେ କେବେ ହେଲେ ଏଥିରେ ଅଇଁଠା ଖାଦ୍ୟ ରଖନ୍ତୁ ନାହିଁ।



from Odisha Reporter https://ift.tt/2OIrbww

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages