ଆୟୁର୍ବେଦରେ ଏମିତି ରହିଛି ଡାଇବେଟିସ୍‌ର ଚିକିତ୍ସା ପଦ୍ଧତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଆୟୁର୍ବେଦରେ ଏମିତି ରହିଛି ଡାଇବେଟିସ୍‌ର ଚିକିତ୍ସା ପଦ୍ଧତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାରା ବିଶ୍ୱରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଏହି ଅନୁପାତରେ ଏହି ରୋଗର ନିଦାନ ପାଇଁ ମଧ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ପଦ୍ଧତି ବାହାରୁଛି। ତେବେ ଡାଇବେଟିସ୍‌ରୁ ସୁରକ୍ଷା ପାଇଁ ଅଧିକାଂଶ ଲୋକ ଏବେ ଏଲୋପ୍ୟାଥି ଓ ହୋମିଓପ୍ୟାଥି ଉପଚାର ପଦ୍ଧତି ତୁଳନାରେ  ଆୟୁର୍ବେଦିକ୍‌ ଚକିତ୍ସା ପଦ୍ଧତିକୁ ଅଧିକ ଆପଣାଉଥିବା ଜାଣାପଡିଛି। ଆୟୁର୍ବେଦରେ କୁହାଯାଇଥିବା ଉପଚାର ପଦ୍ଧତିର କୌଣସି ପାର୍ଶ୍ୱପ୍ରତିକ୍ରିୟା ନ ଥିବାରୁ ଏହା ଅଧିକ ମାତ୍ରାରେ ଲୋକାଦୃତ ହେଉଥିବା କୁହାଯାଉଛି।

ତେବେ ଆୟୁର୍ବେଦରେ କୁହାଯାଇଥିବା ପ୍ରାକୃତିକ ପଦ୍ଧତିରେ କେମିତି କରିପାରିବେ ଡାଇବେଟିସ୍‌ର ନିଦାନ, ଆସନ୍ତୁ ଜାଣିବା।

ଆୟୁର୍ବେଦରେ ଡାଇବେଟିସ୍‌କୁ ବିଭିନ୍ନ ନାମ ଦିଆଯାଇଛି। ଅଶଭା, ପ୍ରମେହ, ମଧୁମେହ, ମହାରୋଗ୍ୟ ଭଳି ନାଁରେ ଏହାର ନାମକରଣ କରାଯାଇଛି। ଏହା ସହ ଏହାର ପାରମ୍ପରିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ଆୟୁର୍ବେଦିକ୍‌ ଡାକ୍ତରଙ୍କ ସହ ପରାମର୍ଶ କରି ଖାଦ୍ୟ ଖାଇବାର ଶୈଳୀ ପରିବର୍ତ୍ତନରେ ମୁଖ୍ୟତଃ ଏଥିରେ ଗୁରୁତ୍ୱ ଦିଆଯାଇଛି।

ସକାଳୁ ସକାଳୁ ଖାଲି ପେଟରେ କଲରା ଜୁସ୍‌ ପିଇବା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଖୁବ୍‌ ଉପକାରୀ । ଏପରି କରିବା ଦ୍ୱାରା ଶରୀରରେ ରକ୍ତ ଶର୍କରାର ସ୍ଥତି ସନ୍ତୁଳିତ ରହିଥାଏ। ଯଦି ଏପରି ସବୁଦିନ କରିପାରୁ ନାହାନ୍ତି, ତେବେ ଅନ୍ତତଃ ସପ୍ତାହକୁ ମାତ୍ର ୨ ଥର ଏମିତି କଲେ ମଧ୍ୟ ଆପଣ ସୁଫଳ ପାଇବେ।

ସେହିପରି ମେଥିକୁ ରାତି ତମାମ୍‌ ପାଣିରେ ଭିଜାଇ ରଖି ଏହାକୁ ସକାଳୁ ସକାଳୁ ଗ୍ରାଇଣ୍ଡିଂ କରି ଖାଲି ପେଟରେ ପିଅନ୍ତୁ, ଡାଇବେଟିସ୍‌ରୁ ଅବଶ୍ୟ ମୁକ୍ତି ପାଇବେ।

ସପ୍ତାହକୁ ୨ ଥର ଅଁଳା ଜୁସ୍‌ ପିଅନ୍ତୁ। ଯଦି ଜୁସ୍‌ କରିବାକୁ ଅଁଳା ମିଳୁନାହିଁ। ତେବେ ବଜାରରେ ମିଳୁଥିବା ଅଁଳା ପାଉଡର୍‌ କିଣି ଖାଆନ୍ତୁ, ସୁଫଳ ପାଇବେ। ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ଷୀର ସହ ମଧ୍ୟ ଖାଇପାରିବେ।



from Odisha Reporter https://ift.tt/2Dmh4M9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages