
ନୂଆଦିଲ୍ଲୀ: କାନ୍ଦାହାର ବିମାନ ଅପହରଣର କାହାଣୀ ବର୍ତ୍ତମାନ ମଧ୍ୟ ସତେଜ ରହିଥିଲାବେଳେ ଜଣେ ପାଇଲଟ୍ଙ୍କ ଛୋଟିଆ ଭୁଲ୍ କିଛି ମିନିଟ୍ ପାଇଁ ବିମାନ କର୍ତ୍ତୃପକ୍ଷଙ୍କୁ ଡରାଇ ଦେଇଥିବା ଜଣାଯାଇଛି। କାନ୍ଦାହାରମୁହାଁ ଏହି ବିମାନ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ପାଇଲଟ୍ ଜଣକ ଭୁଲ୍ରେ ‘ହାଇଜାକ୍’ ବଟନ୍ ଦବାଇ ଦେବାରୁ ଏଭଳି ଘଟିଥିବା ଜଣାଯାଇଛି।
ଆରିଆନା ଆଫଗାନ୍ ଏୟାରଲାଇନ୍ସର ଏହି ବିମାନରେ ୧୪୨ଜଣ ଯାତ୍ର ଏବଂ ୯ଜଣ କ୍ରୁ ସଦସ୍ୟ ଥିଲେ। ପାଇଲଟ୍ଜଣକ ଏହି ବଟନ୍ ଦବାଇବା ପରେ ୨ ଘଣ୍ଟାର ସୁରକ୍ଷା ଯାଞ୍ଚ ହୋଇଥିଲା ଏବଂ ଏହାପରେ ଯାଇ ବିମାନ ଉଡ଼ିଥିଲା। ଆଲର୍ଟ ସାଇରନ୍ ବାଜିବାପରେ ଆତଙ୍କନିରୋଧୀ ଏନ୍ଏସ୍ଜି କମାଣ୍ଡୋ ତୁରନ୍ତ ବିମାନକୁ ଘେରି ଯାଇଥିଲେ। ୨ ଘଣ୍ଟାର ଯାଞ୍ଚ ସମୟରେ ଯାତ୍ରୀମାନେ ଭୟଭୀତ ଥିବା ଜଣାପଡ଼ୁଥିଲା।
ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହା କ୍ୟାପଟେନ୍ଙ୍କ ଭୁଲ୍ ପାଇଁ ହିଁ ହୋଇଥିଲା। ଉଡ଼ାଣ ପୂର୍ବରୁ ଦୁଇଥର ଯାଞ୍ଚ କରାଯାଇଥିଲା ଏବଂ ଯାତ୍ରୀମାନଙ୍କ ଜିନିଷର ପୁନର୍ବାର ଯାଞ୍ଚ ମଧ୍ୟ କରାଯାଇଥିଲା।
from Odisha Reporter https://ift.tt/2OEhgZ0
No comments:
Post a Comment