ମାଆର ମୃତ୍ୟୁ ଖବର ଦେବାକୁ ଆସୁଥିବା ବେଳେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ମାଆର ମୃତ୍ୟୁ ଖବର ଦେବାକୁ ଆସୁଥିବା ବେଳେ ଚାଲିଗଲା ଜୀବନ

ବାରିପଦା (ମାଣିକ୍‌ ଲାଲ୍‌ ପାଣି): ୫ ଦିନ ତଳେ ମାଆ ଚାଲିଯାଇଥିଲେ ଆରପାରିକୁ। ବନ୍ଧୁ ବାନ୍ଧବଙ୍କୁ ମାଆଙ୍କ ବିୟୋଗ ଖବର ଦେବାକୁ ଆସୁଥିବା ବେଳେ ସତ୍ୟନାରାୟଣଙ୍କ ଉପରେ ମାଡ଼ିଗଲା ବସ୍‌। ଘଟଣାସ୍ଥଳରେ ଚାଲିଗଲା ତାଙ୍କ ଜୀବନ। ସାଥୀରେ ଥିବା ଖୁଡ଼ିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ରାଇରଙ୍ଗପୁର ୩ ନମ୍ୱର ୱାର୍ଡ଼ର ସତ୍ୟନାରାୟଣ ବେରାଙ୍କ ମାଆଙ୍କ ମୃତ୍ୟୁ ୫ ଦିନ ତଳେ ହୋଇଥିଲା। ଏହି ଖବର ସମ୍ପର୍କୀୟଙ୍କୁ ଦେବା ପାଇଁ ସତ୍ୟନାରାୟଣ ତାଙ୍କ ଖୁଡ଼ି ସହିତ ଆଜି ବାଇକ୍‌ରେ ବାରିପଦା ଯାଉଥିଲେ। ୪୯ ନମ୍ୱର ଜାତୀୟ ରାଜପଥର ଝାଡ଼ପୋଖରୀଆ ବାଲିଆ ଛକରେ ଏକ ଘରୋଇ ବସ୍‌ ଯମଦୂତ ପରି ମାଡ଼ି ଆସିଲା। କ୍ଷଣକ ଭିତରେ ବସ୍‌ଟି ବାଇକ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ବସ୍ ଧକ୍କାରେ ସତ୍ୟନାରାୟଣ ଓ ତାଙ୍କ ଖୁଡ଼ିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ବସ୍‌ଟି ଓଲଟି ପଡ଼ିବାରୁ ତା’ ତଳେ ଚାପି ହୋଇ ହେଲ୍‌ପରଙ୍କର ମୃତ୍ୟୁ ଘଟିଛି। ବସ୍‌ ଭିତରେ ଥିବା ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲ୍‌କୁ ପଠା ଯାଇଛି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଏନ୍‌ଏଚ୍‌ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରାଯିବାରୁ ୩ ଘଣ୍ଟା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

ବସ୍‌ଟି ବାରିପଦାରୁ କେନ୍ଦୁଝର ଯାଉଥିବା ବେଳେ ୪୯ ନମ୍ୱର ଜାତୀୟ ରାଜପଥର ଝାଡ଼ପୋଖରୀଆର ବାଲିଆ ଛକରେ ବାଇକ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା।



from Odisha Reporter https://ift.tt/2DVtpb3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages