ଜନ୍ମକଲା ମା’ ଅଳିଆ ହୋଇଗଲା, ବାହାରକୁ ଫିଙ୍ଗିଦେଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ଜନ୍ମକଲା ମା’ ଅଳିଆ ହୋଇଗଲା, ବାହାରକୁ ଫିଙ୍ଗିଦେଲା ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଏ ବିଜୟ, ବିଜୟରେ, ଏ ବାପା, ଏ ବାପା, ମତେ ଘରୁ ତଡ଼ି ଦେଏନାରେ”।  ଏମିତି କଥା କହି ପୁଅକୁ ହାତଯୋଡି ନେହୁରା ହେଉଥାନ୍ତି ବୃଦ୍ଧା। ରାସ୍ତା କଡ଼ରେ ଘରୁ ତଡାଖାଇ ବସିଥାନ୍ତି ସେ। ପାରିପାର୍ଶ୍ୱିକ ସ୍ଥିତି ଏଇଆ ହିଁ କହୁଥାଏ ଯେ, ‘ମା’କୁ ପୁଅ ଘରୁ ତଡ଼ି ଦେଇଛି।’ ଯୋଉ ମା’ ଦିନେ ତାକୁ ପାଳି ପୋଷି ମଣିଷ କରିଥିଲା ସେଇ ମା’ ଆଜି ପୁଅପାଇଁ ଅଳିଆ ହୋଇଯାଇଛି। ନ ହେଲେ କ’ଣ ଟିକିଏ କଥାରେ ସେ ଘରୁ ବାହାର କରି ଦେଇଥାନ୍ତା ନା କ’ଣ ?

ଘଟଣାଟି ରାସ୍ତା କଡ଼ରେ ଘଟିଥିବାରୁ ବାଟରେ ଯାଆସ କରୁଥିବା ଲୋକେ କ୍ଷଣେ ଅଟକି ଏହି ଦୃଶ୍ୟ ଦେଖୁଥାନ୍ତି। କିଏ ଚୁଃ ବୋଲି କହି ଯାଉଥାଏ ତ କିଏ କହୁଥାଏ ଏଭଳି ଧର୍ମଛଡା ପୁଅକୁ ଧର୍ମ ସହିବନି। ହେଲେ ବୃଦ୍ଧାଙ୍କ କରୁଣ ପରିସ୍ଥିତି ଦେଖି  ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତି ସେଇ ତଥାକଥିତ ଧର୍ମଛଡା ପୁଅକୁ ବୁଝାଇବାକୁ ଚଷ୍ଟା କରୁଥାନ୍ତି। ମା’କୁ ଏମିତି ବାଟ ମଝିରେ ବସାଇ ତାମ୍‌ସା କରିବା ଭଲ ନୁହେଁ ବୋଲି କହୁଥାନ୍ତି। ହେଲେ ଯୋଗ୍ୟର ପୁଅ ‘ବିଜୟ’ ମା’କୁ କାହିଁକି ଘରକୁ ନେବି ବୋଲି କହି ପାଲଟା ପ୍ରଶ୍ନ କରୁଥାନ୍ତି।

ଏମିତି ହୃଦୟ ବିଦାରକ ଦୃଶ୍ୟ ସମ୍ମଳିତ ଭିଡିଓଟିଏ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଦୁଭାଗ୍ୟକୁ ଏ ଦୃଶ୍ୟଟି ହେଉଛି ଆମ ରାଜ୍ୟର। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଅନ୍ତର୍ଗତ ଆଗରପଡ଼ା ନିକଟସ୍ଥ ଆଡ଼ିଆ ଗାଁରେ ଏହି ଦୃଶ୍ୟ। ଖବର ନେବାରୁ ଜଣାପଡିଛି, ସମ୍ପୃକ୍ତା ବୃଦ୍ଧାଙ୍କର ୪ ପୁଅ। ବଡପୁଅ ହେଡ୍‌ ମାଷ୍ଟର, ବଡ଼ ମଝିଅଁ ଦୋକାନ ଦେଇଛି ଆଉ ସାନ ୨ ପୁଅ ଚାଷ ବାସ କରି ଚଳନ୍ତି। ବୃଦ୍ଧାଙ୍କ ସ୍ୱାମୀ ବଞ୍ଚିଛନ୍ତି। ଆଉ ୪ ପୁଅ ହୋଇଥିବାରୁ ସମସ୍ତେ ପାଳି କରି ବୁଢା-ବୁଢି ୨ଟାଙ୍କୁ ମାସେ ଲେଖାଏଁ ପାଖରେ ରଖନ୍ତି।

ମାଷ୍ଟର ଚାକିରିଆ ବଡ଼ପୁଅର ପାଳି ଥିଲା ଏ ମାସରେ ସେ ମା’କୁ ରଖିବ। ପାଳି ଥିବାରୁ ମା’କୁ ପାଖରେ ରଖିଥିଲେ ବି ବାବୁଙ୍କ ଆନ୍ତରିକତା ଏହି ଭିଡିଓ ଦେଖି ସ୍ପଷ୍ଟ ହୋଇଛି। ଘରେ ସାମାନ୍ୟ କଥାରୁ ସେ ଜନ୍ମକଳା ମା’କୁ ଦାଣ୍ଡରେ ଫିଙ୍ଗି ଦେଇଛନ୍ତି।

ଏ କଥା ପଢିଲା ପରେ ଆପଣଙ୍କୁ ଆମେ ପ୍ରଶ୍ନଟିଏ ପଚାରୁଛୁ। କହିଲେ ଦେଖି ସତରେ କ’ଣ ମା’ ଅଳିଆ ହୋଇପାରେ ?



from Odisha Reporter https://ift.tt/2Ri96I4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages