ମୁହଁ ଖୋଲିଲେ ବିଜେଡି ସାଂସଦ: ବିଶାଲଙ୍କ ଦୁର୍ବ୍ୟବହାରକୁ ନିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ମୁହଁ ଖୋଲିଲେ ବିଜେଡି ସାଂସଦ: ବିଶାଲଙ୍କ ଦୁର୍ବ୍ୟବହାରକୁ ନିନ୍ଦା

ସମ୍ୱଲପୁର (ସଞ୍ଜୟ କୁମାର ଜେନା): କ୍ରୀଡ଼ା ସଚିବ ବିଶାଲ ଦେବ ଓଟିଭି ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ । ଗଣମାଧ୍ୟମକୁ ବିରୋଧ କରିବାର ଅଧିକାର ଅଫିସରଙ୍କର ନାହିଁ ବୋଲି ସେ କହିଛନ୍ତି।

ସମ୍ୱଲପୁରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“ଗଣମାଧ୍ୟମ ହେଉଛି ଚତୁର୍ଥ ସ୍ତମ୍ଭ। ଏହାକୁ ଅପମାନିତ କରିବାର କାହାର ଅଧିକାର ନାହିଁ। ଯେଉଁମାନେ ଦୁର୍ବ୍ୟବହାର କରୁଛନ୍ତି, ସେମାନଙ୍କୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି। ଏହାଛଡ଼ା ଗଣମାଧ୍ୟମକୁ ଦୁର୍ବ୍ୟବହାର କରିବାର ନୈତିକ ଅଧିକାର ଅଫିସରମାନଙ୍କର ନାହିଁ। କ’ଣ ପାଇଁ ଏମିତି ହେଲା ମୋତେ ଆଶ୍ଚର୍ଯ୍ୟ ଲାଗୁଛି।”

ହାଇକୋର୍ଟର ସ୍ଥାୟୀ ବେଞ୍ଚ ନେଇ ଶ୍ରୀ ପ୍ରଧାନ କହିଛନ୍ତି-“ସମ୍ୱଲପୁର ହେଉଛି ଓଡ଼ିଶାର ଦ୍ୱିତୀୟ ରାଜଧାନୀ। ସେହି ଦୃଷ୍ଟିରୁ ଏଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା କଥା। କିଏ କ’ଣ କହିଲା, ସେ ସମ୍ପର୍କରେ ମୋର କିଛି କହିବାର ନାହିଁ। ସମଗ୍ର ଭାରତ ବର୍ଷରେ ଆପଣ ଯାହାକୁ ପଚାରିବେ ସେ ସମ୍ୱଲପୁରକୁ ଓଡ଼ିଶାର ଦ୍ୱିତୀୟ ସହର କହିବ। ଜଣେ ସାଂସଦ ହିସାବରେ ମୁଁ ମତ ରଖିଛି ଓ ବିଭିନ୍ନ ପର୍ଯ୍ୟାୟରେ ମୋର ନେତାଙ୍କୁ ଅବଗତ କରାଇଛି। ନିଷ୍ପତ୍ତି ସରକାର ନେବେ। କିନ୍ତୁ ମୋର ଦାବି ହାଇକୋର୍ଟର ସ୍ଥାୟୀ ବେଞ୍ଚ ସମ୍ୱଲପୁରରେ ହେଉ। ଅଢ଼େଇ ବର୍ଷ ତଳେ ମୁଁ କହିଥିଲି, ମହାରାଷ୍ଟ୍ରର ନାଗପୁର ଓ ଜମ୍ମୁ-କାଶ୍ମୀରର ଜମ୍ମୁରେ ଯଦି ବିଧାନସଭାର ଗୋଟିଏ ସେସନ୍‌ ବସି ପାରୁଛି, WDCଙ୍କ ସ୍ୱୀକୃତି ସତ୍ତ୍ୱେ ମଧ୍ୟ ସମ୍ୱଲପୁରରେ କାହିଁକି ବିଧାନସଭାର ଗୋଟିଏ ସେସନ୍‌ ବସି ପାରିବ ନାହିଁ? ୧୯୬୧ ମସିହାରେ ବିଜୁ ପଟ୍ଟନାୟକ ସ୍ୱପ୍ନ ଦେଖିଥିଲେ ପଛୁଆ ଅଞ୍ଚଳ ଭାବେ ସମ୍ୱଲପୁରରେ ଗୋଟିଏ ସେସନ୍‌ ବସୁ। ଅତିକମ୍‌ରେ ୭ ଦିନିଆ ସେସନ୍‌ ବସୁ। ଏହା ସମ୍ଭବ ହେଲେ ଏହି ଅଞ୍ଚଳର ବିକାଶ ହୋଇପାରିବ।”

‘ଉତ୍କଳ ଭାରତ’ ସଭାପତି ଖାରବେଳ ବାବୁଙ୍କୁ ମାଡ଼ ନେଇ ନଗେନ୍ଦ୍ର ପ୍ରଧାନ କହିଛନ୍ତି-“ଗଣତାନ୍ତ୍ରିକ ପଦ୍ଧତିରେ ଏପରି କାର୍ଯ୍ୟକୁ ମୁଁ ପସନ୍ଦ କରେ ନାହିଁ। ଏହାକୁ ମୁଁ ନିନ୍ଦା କରୁଛି। ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ କରିଥିବା ଯୁବକ ବିଜେଡିର ନୁହେଁ ବୋଲି ପୂର୍ବରୁ ସ୍ଥାନୀୟ ସାଂସଦ ତଥା ଏନ୍‌. ଭାସ୍କର ରାଓ ସ୍ପଷ୍ଟ କରିଛନ୍ତି। ତେଣୁ ସେ ବିଷୟରେ କିଛି କହିପାରିବି ନାହିଁ।”

ଡାକ୍ତର ଦାମୋର ରାଉତଙ୍କ ନୂଆ ଦଳ ଗଠନ ଓ ଅପରାଜିତା ଷଡଙ୍ଗୀ ବିଜେପିରେ ମିଶିଲେ କିଛି ପ୍ରଭାବ ପଡ଼ିବ କି ପ୍ରଶ୍ନରେ ନଗେନ୍ଦ୍ର କହିଛନ୍ତି-“ବିଜେଡି ବର୍ତ୍ତମାନ କ୍ଷମତାରେ ରହିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କର ଦୃଢ଼ ବିଶ୍ୱାସ ରହିଛି। ଶୃଙ୍ଖଳିତ ଭାବେ ଆମେ ଅଛୁ ଓ ଲୋକଙ୍କ ପାଇଁ କାମ କରୁଛୁ। ତେଣୁ ଏହାର ପ୍ରଭାବ ଆମ ଦଳ ଉପରେ ପଡ଼ିବ ନାହିଁ। ଅପରାଜିତା ଷଡଙ୍ଗୀଙ୍କ ନିର୍ମଳ ଭାବମୂର୍ତ୍ତି ଅଛକି ନାହିଁ ସମୟ କହିବ। ୧୦ରୁ ୧୫ ଦିନ ବା ମାସେ ଭିତରେ ସବୁ ସ୍ପଷ୍ଟ ହୋଇଯିବ। ଆମେ ବହୁ କଥା ଜାଣିଛୁ, ସବୁ ଗୁମର ଲୋକେ ଖୋଲିଦେବେ।”



from Odisha Reporter https://ift.tt/2zrPwlB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages