ବୋଲ୍ଡନେସ୍‌ର ସବୁ ସୀମା ଟପିଗଲେ ସାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ବୋଲ୍ଡନେସ୍‌ର ସବୁ ସୀମା ଟପିଗଲେ ସାରା

ମୁମ୍ବାଇ: ଟେଲିଭିଜନ ଲୋକପ୍ରିୟ ଶୋ’ ‘ବିଦାୟୀ’ ଫେମ୍‌ ଓ ବିଗ୍‌ବସ୍‌ର ପୂର୍ବତନ ପ୍ରତିଯୋଗୀ ସାରା ଖାନ୍‌ କିଛି ଦିନ ହେବ ନିଜ ହଟ୍‌ ଅନ୍ଦାଜ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି। ଖାଲି ବୋଲ୍ଡ ଫଟୋ ଶୁଟ୍‌ ନୁହେଁ, ଏଥର ସାରା ଏମିତି କିଛି କାମ କରିଛନ୍ତି ଯାହାକୁ ଦେଖିଲେ ଆପଣ ବି କହିବେ ‘ସାରା ସୀମା ଟପିଗଲେ’ ବୋଲି।

ବିଦାୟୀରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିବା ସାରା ନିଜର ନୂଆ ମ୍ୟୁଜିକ୍‌ ଆଲ୍‌ବମ୍‌ ରିଲିଜ୍‌ କରିଛନ୍ତି। ଏହି ଗୀତର ନାଁ ‘ବ୍ଲାକ୍‌ ହାର୍ଟ୍‌’। ସ୍ଲେଶ୍‌ ପ୍ରଡକ୍ସନ ସହ  ମିଶି ସାରା ନିଜେ ଏହାକୁ ପ୍ରଡ୍ୟୁସ୍‌ କରିଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ଏହି ଭିଡିଓକୁ ସେ ଶେୟାର କରିଛନ୍ତି। କିନ୍ତୁ ସାରାଙ୍କର ଏହି ବୋଲ୍ଡ୍‌ ଅନ୍ଦାଜ୍‌ ଫ୍ୟାନ୍‌ଙ୍କୁ ପସନ୍ଦ ଆସିନି।  ଆଉ ସେ ମୁସ୍‌ଲିମ୍‌ ହୋଇ ଏଭଳି କରିବା ଶୋଭା ପାଉନି ବୋଲି ଅନେକ କଟାକ୍ଷ କରି କହିଛନ୍ତି। ଏହା ସହ ଏମିତି ଅନେକ ତାଙ୍କର ଏହି ଭିଡିଓ ଉପରେ କମେଣ୍ଟ୍‌ କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି- ‘ସାରା ତୁମେ ନିଜ ଧର୍ମ କାହିଁ ବଦଳେଇ ଦଉନ, ତୁମ ଭଳି ଅଭିନେତ୍ରୀ ଟଙ୍କା ରୋଜଗାର କରିବାକୁ କିଛି ବି କରି ପାରନ୍ତି।

ଅନ୍ୟ ଜଣେ ୟୁଜର ତାଙ୍କୁ କଣ୍ଟ୍ରୋଭର୍ସି କୁଇନ୍‌ ରୀକ୍ଷୀ ସାୱନ୍ତଙ୍କ ସହ ତୁଳନା କରିଛନ୍ତି। କହିଛନ୍ତି ‘ତୁମଠୁ ଭଲ ରାକ୍ଷୀ ସାୱନ୍ତ । କାହିଁକିନା, ସେ କେବେ ପରଦା ଉପରେ କପଡ଼ା ଖୋଲନ୍ତି ନାହିଁ।’

ସୂଚନାଯୋଗ୍ୟ, ଏହା ପୂର୍ବରୁ  ଏକ ମ୍ୟୁଜିକ୍‌ ଭିଡିଓ ‘ତେରା ଜିସ୍ମ ରିଲିଜ୍‌ ହୋଇଥିଲା। ଏହି ଭିଡିଓରେ ବି ସାରା ସେକ୍ସି ଅନ୍ଦାଜରେ ସବୁ ସୀମା ପାର୍‌ କରି ଦେଇଥିଲେ। ଖାଲି ଏତିକି ନୁହେଁ ସାରା ନିଜ ଭଉଣୀ ସହ ବାଥ୍‌ ଟବ୍‌ରେ ବିକିନି ପିନ୍ଧି ପୋଜ୍‌ ଦେବା ମଧ୍ୟ ଦେଖିବାକୁ ମିଳିଥିଲା।

ଏଥିରେ ସେ ନିଜ ସଫେଇଦେଇ କହିଥିଲେ, ‘‘ମତେ ଜଣା ନ ଥିଲା ଯେ ଏମିତି କ’ଣ ଘଟୁଛି। ଏହି ଭିଡିଓ ମୋ ଭଉଣୀ କରିଥିଲେ।  କିନ୍ତୁ ପରେ ଯେତେ ବେଳେ ସେ ଜାଣିଲେ ଏହା ଖୁବ୍ ଆପତ୍ତିଜନକ ତାକୁ ସେ ଡିଲିଟ୍‌ କରି ଦେଇଥିଲେ। ସେ ନିଶାରେ ଥିଲେ। ଆମେ ମଜା ମସ୍ତି କରୁଥିଲୁ ଏମିତି ଭୁଲ୍‌ରେ ହୋଇଯାଇଥିଲା।’’



from Odisha Reporter https://ift.tt/2QfFwWe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages