
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଇର୍ଫାନ୍ ଖାନ୍, ସୋନାଲୀ ବେନ୍ଦ୍ରେ ଓ ଆୟୁଷ୍ମାନ୍ ଖୁରାନାଙ୍କ ପତ୍ନୀଙ୍କ ପରେ ଏବେ କ୍ୟାନ୍ସର ଭଳି ଭୟଙ୍କର ରୋଗରେ ପଡିଛନ୍ତି ଅଭିନେତ୍ରୀ ନଫିସା ଅଲ୍ଲୀ। ତାଙ୍କ ରୋଗ ଏବେ ତୃତୀୟ ସ୍ଥରରେ ପହଞ୍ଚିଛି। ନିକଟରେ ସେ ସୋନିଆ ଗାନ୍ଧୀଙ୍କ ସହ ନିଜ ଫଟୋ ଶେୟାର୍ କରି ଇନ୍ଷ୍ଟାଗ୍ରାମ୍ ଜରିଆରେ ଏହି ବିଷୟରେ ଜଣାଇଛନ୍ତି।
ନଫିସା ଏକାଧାରାରେ ଜଣେ ଅଭିନେତ୍ରୀ, ଜାତୀୟ ସନ୍ତରଣ ଚାମ୍ପିଅନ୍, ଲେଖିକା ଓ ଅଭିନେତ୍ରୀ ।
ମୂଳତଃ ଏହି ବଙ୍ଗଳା ଅଭିନେତ୍ରୀ ଜଣକ ପୂର୍ବରୁ ଅମିତାଭ୍ ବଚ୍ଚନ୍ଙ୍କ ସହ ‘ମେଜର ସାବ୍’, ହ୍ରିତିକ୍ ରୋଶନ୍ଙ୍କ ସହ ‘ଗୁଜାରିସ୍’, ଧର୍ମେନ୍ଦ୍ରଙ୍କ ସହ ‘ୟମ୍ଲା ପଗ୍ଲା ଦିୱାନା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।
ଏହା ପୂର୍ବରୁ ସୋନାଲୀ ବେନ୍ଦ୍ରେ କର୍କଟ ରୋଗରେ ପୀଡ଼ିତ ହେବା ଭଳି ଘଟଣା ଫ୍ୟାନ୍ଙ୍କୁ ଖୁବ୍ ଦୁଃଖିତ କରିଥିଲା। ଅନ୍ୟପଟେ ଇର୍ଫାନ୍ ଖାନ୍ଙ୍କୁ କର୍କଟ ରୋଗ ହେବା ଘଟଣା ଯେତେବେଳେ ସାମ୍ନାକୁ ଆସିଲା ସେତେବେଳେ ତାଙ୍କ ଫ୍ୟାନ୍ଙ୍କୁ ଖୁବ୍ ଝଟ୍କା ଲାଗିଥିଲା। ଏବେ ନଫିସାଙ୍କ କଥା ମଧ୍ୟ ଅନେକ ସିନେ ପ୍ରେମିଙ୍କୁ ବ୍ୟଥିତ କରିଛି।
from Odisha Reporter https://ift.tt/2ToOnno
No comments:
Post a Comment