ହଜାରେ ଗଛ କଟିବା ପରେ ଗଛକଟା ବନ୍ଦ ପାଇଁ ନବୀନଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ହଜାରେ ଗଛ କଟିବା ପରେ ଗଛକଟା ବନ୍ଦ ପାଇଁ ନବୀନଙ୍କ ନିର୍ଦ୍ଦେଶ

tree

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ସହସ୍ରାଧିକ ଗଛ କଟାଯିବା ଘଟଣା ବିବାଦୀୟ ହେବା ପରେ ତୁରନ୍ତ ଗଛ କଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ଆର୍‌ଡିସିଙ୍କୁ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡି ଜଙ୍ଗଲରେ ପୁଲିସ ଛାଉଣୀ କରି ଶାଳ ସମେତ ପ୍ରାୟ ହଜାରେ ମୂଲ୍ୟବାନ ଗଛ କଟାଯାଇଥିଲା। ଏହାକୁ ବିରୋଧ କରି ପୁଲିସ୍-ସାଧାରଣ ଲୋକ ହାତାହାତି ହେବା ସହ ପୁଲିସ ୨୦ ଜଣଙ୍କୁ ଅଟକ ମଧ୍ୟ ରଖିଥିଲା। ଝିଙ୍କରଗଡ଼ିରେ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ପୂର୍ବରୁ ବଳରାମପୁର ଗାଁ ଲୋକେ ଆନ୍ଦୋଳନ ବି କରିଥିଲେ।

ଢେଙ୍କାନାଳରେ ଗଛକଟା ବନ୍ଦ ଓ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଆଇନ ଅନୁସାରେ କେନ୍ଦ୍ରର ବିନା ଅନୁମତିରେ ଗଛ କଟାଯାଇଛି। ତେଣୁ ଏହା ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ସେ କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନଜର ବାହାରେ ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍ସ ଏପରି କରିଥିବା ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2A23cmP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages