ହକି ବିଶ୍ୱକପ୍‌: ଅତିଥିଙ୍କ ସହ କେମିତି ରହିବ ବ୍ୟବହାର? ତାଲିମ ନେଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ହକି ବିଶ୍ୱକପ୍‌: ଅତିଥିଙ୍କ ସହ କେମିତି ରହିବ ବ୍ୟବହାର? ତାଲିମ ନେଲା ପୁଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ହେବ ହକି ବିଶ୍ୱକପ୍‌। ଏଥିପାଇଁ ସଜେଇ ହେଲାଣି ରାଜଧାନୀ। ତେବେ ଦେଶ ଓ ବିଦେଶରୁ ଆସୁଥିବା ଅତିଥିଙ୍କ ସହିତ କେମିତି କଥାବାର୍ତ୍ତା କରାଯିବ? ଡ୍ରେସ କୋଡ୍ କିପରି ରହିବ? ଆଚରଣ ଓ ଉଚ୍ଚାରଣ କେମିତି କରାଯିବ? ସେ ନେଇ ପୁଲିସ କର୍ମୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ। ପ୍ରାୟ ୨୪୦ ଜଣ ପୁଲିସ କର୍ମଚାରୀ ତାଲିମ ନେଉଛନ୍ତି। ଏୟାରହୋଷ୍ଟେସ ଶିକ୍ଷାନୁଷ୍ଠାନ ଫ୍ରାଙ୍କଫିନ୍‌ର ଟ୍ରେନର୍ ୨ଦିନ ଧରି ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

ଆଶା କରାଯାଉଛି, ସେମାନେ ଏହି ଟ୍ରେନିଂରୁ ପାଇଥିବା ଶିକ୍ଷା ବିଶ୍ୱକପ ସରିବା ପରେ ବି କଟକ ଓ ଭୁବନେଶ୍ୱରର ଜନସାଧାରଣଙ୍କ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିବେ।

ପ୍ରତି ହକି ଟିମ୍‌ ସାଙ୍ଗରେ ସଫାରୀ ପିନ୍ଧା ୨ ଜଣ ପିଏସ୍‌ଓ ରହିବା ସହ ସେମାନଙ୍କ ବସ୍‌ ସାମ୍ନାରେ ପାଇଲଟ୍‌ ଓ ଏସ୍‌କର୍ଟ ରହିବ। ମ୍ୟାଚ ବେଳେ ଖାକି ୟୁନିଫର୍ମ ପିନ୍ଧା ପୁଲିସ ଓ ଟ୍ରାକସୁଟ୍‌ ପିନ୍ଧା ୫ ଶହ ପୁଲିସ କର୍ମୀ ରହିବେ। ଏୟାରପୋର୍ଟ, ଷ୍ଟାଡ଼ିୟମ ଗେଟ୍‌ ଏଣ୍ଟ୍ରି ଓ ଉଦଘାଟନୀ କାର୍ଯ୍ୟକ୍ରମ, ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସମୟରେ ଖାକି ପୋଷାକ ପିନ୍ଧା ପୁଲିସ ମୁତୟନ କରାଯିବ।

ସହରର ବିଭିନ୍ନ ସ୍ଥାନରେ ୧୫ଟି ‘ମେ ଆଇ ହେଲପ୍‌ ୟୁ’ ସେଣ୍ଟର ଖୋଲାଯିବ। ପାର୍କିଂ ପାଇଁ ଜନତା ମଇଦାନ, ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆ, ପୁରୁଣା ଏଜି କଲୋନୀ, ନୂଆପଲ୍ଲୀ ବେହେରା ସାହି ପଡ଼ିଆ ଆଦି ଚିହ୍ନଟ କରାଯାଇଛି। ଷ୍ଟାଡିୟମ୍‌ ଭିତରକୁ ପାଣି ବୋତଲ, ଖାଦ୍ୟ ଓ କଏନ ନେବାକୁ ବାରଣ କରାଯାଇଛି ବୋଲି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି।

ଖେଳାଳି ଓ ଅତିଥି ପହଞ୍ଚିବାଠାରୁ ଆରମ୍ଭ କରି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଓ ବିଶ୍ୱକପ୍‌ ଶେଷ ହେବା ପର୍ଯ୍ୟନ୍ତ ମୋଟ ୩ ଶହ ଅଫିସର ନିୟୋଜିତ ରହିବେ। ୭୫ପ୍ଲାଟୁନ ଫୋର୍ସ, ୩୦ଜଣ ଇନ୍ସପେକ୍ଟର, ୨୫ଜଣ ଆଡିସନାଲ୍‌ ଏସ୍‌ପି. ଓ ଡିଏସ୍‌ପି ରାଙ୍କ ଅଫିସର ମୁତୟନ ରହିବେ।



from Odisha Reporter https://ift.tt/2KeAsvV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages