‘ନବୀନ ପାଣ୍ଡିଆନ୍‌ଙ୍କୁ ଗାଦି ଛାଡ଼ି ଦିଅନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

‘ନବୀନ ପାଣ୍ଡିଆନ୍‌ଙ୍କୁ ଗାଦି ଛାଡ଼ି ଦିଅନ୍ତୁ’

tree

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ମଦ ଫ୍ୟାକ୍ଟ୍ରି ପାଇଁ ଶହ ଶହ ଗଛ କଟା ଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଉପରେ ଗ୍ରାମବାସୀ ବିଷ ଓଗାଳିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ଗଛ କାଟିବାକୁ କିଏ ନିର୍ଦ୍ଦେଶ ଦେଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ପାଣ୍ଡିଆନଙ୍କ ନାଁ ଉଠୁଥିବାରୁ, ଏହାକୁ ନେଇ ମଧ୍ୟ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଗ୍ରାମବାସୀ। “ଯଦି ମୁଖ୍ୟମନ୍ତ୍ରୀ କିଛି ଜାଣିପାରୁନାହାନ୍ତି, ତେବେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ଛାଡିଦିଅନ୍ତୁ” ବୋଲି ସିଧାସଳଖ କହିଛନ୍ତି।

ଆଜି ମଧ୍ୟ ଗଛକଟାକୁ ନେଇ ବଳରାମପୁରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା। ଗ୍ରାମବାସୀ କହିଛନ୍ତି, “ଶୁଣିବାକୁ ମିଳୁଛି, ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି। ଯଦି ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି, ତେବେ କାହା ନିର୍ଦ୍ଦେଶରେ ପ୍ରଶାସନ ଚାଲୁଛି। ଏବେ ପାଣ୍ଡିଆନ ଓଡ଼ିଶାରେ ହଇଚଇ ସୃଷ୍ଟି କରିଛନ୍ତି। ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନା ନବୀନ ପଟ୍ଟନାୟକ ? ଯଦି ମୁଖ୍ୟମନ୍ତ୍ରୀ ଜାଣିପାରୁନାହାନ୍ତି, ତାଙ୍କ ଅପାରଗତାର ପରିଚୟ ଦେଇ ଇସ୍ତଫା ଦିଅନ୍ତୁ ଏବଂ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାନ୍ତୁ।”

ଭୟରେ ତଞ୍ଚକତା କଲେ

ଫ୍ୟାକ୍ଟ୍ରି ନହେବା ଭୟରେ ସରକାର ଆମ ସହ ତଞ୍ଚକତା କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କହିଛନ୍ତି, “ଆମେ ଏନେଇ ଏନ୍‌ଜିଟିକୁ ଲେଖିଥିଲୁ। ୨୦ ତାରିଖରେ ଏହାର ଶୁଣାଣି ହେବାର ଥିଲା। ସରକାର ଅପେକ୍ଷା ନକରି କାଳେ ଏନ୍‌ଜିଟି ଅଟକାଇ ଦେବ, ସେଇ ଭୟରେ ତଞ୍ଚକତା କରି ରାତି ଅଧିଆ ଜଙ୍ଗଲକୁ କାଟିଦେଲେ।”

ଶହ ଶହ ଗଛ କଟିବା ପରେ ମୁଖ୍ୟମନ୍ତ୍ରୀ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ। ହେଲେ ଏବେ ନିର୍ଦ୍ଦେଶ ଦେଇ ଲାଭ କ’ଣ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

କିଏ କରିବ କ୍ଷତି ଭରଣା ?

ଏତେ ସଂଖ୍ୟାରେ ଗଛ କଟିବା ପରେ ଯେଉଁ କ୍ଷତି ହୋଇଛି ତାହା ପୂରଣ କେମିତି ହେବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। କହିଛନ୍ତି, “ପୂର୍ବ ପୁରୁଷରୁ ଆମେ ଏ ଜଙ୍ଗଳକୁ ବଞ୍ଚାଇ ରଖିଥିଲୁ। ଏବେ ଏହାର ଭରଣା କେମିତି ହେବ ? ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଦେଲେ। ତହସିଲଦାର କି ଜିଲ୍ଲାପାଳଙ୍କୁ ନିଲମ୍ବନ କରିଦେବେ। ଏହା କ’ଣ ସମାଧାନର ବାଟ।”

ଗ୍ରାମବାସୀ ଆହୁରି କହିଛନ୍ତି, “ଏହା ୬୦୦ ଏକରର ଜଙ୍ଗଲ। ଏ ଜଙ୍ଗଲ ଝିଙ୍କରଗଡ଼ି ନାଁରେ ପରିଚିତ। ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ପ୍ରଶାସନ ଏହାକୁ ଗୋଚରରୁ ପତିତ କରି ଇଡକୋକୁ ହସ୍ତାନ୍ତର କରିଛି। ଜଙ୍ଗଳକୁ ଯେତେବେଳେ ଇଡକୋକୁ ଦିଆଗଲା, ସେତେବେଳେ ମଧ୍ୟ ଆମେ ବିରୋଧ କରିଥିଲୁ। ଏହି ୬୦୦ ଏକର ଜଙ୍ଗଲରେ ବହୁ ବନ୍ୟଜନ୍ତୁ ରହୁଥିବା ଜଣାଇଥିଲୁ। ଏବେ ବି ଏଠାରେ ୩୫ଟି ହାତୀ ରହୁଛନ୍ତି। ଏମାନେ ବଳରାମପୁର ଜଙ୍ଗଲରୁ ହିନ୍ଦୋଳ ଜଙ୍ଗଲକୁ ଯିବା ଆସିବା କରିଥାନ୍ତି। ଏଠାରେ ଜଙ୍ଗଲ କଟା ଯାଉଥିବାରୁ ହାତୀ ଜନବସତି ଓ ଚାଷ ଜମିରେ ପଶୁଛନ୍ତି। ଆମର ତ ଯାହା କ୍ଷତି ହେବାର ହୋଇସାରିଲାଣି, ଏବେ ବନ୍ୟଜନ୍ତୁଙ୍କ ସୁରକ୍ଷା କେମିତି ହେବ ?”

ସୂଚନାଯୋଗ୍ୟ, ଗଛ କଟା ଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ମହିଳାମାନେ ନିଜ ଆତ୍ମୀୟଙ୍କୁ ହରାଇଥିବା ପରି କଟା ଗଛର ଗଣ୍ଡିକୁ ଧରି କାନ୍ଦୁଥିଲେ। ଏପରିକି ଅସ୍ତିତ୍ୱ ହରାଇ ସାରିଥିବା ଗଛର ଗଣ୍ଡିକୁ ଧୂପଦୀପ ଦେଇ ପୂଜା କରି ସେମାନଙ୍କ ସଦ୍‌ଗତି କାମନା କରିଥିଲେ। ଖାଲି ସେତିକି ନୁହେଁ ଆତ୍ମୀୟଙ୍କ ଯେମିତି ଦଶାହ କାର୍ଯ୍ୟ କରିଥାନ୍ତି, ଠିକ୍‌ ସେମିତି କଟା ଗଛଙ୍କର ଦଶାହ କରି ପଂକ୍ତି ଭୋଜନର ଆୟୋଜନ କରିଥିଲେ।



from Odisha Reporter https://ift.tt/2BijGJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages