
ଟୋକିଓ: ଭ୍ରଷ୍ଟାଚାର ମାମଲାରେ ଆଜି ପୁଲିସ୍ ନିସାନ (Nissan) ମୋଟର କୋ ଲିଃ ଓ ରେନୋ (Renault) କମ୍ପାନୀର ଅଧ୍ୟକ୍ଷ କାର୍ଲୋସ ଗୋସନଙ୍କୁ ଗିରଫ କରିଛି। ସେ କମ୍ପାନୀ ଟଙ୍କାକୁ ନିଜର ବ୍ୟକ୍ତିଗତ କାମରେ ଲଗାଇବା ସହ ଅନେକ ଦୁର୍ନୀତି କରିଥିବା ଜଣାପଡ଼ିଛି।
ଏହି ଗିରଫଦାରୀ ପରେ ନିସାନ ପକ୍ଷରୁ ତାଙ୍କୁ ପଦରୁ ବହିଷ୍କାର କରାଯାଇଛି।
ଗାଡ଼ି ନିର୍ମାଣ କରୁଥିବା ଏହି ଜାପାନୀ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏକ ହ୍ୱିସଲବ୍ଲୋୟର ରିପୋର୍ଟରେ ପ୍ରଥମେ ଗୋସନ ଓ ରିପ୍ରେଜେଣ୍ଟେଟିଭ୍ ନିର୍ଦ୍ଦେଶକ ଜର୍ଜ କେଲୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା।
ଏହାପରେ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ଏହି ଦୁଇ ଜଣ ଦୀର୍ଘ ମାସ ହେଲା କମ୍ପାନୀ ଅର୍ଥକୁ ହରଣଚାଳ କରୁଥିବା ଜଣାପଡ଼ିଥିଲା। ଏବେ ସିଇଓ ହିରୋଟୋ ସାଇକାୱ ଉଭୟଙ୍କୁ ବହିଷ୍କାର କରିବାକୁ ସୁପାରିସ୍ କରିଥିଲେ। ଏହାପରେ ଗୋସନଙ୍କୁ ଗିରଫ କରାଯାଇଛି।
from Odisha Reporter https://ift.tt/2QTFoZv
No comments:
Post a Comment