ବଳରାମପୁରରେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣକୁ ସିପିଏମର ନିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ବଳରାମପୁରରେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣକୁ ସିପିଏମର ନିନ୍ଦା

tree

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ସମ୍ପାଦକ ଅଳିକିଶୋର ପଟ୍ଟନାୟକଙ୍କ ଦ୍ୱାରା ଜାରି ପ୍ରେସ ବିବୃତିରେ ଢେଙ୍କାନାଳ ଜିଲ୍ଲାର ବଳରାମପୁର ଅଞ୍ଚଳରେ ଏକ ମଦ କାରଖାନା ପ୍ରତିଷ୍ଠା ନିମନ୍ତେ ହଜାର ହଜାର ଗଛ କାଟି ସଫା କରିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

ବିବୃତିରେ କୁହାଯାଇଛି. ” ଏଭଳି ଜଘନ୍ୟ ନିଷ୍ପତ୍ତି ବିରୋଧରେ ୧୯୭୨ ମସିହାରୁ ସେଠାରେ ଜଙ୍ଗଲ ସୃଷ୍ଟି କରିଥିବା ଗ୍ରାମବାସୀ ବୃନ୍ଦ ପ୍ରତିବାଦ କରି ଆସୁଛନ୍ତି। ରାଜ୍ୟ ସରକାର ଏପରି ଭ୍ରମାତ୍ମକ ଜନ ବିରୋଧୀ ନିଷ୍ପତ୍ତି ପ୍ରତ୍ୟାହାର କରିବା ପରିବର୍ତ୍ତେ ଜନଗଣଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପୋଲିସ ଲଗାଇ ଆକ୍ରମଣ କରିବା ଏକ ଘୃଣ୍ୟ କାର୍ଯ୍ୟ।

“ପରିବେଶ ସୁରକ୍ଷା ପାଇଁ ଡିଣ୍ଡିମ ପିଟୁଥିବା ରାଜ୍ୟର ବିଜେଡି ସରକାର ୪ ଦଶନ୍ଧିରୁ ଉର୍ଦ୍ଧ୍ବକାଳ ଧରି ଲୋକେ ସୃଷ୍ଟି କରିଥିବା ଜଙ୍ଗଲକୁ ମଦ ବ୍ୟବସାୟୀଙ୍କ ସ୍ୱାର୍ଥରେ ଜଙ୍ଗଲ ସଫା କରିବା ନିଷ୍ପତ୍ତି ବିରୋଧରେ ରାଜ୍ୟବାସୀ ଉଚିତ୍ ଜବାବ ଦେବା ଦରକାର। ମଦ ବେପାରୀଙ୍କ ସ୍ୱାର୍ଥ ରକ୍ଷାରେ ସରକାର ଏତେ ବିଭୋର ଯେ ଶେଷରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ରକ୍ତାକ୍ତ ଆକ୍ରମଣ କରିବା ସହିତ ବହୁ ମହିଳାଙ୍କ ସମେତ ଶହ ଶହ ଗ୍ରାମବାସୀଙ୍କୁ ଗିରଫ ମଧ୍ୟ କରିଛନ୍ତି।”

ବଳରାମପୁର ଅଞ୍ଚଳରେ ପୋଲିସ ଆକ୍ରମଣ, ଆତଙ୍କରାଜ ଓ ଗିରଫଦାରୀର ତୀବ୍ର ନିନ୍ଦାବାଦ କରିବା ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳରୁ ମଦ କାରଖାନା ପ୍ରତ୍ୟାହାର ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି।



from Odisha Reporter https://ift.tt/2PEuSZF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages