ଦୁର୍ବ୍ୟବହାର ପ୍ରସଙ୍ଗରେ ବିଶାଲ ଦେବଙ୍କୁ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଦୁର୍ବ୍ୟବହାର ପ୍ରସଙ୍ଗରେ ବିଶାଲ ଦେବଙ୍କୁ ନୋଟିସ୍‌

visaldev1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କ୍ରୀଡ଼ା ସଚିବ ବିଶାଲ୍ ଦେବଙ୍କ ନିକଟକୁ ନୋଟିସ୍ ପଠାଯାଇଛି। ଦୁଇ ମାନବାଧିୀକାର କର୍ମୀ – ବିଶ୍ୱପ୍ରିୟ କାନୁନଗୋ ଓ ନରେନ୍ଦ୍ର ମହାନ୍ତି ଏହି ନୋଟିସ୍ ପଠାଇଛନ୍ତି।

ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ସେକ୍ସନ ୧୩ ଅନୁସାରେ ବିଶାଲଙ୍କୁ ସେମାନେ ନୋଟିସ୍ ପଠାଇଛନ୍ତି। ଓଟିଭି ପ୍ରତିନିଧିଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନୋଟିସ୍ରେ ଦାବି ହୋଇଛି। ଯଦି ସେ କ୍ଷମା ନମାଗନ୍ତି, ତା’ହେଲେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆରେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି।

ଏହି ଘଟଣାରେ ଉଭୟ ବିଶ୍ୱପ୍ରିୟ କାନୁନଗୋ ଓ ନରେନ୍ଦ୍ର ମହାନ୍ତି ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଶାଲ ଦେବ କ୍ଷମା ମାଗନ୍ତୁ ବୋଲି ଏଥିରେ ଦାବି କରାଯାଇଛି।

ହକି ବିଶ୍ୱକପ୍ ଟିକେଟ୍ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ଼ଗ୍ହସ୍ତ ହୋଇଥିଲେ କ୍ରୀଡ଼ା ସଚିବ ବିଶାଲ ଦେବ। ଗତ ୨୧ ତାରିଖରେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଓଟିଭି ଟିମ୍‌କୁ ନିଜ ଚ୍ୟାମ୍ବରରୁ ତଡ଼ି ଦେଇଥିଲେ କ୍ରୀଡ଼ା ସଚିବ।

‘ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇ ନ ଥିଲା, ତମେ କାହିଁକି ଆସିଲ?’, ବୋଲି ସଚିବ ପ୍ରଶ୍ନ କରିଥିଲେ। ତାଙ୍କ ଚ୍ୟାମ୍ବର ପାର୍କ କି ସର୍ବସାଧାରଣ ସ୍ଥାନ ନୁହେଁ ବୋଲି ସେ କହିବା ସହ ଓଟିଭି ଟିମ୍ ସେଠାରୁ ନଗଲେ ସେ କିଛି କହିବେ ନାହିଁ ବୋଲି ଶୁଣାଇ ଦେଇଥିଲେ। ଓଟିଭି ଟିମ୍‌କୁ ସାମ୍ବାଦିକ ସମ୍ମିଳନୀ ଛାଡ଼ି ଚାଲିଯିବାକୁ ସେ ବାରମ୍ବାର କହିଥିଲେ।

କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଏପରି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଯୁବ ଓ ଛାତ୍ର କଂଗ୍ରେସ ବିଶାଲ ଦେବଙ୍କ ବହିଷ୍କାର ଦାବି କରିଛି।

ଆହୁରି ପଢ଼ନ୍ତୁ: ଆଇଏଏସ୍‌ଙ୍କର ଏପରି ମଧ୍ୟଯୁଗୀୟ ମାନସିକତା କାହିଁକି?



from Odisha Reporter https://ift.tt/2znB6TC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages