ବିଜେପିରେ #metoo: ବିଧାୟକଙ୍କ ବିରୋଧରେ ମହିଳା କର୍ମୀ ଆଣିଲେ ସାଂଘାତିକ ଅଭିଯୋଗ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ବିଜେପିରେ #metoo: ବିଧାୟକଙ୍କ ବିରୋଧରେ ମହିଳା କର୍ମୀ ଆଣିଲେ ସାଂଘାତିକ ଅଭିଯୋଗ, ଦେଖନ୍ତୁ ଭିଡିଓ

ରାଞ୍ଚି: ବିଜେପି ଭଳି ରାଜନୀତିକ ଦଳରେ ପ୍ରବେଶ କରିଛି ‘ମିଟୁ’ ଭଳି ଭୂତାଣୁ। ଝାରଖଣ୍ଡ ବିଜେପି ମହିଳା ୱିଙ୍ଗର ଜଣେ କର୍ମୀ ବାଘମରା ବିଧାୟକ ଦୁଲୁ ମହଟୋଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଧନବାଦର ଏହି ମହିଳା କର୍ମୀ ଜଣଙ୍କ ବାରମ୍ବାର ଦଳୀୟ ହାଇକମାଣ୍ଡ ଏବଂ ପୁଲିସ୍‌ ନିକଟରେ ଏନେଇ ଫେରାଦ ହୋଇଥିଲେ ହେଁ ବିଧାୟକଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଫଳରେ ମହିଳା କର୍ମୀ ଜଣଙ୍କ ବାଧ୍ୟ ହୋଇ ଆତ୍ମହୂତି କରିବାକୁ ଉଦ୍ୟମ ମଧ୍ୟ କରିଛନ୍ତି।
ମହିଳା ଜଣଙ୍କ ଅକ୍ଟୋବର ୩୧ରେ ଏଫ୍‌ଆଇଆର୍‌ ରୁଜୁ କରିଥିଲେ ହେଁ ଏଯାଏ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି।

ମହିଳା କର୍ମୀ ଜଣଙ୍କ କେଉଁଭଳି ପୁଲିସ୍‌ ପାଖରେ ରହି କାନ୍ଦୁଛନ୍ତି, ତା’ର ଭିଡିଓ ଝାରଖଣ୍ଡ କଂଗ୍ରେସ ନେତା ମୟୂର ଶେଖର ଝା ଟ୍ୱିଟ୍‌ କରିଛନ୍ତି।
ଏହି ଭିଡିଓରେ ମହିଳା ଜଣଙ୍କ କାନ୍ଦିବା ସହ ବିଧାୟକ ତାଙ୍କୁ ଅଫିସ୍‌ରେ କେମିତି ନିର୍ଯାତନା ଦେଉଥିଲେ, ସେକଥା କହିଛନ୍ତି।

ବିଧାୟକ ଜଣଙ୍କ ମହିଳା କର୍ମୀଙ୍କୁ ଗୋଟିଏ ଦିନ ଏକ ଗେଷ୍ଟ ହାଉସ୍‌କୁ ଡାକି ତାଙ୍କ ଗାଲକୁ ସ୍ପର୍ଶ କରିବା ସହ ତାଙ୍କ ଅଣ୍ଟାରେ ବାରମ୍ବାର ହାତ ମାରି କଥା ହୋଇଥିଲା। ଏପରି ସେ ବହୁତ ସୁନ୍ଦର ବୋଲି ବିଧାୟକ ତାଙ୍କ କହିଥିଲେ ବୋଲି ଭିଡିଓରେ ମହିଳା ଜଣଙ୍କ କହୁଥିବା ଦେଖିବାକୁ ମିଳିଛି। ଏଥିସହ ସେ ପୁଲିସ୍‌କୁ ନ୍ୟାୟ ଭିକ୍ଷା କରିବା ସହ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଆଗଅରେ ଆତ୍ମଦାହ କରିବେ ବୋଲି ଧମକ ଦେଉଥିବା ଦୃଶ୍ୟ ମଧ୍ୟ ଏଥିରେ ରହିଛି।

ଏହି ଭିଡିଓକୁ ଟ୍ୱିଟର୍‌ରେ ଛାଡ଼ିଥିବା କଂଗ୍ରେସ ନେତା ମୟୂର ଲେଖିଛନ୍ତି, “ଝାରଖଣ୍ଡ ବିଜେପିରେ ମିଟୁ ଆରମ୍ଭ ହୋଇଛି। ବିଜେପି ମହିଳା ୱିଙ୍ଗର କର୍ମୀମାନେ ମଧ୍ୟ ଏଠି ସୁରକ୍ଷିତ ନୁହନ୍ତି। ଏହାଠାରୁ ଲଜ୍ଜାଜନକ ହେଉଛି ପୁଲିସ୍‌ର ନୀରବତା।”

ଅନ୍ୟପକ୍ଷରେ ବିଜେପି ବିଧାୟକ ମହିଳାଙ୍କ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ବର୍ତ୍ତମାନ ମହିଳାଙ୍କ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।



from Odisha Reporter https://ift.tt/2SdCbo5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages