ଚିଙ୍ଗୁଡ଼ି ଚୋରକୁ ହାତଗୋଡ଼ ବାନ୍ଧି ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ଚିଙ୍ଗୁଡ଼ି ଚୋରକୁ ହାତଗୋଡ଼ ବାନ୍ଧି ପିଟିଲେ

bbb

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ବିଦ୍ୟୁତପ୍ରଭା ଗାଁରେ ଚିଙ୍ଗୁଡ଼ି ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ତାଙ୍କ ହାତ ଓ ଗୋଡ଼ ବାନ୍ଧି ଲୋକେ ପିଟି ଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରିଛି। ତାଙ୍କ ନାଁ ଭାସ୍କର ଦାସ। ତାଙ୍କ ଘର ନୟାକାଣ୍ଡି ଅଞ୍ଚଳରେ।

ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗାଁର ବିଷ୍ଣୁପଦ ଦାସଙ୍କ ପୋଖରୀରୁ ୬ରୁ ୭ ଜଣ ଯୁବକ ଚିଙ୍ଗୁଡ଼ି ଚୋରି କରୁଥିଲେ। ହେଲେ ପାଣିରେ ଜାଲ ଶବ୍ଦ ଶୁଣି ଚିଙ୍ଗୁଡ଼ି ଘେରି ଜଗିଥିବା ଜଗୁଆଳି ଜୋରରେ ପାଟି କରିଥିଲେ। ପାଟି ଶୁଣି ଅନ୍ୟ ଚିଙ୍ଗୁଡ଼ି ଘେରି ଜଗିଥିବା ଲୋକେ ଉଠି ଆସିଥିଲେ।

ଏହା ଦେଖି ଚୋରି କରିବାକୁ ଆସିଥିବା ଯୁବକମାନେ ଦୌଡ଼ି ପଳାଇ ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଭାସ୍କରକୁ ଜଗୁଆଳି ଧରିବାରେ ସକ୍ଷମ ହୋଇଥିଲେ।

ସ୍ଥାନୀୟ ଲୋକେ ଭାସ୍କରଙ୍କ ଗୋଡ଼ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଧାମରା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗି ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚିଙ୍ଗୁଡ଼ି ଚୋରି କରିବାକୁ ଆସିଥିବା ଅନ୍ୟ ଯୁବକଙ୍କୁ ଧରିବା ପାଇଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।



from Odisha Reporter https://ift.tt/2QZksAA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages