ବିଶ୍ୱକପ୍‌ ହକି ଟିମ୍‌ରେ ୨ ଓଡ଼ିଆ ତାରକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ବିଶ୍ୱକପ୍‌ ହକି ଟିମ୍‌ରେ ୨ ଓଡ଼ିଆ ତାରକା

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୮ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ୧୮ ଜଣିଆ ସ୍କ୍ୱାଡ୍‌ରେ ଓଡ଼ିଶାର ଦୁଇ ହକି ତାରକା ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ରହିଛନ୍ତି। ସେହିପରି ଟିମ୍‌ ଇଣ୍ଡିଆ ଏଥର ମନପ୍ରୀତ୍‌ ସିଂହଙ୍କ ନେତୃତ୍ୱରେ ହକିର ଏହି ଶ୍ରେଷ୍ଠ ଇଭେଣ୍ଟରେ ଲଢ଼େଇ କରିବ।

ତେବେ ଚଳିତ ବିଶ୍ୱକପ୍‌ରେ ପୁରୁଷ ହକି ଟିମ୍‌ର ଦୁଇ ତାରକା ପିଭି ସୁନୀଲ ଓ ରୁପିନ୍ଦର ପାଲ ସିଂହଙ୍କ ହକି ଷ୍ଟିକ୍‌ର ଯାଦୁ ଦେଖିବାକୁ ମିଳିବ ନାହିଁ। ଏମାନେ ବିଶ୍ୱକପ୍‌ କ୍ୟାମ୍ପ ପାଇଁ ଘୋଷିତ ୩୪ ଜଣିଆ ସ୍କ୍ୱାଡ୍‌ରେ ସାମିଲ ଥିଲେ ହେଁ ଚୂଡ଼ାନ୍ତ ୧୮ ଜଣିଆ ତାଲିକାରୁ ବାଦ୍‌ ପଡ଼ିଛନ୍ତି।

ଆସନ୍ତା ନଭେମ୍ବର ୨୮ରେ ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସେହିପରି ଡିସେମ୍ବର ୧୩ ଯାଏ ଚାଲିବାକୁ ଥିବା ଏହି ହକି ମହାକୁମ୍ଭରେ ସମୁଦାୟ ୧୬ଟି ଦଳ ଭାଗ ନେବେ।

ହକି ଇଣ୍ଡିଆ ପକ୍ଷରୁ ଘୋଷିତ ଦଳରେ ୨ ଜଣ ଗୋଲକିପର୍‌ ପିଆର୍‌ ଶ୍ରୀଜେସ ଓ କ୍ରିଷ୍ଣ ବାହାଦୂର ପାଠକ ରହିଛନ୍ତି। ଡିଫେଣ୍ଡର ଭାବେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ସମେତ ହରମନପ୍ରୀତ ସିଂହ, ବରୁଣ କୁମାର, କୋଠାଜିତ ସିଂହ ଓ ସୁରେନ୍ଦ୍ର କୁମାର ରହିଛନ୍ତି। ମିଡ୍‌ଫିଲ୍ଡର ଭାବେ ଅଧିନାୟକ ହରମନ୍‌ପ୍ରୀତ୍‌ଙ୍କ ସମେତ ଚିଙ୍ଗଲେନସାନ ସିଂହ କାଙ୍ଗୁଜାମ(ଉପ ଅଧିନାୟକ), ନୀଳକଣ୍ଠ ଶର୍ମା,ହାର୍ଦ୍ଦିକ ସିଂହ ଓ ସୁମିତ ରହିଛନ୍ତି। ଫରୱାର୍ଡ ଦାୟିତ୍ୱ ଆକାଶ ଦୀପ ସିଂହ, ମନଦୀପ ସିଂହ, ଦିଲପ୍ରୀତ ସିଂହ, ଲଳିତ କୁମାର ଉପାଧ୍ୟାୟ, ସିମରନ୍‌ଜିତ୍‌ ସିଂହଙ୍କୁ ଦିଆଯାଇଛି।



from Odisha Reporter https://ift.tt/2yXjcGO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages