‘ରାମ ଲଲ୍ଲା’ଙ୍କ ଦର୍ଶନ କଲେ ଉଦ୍ଧବ ଠାକ୍‌ରେ, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

‘ରାମ ଲଲ୍ଲା’ଙ୍କ ଦର୍ଶନ କଲେ ଉଦ୍ଧବ ଠାକ୍‌ରେ, କହିଲେ ଏମିତି କଥା

ଅଯୋଧ୍ୟ: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଆଜି ବିବାଦୀୟ ରାମଜନ୍ମଭୂମିରେ ପୂଜା ପାଉଥିବା ‘ରାମ ଲଲ୍ଲା’ଙ୍କର ଦର୍ଶନ କରିବା ପରେ ମନ୍ଦିର ନିର୍ମାଣକୁ ନେଇ ରଣ ହୁଙ୍କାର ଦେଇଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱର ହିନ୍ଦୁମାନେ ପୌରାଣିକ ଅଯୋଧ୍ୟା ସହରରେ ରାମ ମନ୍ଦିରକୁ ଅପେକ୍ଷା କରି ରହିଛନ୍ତି। ଏହି ଗସ୍ତ ପଛରେ କିଛି ମଧ୍ୟ ଏଜେଣ୍ଡା ନାହିଁ ବରଂ ସେ ସମସ୍ତ ଭାରତୀୟ ଏବଂ ହିନ୍ଦୁମାନଙ୍କର ମନୋଭାବ ପ୍ରକାଶ କରିବାକୁ ସେ ଆସିଥିବା ଜଣାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଗତକାଲି କିଛି ସାଧୁ ସନ୍ଥଙ୍କର ଆଶୀର୍ବାଦ ନେବା ସମୟରେ ସେମାନଙ୍କୁ କହିଥିଲି ଆମେ ଯେଉଁ କାମ କରିବାକୁ ଯାଉଛୁ,ସେଥିପାଇଁ ସେମାନଙ୍କର ଆଶୀର୍ବାଦ ଦରକାର।” ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟର ଉତ୍ତରରେ ସେ କହିଥିଲେ, ଆମେ ରାମ ମନ୍ଦିର କେବେ ଦେଖିବୁ, ଆଗ ସେ ଉତ୍ତର ଦିଅନ୍ତୁ।

ଯୋଗୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, “ମୁଁ ଶୁଣିଥିଲି ଯୋଗୀ କୁହନ୍ତି ମନ୍ଦିର ଥିଲା, ଅଛି ଏବଂ ରହିବ। କିନ୍ତୁ ଏହା ଆମର ଭାବନା, ଯାହାକି ଆଖିକୁ ଦେଖାଯାଉନାହିଁ। ସେହି ମନ୍ଦିର କେବେ ଦେଖାଯିବ? ଯେତେ ଶୀଘ୍ର ସମ୍ଭବ ତା’ର ନିର୍ମାଣ ହେବା ଆବଶ୍ୟକ।”

ବିଜେପିକୁ ଟାର୍ଗେଟ କରି ଉଦ୍ଧବ କହିଛନ୍ତି, ଯଦି କୋର୍ଟ ମନ୍ଦିର ନିର୍ମାଣ କଥା ବୁଝିବ, ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବାର କ’ଣ ଆବଶ୍ୟକତା ରହିଛି? ସେମାନେ ଲୋକଙ୍କୁ କହିଦିଅନ୍ତୁ ରାମ ମନ୍ଦିର କେବଳ ଏକ ନିର୍ବାଚନୀ ସ୍ଲୋଗାନ୍‌ ଥିଲା। ଉଦ୍ଧବ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଅଯୋଧ୍ୟା ଆସି କହିବାକୁ ଚାହାନ୍ତି ଯେ ହିନ୍ଦୁଙ୍କ ଭାବନା ସହିତ ଖେଳାନଯାଉ।

ଅତି କମ୍‌ରେ କିଛି ବିକଳ୍ପ ବାବଦରେ ତ ଚିନ୍ତା କରାଯାଇପାରିଥାନ୍ତା। କିନ୍ତୁ ବିଜେପି ସରକାର ଗତ ୪ ବର୍ଷରେ କେତେ ବିକଳ୍ପ ବାବଦରେ କୌଣସି କାମ କରିଛନ୍ତି, ସେ ବିଷୟରେ କୁହନ୍ତୁ। ଯଦି ଏହି ସରକାର କରିବନି, ତାହାଲେ କିଏ କରିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।



from Odisha Reporter https://ift.tt/2RcO7pU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages