ତୃତୀୟ ଟି-ଟ୍ୱେଣ୍ଟି ଜିତିଲା ଭାରତ, ସିରିଜ୍‌ ବରାବର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ତୃତୀୟ ଟି-ଟ୍ୱେଣ୍ଟି ଜିତିଲା ଭାରତ, ସିରିଜ୍‌ ବରାବର୍

ସିଡ୍‌ନୀ: ଶେଷ ଓଭରର ଅନ୍ତିମ ୪ଟି ବଲ୍‌ରୁ ବିଜୟ ପାଇଁ ମାତ୍ର ୫ ରନ୍‌ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍‌ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍‌ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ୬ ୱିକେଟ୍‌ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଆଣି ଦେଇଛନ୍ତି।

ଖେଳ ଶେଷ ବେଳକୁ ଅଧିନାୟକ କୋହଲି ୬୧(୪୧ ବଲ୍‌, ୪ ଚୌକା ଓ ୨ ଛକା) ଏବଂ ଭେଟେରାନ୍‌ ଦିନେଶ କାର୍ତ୍ତିକ ୨୨(୧୮ ବଲ୍‌, ୧ ଚୌକା ଓ ୧ ଛକା) ରନ୍‌ କରି ଅପରାଜିତ ଥିଲେ। ତେବେ ୩୬ ରନ୍‌ରେ ୪ ୱିକେଟ୍‌ ନେଇ ଅଷ୍ଟ୍ରେଲିଆ ମିଡିଲ୍ ଅର୍ଡର୍‌କୁ ଧ୍ୱସ୍ତ କରିବା ସହ ଘରୋଇ ଦଳର ରନ୍‌ ଗତିରେ ଅଙ୍କୁଶ ଲଗାଇଥିବା କୃନାଲ୍ ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବାବେଳେ ଉଭୟ ବ୍ରିସ୍‌ବେନ୍‌(୭୬ ରନ୍‌) ଓ ସିଡନୀ(୪୧ ରନ୍‌)ରେ ଦମ୍‌ଦାର୍ ପ୍ରଦର୍ଶନ କରିଥିବା ବାମହାତୀ ଟିମ୍ ଇଣ୍ଡିଆ ଓପନର୍‌ ଶିଖର ଧୱନ୍‌ ମ୍ୟାନ୍ ଅଫ୍ ଦି ସିରିଜ୍‌ ହୋଇଛନ୍ତି।

ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆକୁ ଏହାର ଦୁଇ ଓପନର୍‌ ଭଲ ଷ୍ଟାର୍ଟ ଦେଇଥିଲେ। ଅରୋନ୍ ଫିଞ୍ଚ୍‌ ଓ ଡି’ଅର୍ସି ସଟ୍‌ ପ୍ରଥମ ୱିକେଟ୍ ପାଇଁ ୮.୩ ଓଭର୍‌ରେ ୬୮ ରନ୍‌ ଯୋଡ଼ିବା ପରେ ଅଧିନାୟକ ଫିଞ୍ଚ୍‌ ୨୮ ରନ୍‌ କରି କୁଲ୍‌ଦୀପ୍‌ ଯାଦବଙ୍କ ପ୍ରଥମ ଶିକାର ହୋଇଥିଲେ। ଏହା ପରେ ଘରୋଇ ଦଳ ଉପରେ ଭାରୀ ପଡ଼ିଥିଲେ ମୁମ୍ବାଇର ବାମହାତୀ ଅଲ୍‌ରାଉଣ୍ଡର୍‌ କୃନାଲ୍‌ ପାଣ୍ଡ୍ୟା। କ୍ରିଜ୍‌ରେ ଜମି ଯାଇଥିବା ଅନ୍ୟତମ ଓପନର୍‌ ଡି’ଅର୍ସି ସଟ୍‌(୩୩) ଓ ବିପଜ୍ଜନକ ମ୍ୟାକ୍ସୱେଲ୍‌(୧୩)ଙ୍କ ସମେତ ପରବର୍ତ୍ତୀ ୪ଟି ୱିକେଟ୍‌ ନେଇ କୃନାଲ୍ କଙ୍ଗାରୁ ଦଳର ମିଡିଲ୍‌ ଅର୍ଡରକୁ ବିଧ୍ୱସ୍ତ କରି ଦେଇଥିଲେ। ଗୋଟିଏ ପଟେ କୁଲ୍‌ଦୀପ୍‌ ଯାଦବ୍‌ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ହାତଖୋଲି ଖେଳିବାକୁ ସୁଯୋଗ ଦେଇ ନ ଥିବାବେଳେ ଏହାର ସୁଯୋଗ ନେଇ କୃନାଲ୍‌ ୱିକେଟ୍‌ ପରେ ୱିକେଟ୍‌ ଅକ୍ତିଆର୍‌ କରି ଚାଲିଥିଲେ।

୧୧୯ ରନ୍‌ରେ ୫ ୱିକେଟ୍‌ ହରାଇବା ପରେ କ୍ରିସ୍‌ ଲିନ୍‌ ଓ ମାର୍କସ୍‌ ଷ୍ଟଇନିସ୍‌ ୬ଷ୍ଠ ୱିକେଟ୍ ଯୋଡ଼ିରେ ୧୨ ରନ୍ ଯୋଡ଼ିବା ପରେ ବୁମ୍ରାଙ୍କ ଦ୍ୱାରା ରନ୍ ଆଉଟ୍ ହୋଇ ଲିନ୍‌(୧୩) ପ୍ୟାଭିଲିୟନ୍‌ ଫେରିଥିଲେ। ଏହା ପରେ ଷ୍ଟଇନିସ୍‌(୨୫) ଓ କଲଟର୍‌-ନାଇଲ୍‌(୧୩) ଅବିଭାଜିତ ସପ୍ତମ ୱିକେଟ୍‌ ପାଇଁ ୩୩ ରନ୍‌ କରିବା ଯୋଗୁ ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା। କୃନାଲ୍‌ ଏହା ସହ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ନିଜ ଶ୍ରେଷ୍ଠ ବୋଲିଂ ଫିଗର୍‌ ମଧ୍ୟ ପାଇଥିଲେ।

୧୬୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଓହ୍ଲାଇଥିବା ଭ୍ରମଣକାରୀ ଦଳର ଦୁଇ ଷ୍ଟାର୍ ଓପନର୍‌ ରୋହିତ ଶର୍ମା ଓ ଶିଖର ଧୱନ୍‌ ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ପ୍ରଥମ ୫ ଓଭର୍‌ରୁ ୬୦ରୁ ଅଧିକ ରନ୍‌ ସଂଗ୍ରହ କରିବା ପରେ ଆକ୍ରମଣାତ୍ମକ ମୁଦ୍ରାରେ ଥିବା ବାମହାତୀ ଧୱନ୍‌ ଷଷ୍ଠ ଓଭର୍‌ରେ ଦଳୀୟ ସ୍କୋର୍‌ ୬୭ ରନ୍‌ ଥିବାବେଳେ ବ୍ୟକ୍ତିଗତ ୪୧ (୨୨ ବଲ୍‌, ୬ ଚୌକା ଓ ୨ ଛକା) ରନ୍‌ କରି ମିଚେଲ୍ ଷ୍ଟାର୍କଙ୍କ ଶିକାର ହୋଇଥିଲେ। ଏହା ପର ଓଭରରେ ଅନ୍ୟତମ ଓପନର୍ ରୋହିତ ଶର୍ମା ବ୍ୟକ୍ତିଗତ ୨୩ (୧୬ ବଲ୍‌, ୧ ଚୌକା ଓ ୨ ଛକା) ରନ୍‌ କରି ଆଡାମ୍‌ ଜାମ୍ପାଙ୍କ ଦ୍ୱାରା ବୋଲ୍‌ଡ୍‌ ହୋଇଯାଇଥିଲେ।

ନିଜ ପ୍ରିୟ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କୋହଲି ଲୋକେଶ ରାହୁଲ୍‌ଙ୍କ ସହ ତୃତୀୟ ୱିକେଟ୍ ଯୋଡ଼ିରେ ୪୧ ରନ୍‌ ସଂଗ୍ରହ କରିବା ପରେ ରାହୁଲ୍‌ ମାତ୍ର ୧୪ ରନ୍‌ କରି ମ୍ୟାକ୍ସୱେଲ୍‌ଙ୍କ ବଲ୍‌ରେ କୁଲଟର-ନାଇଲଙ୍କ ହାତରେ ଧରା ପଡ଼ିଥିଲେ। ଏହା ପରେ ରିଷଭ ପନ୍ତ(୦) ନିରାଶ କରିବାରୁ  ୧୦୮ ରନ୍‌ରେ ୪ ୱିକେଟ୍ ହରାଇ ଭାରତ ଏକପ୍ରକାର ସଂକଟଜନକ ସ୍ଥିତି ପଡ଼ିଥିଲା।

ତେବେ ଭେଟେରାନ୍‌ ଦିନେଶ କାର୍ତ୍ତିକ ଅଧିନାୟକ କୋହଲିଙ୍କ ସହ ୬୦ ରନ୍ ଯୋଡ଼ି ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ବିଜୟ ଦେଇଥିଲେ।

ବ୍ରିସ୍‌ବେନ୍‌ର ପ୍ରଥମ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରଲିଆ ବିଜୟୀ ହୋଇଥିବାବେଳେ ମେଲବର୍ଣ୍ଣର ଦ୍ୱିତୀୟ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ୍ ହୋଇ ଯାଇଥିଲା। ସିଡନୀର ଅନ୍ତିମ ମ୍ୟାଚ୍ ଜିତି ବିରାଟ୍ ବାହିନୀ ଟି-ଟ୍ୱେଣ୍ଟି ସିରିଜ୍‌କୁ ବରାବର୍‌ ରଖିଛି।



from Odisha Reporter https://ift.tt/2PRkr5d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages