ପୁରୀରୁ ନିର୍ବାଚନ ଲଢ଼ିବେ ପ୍ରଧାନମନ୍ତ୍ରୀ ମୋଦି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ପୁରୀରୁ ନିର୍ବାଚନ ଲଢ଼ିବେ ପ୍ରଧାନମନ୍ତ୍ରୀ ମୋଦି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମସିହା ସାଧାରଣ ନିର୍ବାଚନରେ ପୁରୀରୁ ସାଂସଦ ପ୍ରାର୍ଥୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ଏନେଇ ପୂର୍ବରୁ ଅନେକ ଆଲୋଚନା ହେଉଥିଲା। ଦୀର୍ଘ ଦିନ ପରେ ପ୍ରଧାନମନ୍ତ୍ରୀ ପୁରୀରୁ ପ୍ରାର୍ଥୀତ୍ୱ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପଶ୍ଚିମବଙ୍ଗରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୨୦୧୪ ସାଧାରଣ ନିର୍ବାଚନରେ ମୋଦି ଗୁଜରାଟ ଓ ଉତ୍ତରପ୍ରଦେଶର ବାରଣାସୀରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଦୁଇଟି ଯାକ ନିର୍ବାଚନମଣ୍ଡଳୀରୁ ସେ ଜିତି ଥିଲେ। ପରେ ଗୁଜରାଟ୍‌ ଆସନରୁ ଇସ୍ତଫା ଦେଇ ସେ କେବଳ ବାରଣାସୀ ସଂସଦୀୟ କ୍ଷେତ୍ରର ପ୍ରତିନିଧିତ୍ୱ କରୁଛନ୍ତି।



from Odisha Reporter https://ift.tt/2PrlFUv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages