
ୱାଶିଂଟନ୍: ଆମେରିକା କଂଗ୍ରେସର ପ୍ରଥମ ହିନ୍ଦୁ ସାଂସଦ ତଥା ଭାରତୀୟ ଵଂଶୋଦ୍ଭବ ତୁଲସୀ ଗବାର୍ଡ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ଏକ ମେଡଟ୍ରନିକ୍ କନଫରେନ୍ସରେ ଜଣେ ପ୍ରଖ୍ୟାତ ଭାରତୀୟ ଵଂଶୋଦ୍ଭବ ଆମେରକୀୟ ଡାକ୍ତର ସମ୍ପତ୍ ସିଙ୍ଗଭୀ ସମ୍ମିଳନୀରେ ଉପସ୍ଥିତ ଲୋକମାନଙ୍କୁ ୩୭ ବର୍ଷୀୟ ତୁଲସୀଙ୍କୁ ପରିଚିତ କରାଇବା ଅବସରରେ କହିଥିଲେ ଯେ ସେ ଆସନ୍ତା ୨୦୨୦ରେ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି।

୪ଥର ହାୱାଇରୁ ସାଂସଦ ହୋଇଥିବା ତୁଲସୀଙ୍କର ଏହି ସଂକ୍ଷିପ୍ତ ପରିଚୟ ପାଇ ସମସ୍ତେ ଛିଡ଼ା ହୋଇ କରତାଳି ଦ୍ୱାରା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଡେମୋକ୍ରାଟ ଟିକେଟ୍ରୁ ସାଂସଦ ହୋଇଥିବା ତୁଲସୀ ଏହି କନଫରେନ୍ସରେ ଉଦ୍ବୋଧନ ଦେଇଥିଲେ ହେଁ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ କି ନାହିଁ ସେସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇନାହାନ୍ତି।
ତେବେ ତୁଲସୀଙ୍କ ପାଖ ଲୋକଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ,ଆସନ୍ତା ଖ୍ରୀଷ୍ଟମାସ ପୂର୍ବରୁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେବେ ଏସମ୍ପର୍କରେ ବିସ୍ତୃତ ସୂଚନା ଆସନ୍ତା ବର୍ଷ ହିଁ ସମସ୍ତଙ୍କୁ ଜଣାଇ ଦିଆଯିବ। ତେବେ ତୁଲସୀ ଏବଂ ତାଙ୍କ ସମର୍ଥକମାନେ ଏବେଠାରୁ ବିଭିନ୍ନ ଭାରତୀୟ ଵଂଶୋଦ୍ଭବଙ୍କ ସଂଗଠନ ଏବଂ ସାମାଜିକ ସଂଗଠନଙ୍କୁ ସାକ୍ଷାତ କରି ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପ୍ରଚାର କେମିତି କରାଯିବ, ସେ ସମ୍ପର୍କରେ ଆଲୋଚନା କରୁଥିବା ଜଣାପଡ଼ିଛି।
ଯଦି ତୁଲସୀଙ୍କୁ ୨୦୨୦ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଏ, ତା’ହେଲେ ସେ ପ୍ରଥମ ହିନ୍ଦୁ ମହିଳା ଭାବେ ଇତିହାସ ସୃଷ୍ଟି କରିବେ। ସେହିପରି ସେ ଯଦି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତା’ହେଲେ ପ୍ରଥମ ଓ ସର୍ବକନିଷ୍ଠ ମହିଳା ଭାବେ ହ୍ୱାଇଟ୍ ହାଉସ୍କୁ ପ୍ରବେଶ କରିବେ।

ପୂର୍ବତନ ଡେମୋକ୍ରାଟିକ ନ୍ୟାଶନାଲ୍ କମିଟିର ଅଧ୍ୟକ୍ଷ ତୁଲସୀ ପାୱରଫୁଲ ହାଉସ୍ ଆର୍ମଡ୍ ସର୍ଭିସ କମିଟି ଓ ବୈଦେଶିକ ବ୍ୟାପାର କମିଟିରେ କାର୍ଯ୍ୟ କରୁଛନ୍ତି।

from Odisha Reporter https://ift.tt/2QBzGeN
No comments:
Post a Comment