
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତ ଦିନ ଆସିଲେ ଅଧିକାଂଶ ଝିଅ ନିଜ ପୋଷାକକୁ ନେଇ ଚିନ୍ତାରେ ପଡ଼ିଯା’ନ୍ତି। କାରଣ ସେମାନଙ୍କ ଧାରଣା ରହିଥାଏ ଯେ ଶୀତ ଦିନେ ଗରମ ପୋଷାକ ପିନ୍ଧିବା ହେତୁ ସେମାନଙ୍କ ଫ୍ୟାଶନେବଲ୍ ଡ୍ରେସ୍ ସମ୍ପୁର୍ଣ୍ଣ ଲୁଚିଯାଏ, ଫଳରେ ସେମାନେ ଷ୍ଟାଇଲିଶ୍ ଲୁକ୍ ହରାଇ ବସନ୍ତି। ଆଉ କେତେକ ଝିଅ ଭାବନ୍ତି, ଅଧିକ କପଡ଼ା ପିନ୍ଧିବା ଯୋଗୁ ସେମାନେ ଅଧିକ ମୋଟା ଓ ବୟସ୍କ ଲାଗନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଶୀତଦିନିଆ ବସ୍ତ୍ର ପିନ୍ଧିବାର ଏପରି କିଛି ଟିପ୍ସ ଦେବୁ, ଯାହାକୁ ଆପଣାଇଲେ ଆପଣ ଏକଦମ୍ ଷ୍ଟାଇଲିଶ୍ ଓ ଗ୍ଲାମରସ୍ ଲୁକ୍ରେ ରହିବେ।
୧. ଶୀତ ଦିନେ ହାଇ ନେକ୍ ସ୍ୱେଟର୍ କିମ୍ବା ସ୍ୱେଟ୍ ଟପ୍ ପିନ୍ଧନ୍ତୁ। ଏହା ସହ ସ୍ଲିମ୍ ଫିଟ୍ ଜିନ୍ସ ଓ କ୍ୟାଜୁଅଲ୍ ଶୁ’ଜ୍ ପିନ୍ଧନ୍ତୁ, ଏଥିରେ ଆପଣ ସ୍ମାର୍ଟ ଲାଗିବେ।
୨. ୱିଣ୍ଟର୍ରେ ସାଧାରଣତଃ ଚେହେରା ଶୁଖିଲା ଓ ଝାଉଁଳି ପଡ଼ିଥିବା ଭଳି ଦେଖାଯାଏ। ତେଣୁ ଜିନ୍ସ୍ କିମ୍ବା ଜେଗିଙ୍ଗ୍ସ୍ ସହ ଲାଲ୍, ଗୋଲାପି, ମେରୁନ୍, ବାଇଗଣି, ସବୁଜ ଓ ନୀଳ ପରି ଗାଢ଼ ରଙ୍ଗର ଟପ୍ ପିନ୍ଧନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ଫୁଟି ଉଠିବା ସହ ଫ୍ରେଶ୍ ଓ ଉଜ୍ଜ୍ୱଳ ଦିଶିବ।
୩. ଯଦି ଆପଣ ଆହୁରି ଷ୍ଟାଇଲିଶ୍ ଦେଖାଯିବାକୁ ଚାହାନ୍ତି, ତେବେ ବିଭିନ୍ନ ରଙ୍ଗର ପ୍ଲେନ୍ ଟପ୍ ସହ ଶଟ୍ ଜ୍ୟାକେଟ୍ ପିନ୍ଧି ପାରିବେ। ଏହାକୁ ଆପଣ ଲଙ୍ଗ୍ ଟପ୍ ଉପରେ ମଧ୍ୟ ପିନ୍ଧି ପାରିବେ। ଏପରିକି ଗାଉନ୍ ଓ ୱାନ୍ ପିସ୍ ଉପରେ ମଧ୍ୟ ପିନ୍ଧିଲେ, ଏହା ଖୁବ୍ ଭଲ ଲାଗିବ।
୪. ଶଟ୍ ଜ୍ୟାକେଟ୍ ମହିଳାଙ୍କ ପ୍ରଥମ ପସନ୍ଦ। ଅଧିକାଂଶ ମହିଳା ଏହି ଜ୍ୟାକେଟ୍ ପିନ୍ଧିବା ଲାଗି ବାହାନା ଖୋଜିଥା’ନ୍ତି। ଏହାକୁ ଆପଣ ଯେକୌଣସି ପୋଷାକ ସହ ପିନ୍ଧି ପାରିବେ।
୫. ଯଦି ଆପଣ କ୍ଲାସି ଓ ଗ୍ଲାମରସ୍ ଲୁକ୍ ଚାହୁଛନ୍ତି, ତେବେ ଜିନ୍ସ ଉପରେ ଗାଢ଼ ରଙ୍ଗର ଲଙ୍ଗ୍ ଜ୍ୟାକେଟ୍ ପିନ୍ଧି ପାରିବେ। ଏହାସହ ଆପଣ ହାଇ ଆଙ୍କଲ୍ଯୁକ୍ତ ବୁଟ୍ ପିନ୍ଧିଲେ, ଗ୍ଲାମରସ୍ ଲାଗିବେ।
୬.ଉଲ୍ରେ ତିଆରି ସ୍ଲିମ୍ ଫିଟ୍ ଲଙ୍ଗ୍ କୋର୍ଟ ଶୀତ ଦିନ ପାଇଁ ଏକ ଭଲ ଅପ୍ଶନ୍। ଏହା ମଧ୍ୟ ଆପଣଙ୍କୁ ସ୍ମାର୍ଟ୍ ଲୁକ୍ ଦେବ। ଏହା ସହ ଆପଣ ରଙ୍ଗ ବେରଙ୍ଗର ସ୍କାର୍ଫ୍ କିମ୍ବା ମଫଲର୍ ବେକରେ ପକାଇ ପାରିବେ।
୭. ଏବେ ଲେଦର୍ ଜ୍ୟାକେଟ୍ର ମଧ୍ୟ ବେଶ୍ ଚାହିଦା ରହିଛି। ଏହା ଆପଣଙ୍କୁ ଫ୍ୟାଶନିଷ୍ଟା ଓ ଟ୍ରେଣ୍ଡି ଲୁକ୍ ଦେବ। ରଙ୍ଗ ବେରଙ୍ଗର ଲଙ୍ଗ୍ କିମ୍ବା ଶଟ୍ ଲେଦର ଜ୍ୟାକେଟ୍ ପିନ୍ଧନ୍ତୁ, ସମସ୍ତଙ୍କ ନଜର ଆପଣଙ୍କ ଉପରେ ହିଁ ରହିବ।
from Odisha Reporter https://ift.tt/2rjcCXj
No comments:
Post a Comment