ସାବଧାନ୍! ‘ହ୍ୟାଣ୍ଡ୍‌ ୱାଶ୍‌’ର ମାତ୍ରାଧିକ ବ୍ୟବହାର ହୋଇପାରେ କ୍ଷତିକାରକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ସାବଧାନ୍! ‘ହ୍ୟାଣ୍ଡ୍‌ ୱାଶ୍‌’ର ମାତ୍ରାଧିକ ବ୍ୟବହାର ହୋଇପାରେ କ୍ଷତିକାରକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ପ୍ରାୟ ସମସ୍ତେ ହାତ ଧୋଇବା ପାଇଁ ‘ହ୍ୟାଣ୍ଡ୍‌ ୱାଶ୍‌’ ବ୍ୟବହାର କରୁଛନ୍ତି। ଏପରିକି ଖାଇବା ପୂର୍ବରୁ ହାତକୁ ନିହାତି ‘ହ୍ୟାଣ୍ଡ୍‌ ୱାଶ୍‌’ରେ ଧୋଇବାକୁ ଅନେକ ପରାମର୍ଶ ବି ଦିଅନ୍ତି। ହେଲେ ଆପଣ ଜାଣିବା ଆବଶ୍ୟକ, ହାତ ସଫା ପାଇଁ ଅଧିକ ମାତ୍ରାରେ ‘ହ୍ୟାଣ୍ଡ୍‌ ୱାଶ୍‌’ର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ।

ଆସନ୍ତୁ ଜାଣିବା ଏହାର କାରଣ

୧. ‘ହ୍ୟାଣ୍ଡ୍‌ ୱାଶ୍‌’ରେ ସାଧାରଣତଃ ଟ୍ରାଇକ୍ଲୋସାନ୍‌ କେମିକାଲ୍‌ ରହିଥାଏ। ଏହି କେମିକାଲ୍‌ ହିଁ ହାତର ଚର୍ମକୁ ଶୁଷ୍କ କରି ଦିଏ। ଏହାଦ୍ୱାରା ବିଭିନ୍ନ ପ୍ରକାରର ରୋଗ ମଧ୍ୟ ସୃଷ୍ଟି ହୁଏ।

୨. ଅଧିକାଂଶ ସମୟରେ ଛୋଟ ପିଲାମାନେ ‘ହ୍ୟାଣ୍ଡ୍‌ ୱାଶ୍‌’ ବ୍ୟବହାର କରିବା ପରେ ହାତକୁ ଭଲଭାବେ ନ ଧୋଇ ଖାଇବା ପାଇଁ ବସିଯା’ନ୍ତି। ଆଉ ଏପରି କରିବା ଦ୍ୱାରା ହାତରେ ଲାଗି ରହିଥିବା କେମିକାଲ୍‌ ଖାଦ୍ୟ ସହ ପିଲାଙ୍କ ଶରୀର ଭିତରକୁ ଚାଲିଯାଇଥାଏ।

୩. ‘ହ୍ୟାଣ୍ଡ୍‌ ୱାଶ୍‌’ରେ ଆଲକହଲ୍‌ର ମାତ୍ରା ମଧ୍ୟ ରହିଥାଏ। ଏଣୁ ଏହା ଶରୀରକୁ ଗଲେ, ହୃଦ୍‌ରୋଗୀ, ଶ୍ୱାସରୋଗୀ ଓ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

୪. ‘ହ୍ୟାଣ୍ଡ୍‌ ୱାଶ୍‌’ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧ କ୍ଷମତା ହ୍ରାସ ପାଇଥାଏ।

୫. ‘ହ୍ୟାଣ୍ଡ୍‌ ୱାଶ୍‌’ର ଅତ୍ୟଧିକ ବ୍ୟବହାର ଆମ ଚମଡ଼ାକୁ ପତଳା କରିଦିଏ। କେବଳ ଏତିକି ନୁହେଁ, ଏହା ଶରୀରରେ ରକ୍ତ ସଂଚାଳନକୁ ମଧ୍ୟ ପ୍ରଭାବିତ କରିଥାଏ।  ତେଣୁ ‘ହ୍ୟାଣ୍ଡ୍‌ ୱାଶ୍‌’ ଯେତେ କମ୍‌ ବ୍ୟବହାର କରିବେ, ସ୍ୱାସ୍ଥ୍ୟ ପାଇଁ ସେତେ ଭଲ।



from Odisha Reporter https://ift.tt/2Q0EE8t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages