ଓଡ଼ିଆରେ ଭାଷଣ ଦେଲେ ଶାହାରୁ‌ଖ, ହକି ସହ ପିଲା ଦିନର ସ୍ମୁତି ବଖାଣିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଓଡ଼ିଆରେ ଭାଷଣ ଦେଲେ ଶାହାରୁ‌ଖ, ହକି ସହ ପିଲା ଦିନର ସ୍ମୁତି ବଖାଣିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଖଚାଖଚ୍‌ ଦର୍ଶକ ଓ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍ ୨୦୧୮। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମୟରେ ଆୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍‌ ଉଦ୍‌ଘାଟନୀ ଘୋଷଣା କରିଥିଲେ। ଏହି ମେଗା ଉତ୍ସବରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ସଂଗୀତ ପରିବେଷଣ କରିଥିଲେ । 

ଏହି ଅବସରରେ କିଙ୍ଗ୍‌ ଖାନ୍ ଶାହାରୁଖ ଓଡ଼ିଆରେ ଭାଷଣ ଦେବା ସହ ହକି ସହିତ ନିଜ ପିଲା ଦିନର ସ୍ମୁତି ବଖାଣିଥିଲେ। ୨୦୦୭ ‘ଚକଦେ ଇଣ୍ଡିଆ’ ସିନେମାରେ ନିଜର ଅଭିନୟକୁ ପ୍ରକାଶ କରିବା ବେଳେ ଭାବିବିହୂଳ ହୋଇ ପଡ଼ିଥିଲେ। ଶାହାରୁଖ କହିଥିଲେ ଯେ, “ମୁଁ ମୋ ସ୍କୁଲ ଏବଂ କଲେଜ ବେଳେ ଅଳ୍ପ ବେଶୀ ହକି ଖେଳୁଥିଲି। ମୋର ବାପା ଜଣେ ହକି ଖେଳାଳି ଥିଲେ।

ମୁଁ ୮ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଥିଲି। ୧୮ବର୍ଷ ବୟସରେ ସ୍କୁଲ ହକି ଟିମ୍‌ରେ କ୍ୟାପଟନ୍‌ ହୋଇଥିଲି। ମୁଁ ସାଧାରଣତଃ ସେଣ୍ଟର ଫରୱାର୍ଡ଼ରେ ଖେଳେ। ମୋ ଡାହାଣର ବୀପରିତ ଦିଗରେ ଗୋଲ କିପର ହିଁ ରୁହେ।” ସେ କହିଥିଲେ ଯେ, ହକି ବିଶ୍ୱ କପ୍‌ ହେଉଛି ସବୁ ଖେଳ ମଧ୍ୟରେ ସ୍ୱତନ୍ତ୍ର।

ଏହା ଶରୀରକୁ ଷ୍ଟାମିନା ଓ ବଳ ଯୋଗାଏ ବୋଲି ଶାହାରୁଖ କହିଛନ୍ତି। ଗତ ଅକ୍ଟୋବର ମାସରେ ଭାରତୀୟ ହକି ଖେଳାଳି ମନ୍‌ପ୍ରୀତ୍‌ ସିଂ ତାଙ୍କୁ ଟ୍ୱିଟ୍‌ କରି ନିବେଦନ କରିଥିଲେ। ସେ କହିଥିଲେ ହକି ବିଶ୍ୱକପ୍‌ରେ ସେ ନିଜକୁ ଶାହାରୁଖ୍‌ଙ୍କ ସହ ଦେଖିବାକୁ ଚାହାନ୍ତି।

ଏହି ଅବସରେ ଶାହାରୁଖ୍‌ ଓଡ଼ିଆରେ ଭାଷଣ ଦେଇଥିଲେ। ଦର୍ଶକମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ‘ଆପଣମାନେ ମତେ ସୁଯୋଗ ଦେଇଥିବାରୁ ଧନ୍ୟବାଦ୍‌।” ‌ଏହି ଅବସରରେ ସେ ଶାହାରୁଖ ୧୬ଟି ଦେଶର ହକି କ୍ୟାପ୍‌ଟନ୍‌ଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ।



from Odisha Reporter https://ift.tt/2E08Muk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages