ହକି ନାଁରେ ଭାବମୂର୍ତ୍ତିରେ ଲାଗିଥିବା ଦାଗ ପୋଛିବାକୁ ଉଡ଼ୁଛି କୋଟିକୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ହକି ନାଁରେ ଭାବମୂର୍ତ୍ତିରେ ଲାଗିଥିବା ଦାଗ ପୋଛିବାକୁ ଉଡ଼ୁଛି କୋଟିକୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଳାପୁଳା ଦୁର୍ନୀତି ଓ ଅନିୟମିତତାର ଚର୍ଚ୍ଚାକୁ ଏଡ଼ାଇବା ପାଇଁ ନବୀନ ପଟ୍ଟନାୟକ ସରକାର କୁଆଡ଼େ ଏକ ବଢ଼ିଆ ବିଜନେସ ପ୍ଲାନ୍ ପାଇଛନ୍ତି।ବିଶ୍ୱକପ୍ ହକି ମ୍ୟାଚକୁ ଆଳ କରି ସାରା ରାଜ୍ୟରେ ଲୋକଙ୍କ ମନରେ ମାସକ ପର୍ଯ୍ୟନ୍ତ ଖେଳର ଉତ୍ସାହ ସୃଷ୍ଟି କରି ବିଜେଡି ସରକାର ନିଜ ବିରୋଧରେ ଥିବା ସମସ୍ତ ଦୁର୍ନୀତି ଓ ଆକ୍ରୋଶକୁ ପୋଛିବା ପାଇଁ କୁଆଡ଼େ ଏଭଳି ଜବରଦସ୍ତ ପ୍ଲାନ୍ କରିଛନ୍ତି, ଯାହା ସାଧାରଣ ନିର୍ବାଚନରେ ଅଧିକ ଫାଇଦା ଦେବ ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସରକାରଙ୍କ ବିରୋଧରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମନରେ ବଢ଼ୁଥିବା ଆକ୍ରୋଶ, ଚାରିଆଡ଼େ ପିସି କାରବାର ଓ ଦୁର୍ନୀତି, ଗଣଦୁଷ୍କର୍ମ, ମରୁଡ଼ି ଓ ଚାଷୀ ସମସ୍ୟା ଉପରୁ ନଜର ହଟାଇବା ପାଇଁ ବିଶ୍ୱକପ୍ ହକିକୁ କୁଆଡ଼େ ରାଜ୍ୟ ସରକାର ଏବେ ମୁଖ୍ୟ ଅସ୍ତ୍ର ଭାବେ ପ୍ରୟୋଗ କରିଛନ୍ତି। ଏହି ଖେଳ କୁଆଡ଼େ ନବୀନ ପଟ୍ଟନାୟକ ସରକାରର ଭାବମୂର୍ତ୍ତିକୁ ଜାତୀୟ-ଆନ୍ତର୍ଜାତୀୟସ୍ତରରେ ସଜାଡ଼ିବା ସହ ରାଜ୍ୟବାସୀଙ୍କ ମନରେ ସରକାର ବିରୋଧରେ ବଢ଼ୁଥିବା ଆକ୍ରୋଶକୁ ଚାପିଦେବାରେ ସଫଳ ହେବ ବୋଲି ମୁଖିଆଙ୍କ ମୁଣ୍ଡମାନେ ଚିନ୍ତା କରିଛନ୍ତି।

ଚର୍ଚ୍ଚା ହେଉଛି , ବିଶ୍ୱକପ୍ ହକି ଇତିହାସରେ ଏଭଳି ଭବ୍ୟ ଆୟୋଜନ କୁଆଡ଼େ କେବେ ହୋଇନଥିଲା ଯାହା ଏବେ ଓଡ଼ିଶାରେ ହେଉଛି। କୋଟିକୋଟି ଟଙ୍କା ଖର୍ଚ୍ଚ କରି ଦୁଇଟି ସ୍ଥାନରେ ଉଦଘାଟନ ଉତ୍ସବ ଓ ୧୬ତାରିଖ ପର୍ଯ୍ୟନ୍ତ ହକିର ଫିଭର ଜାରି ରଖିବାକୁ କୁଆଡ଼େ ରାଜଧାନୀରେ ବଲିଉଡର ନାମୀଦାମୀ ତାରକାକୁ ଆଣି ଭୁବନେଶ୍ୱର ଫେଷ୍ଟ୍ ଓ ଗାଁ ଗହଳିରେ ଏଲଇଡିରେ ମ୍ୟାଚର ସିଧା ପ୍ରସାରଣ କରାଯିବ।

ହକି ଖେଳ ପ୍ରତି ସାଧାରଣ ଲୋକଙ୍କ କ୍ରେଜ ନଥିବାରୁ ମନୋରଞ୍ଜନ କାର୍ଯ୍ୟକ୍ରମ ଜରିଆରେ ବିଶ୍ୱକପ ଫିଭର ଜାରି ରଖିବାକୁ ଚିନ୍ତା କରାଯାଇଛି। ଶୁଣିବାକୁ ମିଳୁଛି, କେବଳ କଟକ ଓ ଭୁବନେଶ୍ୱରରେ ୨ଦିନର ଉଦଘାଟନୀ ସମାରୋହରେ ସରକାର କୁଆଡ଼େ ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ, ଏଆର ରେହମାନ, ସଲମାନ ଖାନ, ପ୍ରଭାସ ଓ ଅନ୍ୟ ଓଡ଼ିଆ ତାରକାଙ୍କ ସମେତ ସାଂସ୍କୃତିକ ବ୍ୟାଣ୍ଡର ପାରିଶ୍ରମିକ ତଥା ଅନ୍ୟାନ୍ୟ ସାଜସଜ୍ଜା ବାବଦରେ ପ୍ରାୟ ୫୦କୋଟି ଟଙ୍କା ଖର୍ଚ୍ଚ କରିବେ।

ଭୁବନେଶ୍ୱର ଫେଷ୍ଟ ନାଁରେ ବଲିଉଡର ନାମୀଦାମୀ ଗାୟକ ଓ ସଂଗୀତ ନିର୍ଦ୍ଦେଶକ ଯଥା ବିଶାଲ-ଶେଖର, ସୋନା ମହାପାତ୍ର, ଫରହାନ ଅଖତର, ଶାନ୍, ଶ୍ରେୟା ଘୋଷାଲ, ଶଙ୍କର ଏହସାନ ଲୟଙ୍କ ବ୍ୟାଣ୍ଡ ଆମନ୍ତ୍ରିତ ହୋଇଛନ୍ତି। ଏହିସବୁ ଟ୍ରୁପ ଡିସେମ୍ବର ୧ରୁ ୧୬ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ କୁଆଡ଼େ ଶୋ’ କରିବେ ଓ ଏମାନଙ୍କ ପାରିଶ୍ରମିକ ବାବଦରେ ରାତିକ ପିଛା ପ୍ରାୟ ୧ରୁ ୨କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ମ୍ୟାଚ ଚାଲିଥିବା ପର୍ଯ୍ୟନ୍ତ ରାଜ୍ୟର ଗଣମାଧ୍ୟମରେ ଏହାର କ୍ରେଜ୍ ବଜାୟ ରଖିବାକୁ ବି ଅତିରିକ୍ତ ପାଣ୍ଠିର ବ୍ୟବସ୍ଥା ହୋଇଛି।

ଚର୍ଚ୍ଚା ହେଉଛି, ରାଜ୍ୟର ପଶ୍ଚିମ ଭାଗରେ ପ୍ରଶାସନର ଅବହେଳା ପ୍ରତିବାଦରେ ଏବେ ଆନ୍ଦୋଳନ ଓ ବନ୍ଦ ଡାକରା ଦିଆଯାଇଥିବାବେଳେ ପୂର୍ବ ଭାଗରେ ସରକାର ଉତ୍ସବର ମାହୋଲ୍ ତିଆରି କରିବାରେ ଲାଗିଛନ୍ତି। ବିଶ୍ୱକପ୍ ହକି ପାଇଁ ଏ ସରକାର ଯେଉଁ ଢଙ୍ଗରେ ଅର୍ଥ ଖର୍ଚ୍ଚ କରୁଛି, ସତେ ଯେମିତି ଓଡ଼ିଶାରେ ଦାରିଦ୍ର‌୍ୟ ବୋଲି କିଛି ନାହିଁ। ବିଜେଡିର ଦୀର୍ଘ ୧୯ବର୍ଷର ଶାସନ ସତ୍ୱେ ୪୦ପ୍ରତିଶତରୁ ଅଧିକ ଲୋକ ଖାଦ୍ୟ,ବସ୍ତ୍ର ଓ ବାସଗୃହ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଥିଲାବେଳେ ସରକାରଙ୍କ ଏହି ସେଲିବ୍ରେସନ୍ କେବଳ ନକାରାତ୍ମକ ପରିବେଶ ଓ ଚର୍ଚ୍ଚାକୁ ମୁକାବିଲା କରିବା ପାଇଁ ହାତଖୋଲା ପାଣ୍ଠି ଖର୍ଚ୍ଚ ଚାଲିଛି ବୋଲି ଶୁଣିବାକୁ ମିଳୁଛି।

ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରେ ଯେଭଳି ବଡ଼ଧରଣର ଦୁର୍ନୀତି ହୋଇଥିଲା ବିଶ୍ୱକପ୍ ହକି ମ୍ୟାଚରେ ଏବେଠୁ ସେଭଳି ଦୁର୍ନୀତିର ଗନ୍ଧ ଜଣାପଡ଼ିଲାଣି ବୋଲି ଚର୍ଚ୍ଚା। ଦେଖାଯାଉ ନିର୍ବାଚନର ପ୍ରଚାରକୁ ଯିବାବେଳେ ନବୀନ ସରକାର ଏହି ଦୁର୍ନୀତିର ଗନ୍ଧକୁ ଚାପିବାକୁ ଆଉ କ’ଣ ବ୍ରହ୍ମାସ୍ତ୍ର ରଖିଛି?

 



from Odisha Reporter https://ift.tt/2P2yteZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages