ବାହାଘରର ୨ ଘଣ୍ଟା ପରେ ବର ଓ କନ୍ୟାଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ବାହାଘରର ୨ ଘଣ୍ଟା ପରେ ବର ଓ କନ୍ୟାଙ୍କ ମୃତ୍ୟୁ

marriage

ୱାଶିଂଟନ୍: ସଂସାର ଗଢ଼ିବା ପୂର୍ବରୁ ଆଖି ବୁଜିଲେ ବର ଓ କନ୍ୟା। ଏହି ଦୁଃଖଦ ଘଟଣା ଘଟିଛି ଆମରିକାର ଟେକସାସ୍‌ ସହରରେ। ବାହାଘରର ଦୁଇ ଘଣ୍ଟା ପରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ବର ଓ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ବିଲ୍‌ ବିଲର ଓ ତାଙ୍କ ସ୍ତ୍ରୀ ବେଲୀ ଏକରମେନ୍ ଡ୍ରିମ୍‌। ବାହାଘର ସରିବା ପରେ ସେମାନେ ଘରକୁ ଫେରୁଥିଲେ।couple

ସୂଚନା ଅନୁସାରେ, ଗତ ଶନିବାର ଦିନ ଏହି ଦୁର୍ଘଟଣା ଘଟିଛି। ଏହି ବାହାଘରରେ ସାମିଲ ହୋଇଥିବା ଏରିକ୍‌ ସ୍ମିଥ୍‌ ନାମକ ଜଣେ ଅତିଥି ଏହି ଘଟଣା ସମ୍ପର୍କରେ ଫେସ୍‌ବୁକ୍‌ରେ ସୂଚନା ଦେଇଛନ୍ତି। ବାହାଘର ସରିବା ପରେ ବର ଓ କନ୍ୟାଙ୍କୁ ତାଙ୍କ ବନ୍ଧୁମାନେ ହସି ହସି  ହେଲିକପ୍ଟରରେ ବିଦାୟ ଦେଇଥିଲେ। ହେଲେ ବିଦାୟର କିଛି ମସୟ ପରେ ହେଲିକପ୍ଟରଟି ଏକ ପାହାଡ଼ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପାଇଲଟ୍‌ଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏନେଇ ସ୍ମିଥ୍‌ କହିଛନ୍ତି,“ ବର-କନ୍ୟାଙ୍କ ସହ କିଛି ବନ୍ଧୁ ଓ ତାଙ୍କ ପରିବାର ଲୋକ ମଧ୍ୟ ଏହି ହେଲିକପ୍ଟରରେ ଥିଲେ।

ତେବେ ଘଟଣାସ୍ଥଳରୁ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି। ଏହି ଘଟଣାକୁ ନେଇ କନ୍ୟାଙ୍କ ବନ୍ଧୁ ଦୁଃଖ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2DpptiE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages