ଟିଆର୍‌ଏସ୍‌ ନେତାଙ୍କୁ ପଥରରେ ଛେଚି ହତ୍ୟା, ହାଇଦ୍ରାବାଦରେ ବ୍ୟାପକ ହିଂସାକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଟିଆର୍‌ଏସ୍‌ ନେତାଙ୍କୁ ପଥରରେ ଛେଚି ହତ୍ୟା, ହାଇଦ୍ରାବାଦରେ ବ୍ୟାପକ ହିଂସାକାଣ୍ଡ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ହାଇଦ୍ରାବାଦ୍‌ରେ ବ୍ୟାପକ ହିଂସାକାଣ୍ଡ ଘଟିଛି। କେ ଚନ୍ଦ୍ର ଶେଖର ରାଓଙ୍କ ଟିଆର୍‌ଏସ୍‌ ଦଳର ଜଣେ ନେତାଙ୍କୁ ପଥରରେ ଛେଚି ହତ୍ୟା କରାଯିବା ପରେ ଏହି ହିଂସାକାଣ୍ଡ ବ୍ୟାପକ ରୂପ ନେଇଛି। ଟିଆରଏସ୍‌ର ଶହଶହ କର୍ମୀଙ୍କ ଆକ୍ରମଣରେ ୨ ଜଣ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଛନ୍ତି।

ହାଇଦ୍ରାବାଦର ପାରିଗି ନିକଟସ୍ଥ ଭିକାରାବାଦଠାରେ ଟିଆର୍‌ଏସ୍‌ ନେତା ପି ନାରାୟଣ ରେଡ୍ଡି ଯାଉଥିବା ବେଳେ ତାଙ୍କ କିଛି କଂଗ୍ରେସ କର୍ମୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାପୂର୍ବରୁ ରେଡ୍ଡିଙ୍କ କିଛି ସମର୍ଥକ ତାଙ୍କ ସହ ଝଗଡ଼ା କରି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଟଙ୍କା ନେଣଦେଣକୁ କେନ୍ଦ୍ର କରି ଏହି ଝଗଡ଼ା ହୋଇଥିଲା ବୋଲି କୁହାଯାଉଛି। ନେତାଙ୍କ ଉପରେ ରାଗ ସୁଝାଇବାକୁ ଯାଇ ରେଡ୍ଡିଙ୍କ ସେହି ପୂର୍ବତନ ସମର୍ଥକମାନେ କଂଗ୍ରେସ କର୍ମୀଙ୍କ ସହ ମିଶି ପଥରରେ ଛେଚି ତାଙ୍କୁ ହତ୍ୟା କରିଥିବା କୁହାଯାଉଛି।

ଏହି ଘଟଣା ପରେ ଟିଆର୍‌ଏସ୍‌ର ସମର୍ଥକମାନେ କଂଗ୍ରେସ କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାର ଖବର ଆସୁଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ହାଇଦ୍ରାବାଦରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୭ରେ ଏଠାରେ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ।



from Odisha Reporter https://ift.tt/2F9ijR9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages