ନୂଆ ଘର କିଣିଲେ ଦୀପିକା-ରଣଭୀର୍‌, ଜାଣନ୍ତୁ ଦାମ୍‌ କେତେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ନୂଆ ଘର କିଣିଲେ ଦୀପିକା-ରଣଭୀର୍‌, ଜାଣନ୍ତୁ ଦାମ୍‌ କେତେ?

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ର ଚର୍ଚ୍ଚିତ ନବବିବାହିତ ଯୋଡ଼ି ଦୀପିକା ପାଦୁକୋନ୍‌ ଓ ରଣଭୀର୍‌ କପୁର୍‌ ମୁମ୍ବାଇରେ ଏକ ନୂଆ ଫ୍ଲାଟ୍‌ କିଣିଛନ୍ତି।

ବିଶ୍ୱର ଅନ୍ୟତମ ରମଣୀୟ ସ୍ଥାନ ଇଟାଲୀର ଲେକ୍‌ କୋମୋରେ ଦୁଇ ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ‘ଦୀପ୍‌ଭୀର୍‌’ ସେଠାରୁ ଏଯାଏ ଫେରିନାହାନ୍ତି। ରିପୋର୍ଟ ମୁତାବକ, ସେମାନେ ନଭେମ୍ବର ୧୮ ଅର୍ଥାତ୍‌ ରବିବାର ଭାରତ ପହଞ୍ଚିବେ।

ସୂଚନା ଅନୁସାରେ, ‘ଦୀପ୍‌ଭୀର୍‌’ଙ୍କ ନୂଆ ଘରର ଦାମ୍‌ ପାଖାପାଖି ୫୦ କୋଟି ଟଙ୍କା।

ତେବେ ଭାରତ ପହଞ୍ଚିବା ମାତ୍ରେ ଏହି ନବଦମ୍ପତି ସେମାନଙ୍କ ନୂଆ ଘରେ ରହିବେ ନାହିଁ। ରିପୋର୍ଟ ଅନୁସାରେ, ଉଭୟେ ଏହି ଘରେ ସେମାନଙ୍କ ବ୍ୟକ୍ତିଗତ ପସନ୍ଦ ଅନୁସାରେ କିଛି  ଇଣ୍ଟରିଅର୍‌ ଡିଜାଇନ୍‌ ଚାହୁଁଛନ୍ତି ଏବଂ ଏହି ଇଣ୍ଟରିଅର୍‌ କାମ ଏବେ ଆରମ୍ଭ ହୋଇଛି। ତେଣୁ ନୂଆ ଘରର ସବୁ କାମ ଶେଷ ହେବା ଯାଏ ଉଭୟେ ରଣଭୀର୍‌ଙ୍କ ଘରେ ରହିବେ।



from Odisha Reporter https://ift.tt/2Q1sThu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages