ଅଁଳା ନବମୀରେ କରନ୍ତୁ ଏହି ସବୁ ଉପାୟ: ହୋଇଯିବେ ମାଲାମାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଅଁଳା ନବମୀରେ କରନ୍ତୁ ଏହି ସବୁ ଉପାୟ: ହୋଇଯିବେ ମାଲାମାଲ୍

ଆଜି ହେଉଛି ପବିତ୍ର ଅଁଳା ନବମୀ। କାର୍ତ୍ତିକମାସର ପବିତ୍ର ତିଥିଟିଏ। ଏହାକୁ ଅକ୍ଷୟ ନବମୀ ମଧ୍ୟ ତୁହାଯାଏ।  ବିଶ୍ୱାସ ରହିଛି ଯେ, ଏହି ଦିନ ଆମେ ଯେଉଁ ପୂଣ୍ୟ ଅର୍ଜନ କରିଥାଉ ତାହା କେବେ କ୍ଷୟ ହୁଏ ନାହିଁ । ଏହି ପୂଣ୍ୟ ଫଳ ଆମ ସହ ଜନ୍ମ ଜନ୍ମାନ୍ତର ଯାଏ ରୁହେ। ହେଲେ ଏହି ପୂଣ୍ୟଫଳ ପାଇଁ ଆମକୁ କିଛି ଉପାୟ କରିବାକୁ ହେବ। ଆସନ୍ତୁ ଜାଣିବା ସେହି ଉପାୟଗୁଡ଼ିକ ବିଷୟରେ।

ଆଜି ଅଁଳା ଗଛର ପୂଜା କରନ୍ତୁ-  ବିଶ୍ୱାସ ରହିଛି ଯେ ଆଜି ହିଁ ଅଁଳା ଗଛର ଉତ୍ପତ୍ତି ହୋଇଥିଲା। ଅଁଳା ଗଛକୁ ଭଗବାନ ବିଷ୍ଣୁ ଓ ଶିବଙ୍କର ପ୍ରତୀକ ବୋଲି କୁହାଯାଏ।  ଏହା ବ୍ୟତୀତ ଏହି ଗଛରେ ମାଆ ଲକ୍ଷ୍ମୀଙ୍କର ମଧ୍ୟ ବାସ ରହିଥାଏ। ତେଣୁ ଅକ୍ଷୟ ଫଳ ପ୍ରାପ୍ତି ଲାଗି ଆଜି ଅଁଳା ଗଛକୁ ପୂଜା କଲେ ଧନଲାଭ ମଧ୍ୟ ହୋଇଥାଏ।

ଅଁଳା ଗଛ ତଳେ ଖାଦ୍ୟ ରୋଷେଇ କରନ୍ତୁ-  ଅଁଳା ଗଛ ମୂଳେ ରୋଷେଇ କରିବା ପରେ ସହପରିବାର ଏକାଠି ବସି ଖାଆନ୍ତୁ। ଏହାଦ୍ୱାରା ଅକ୍ଷୟ ‍ଫଳ ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ। ଯଦି ଖାଇବା ସମୟରେ ଆପଣଙ୍କ ଉପରେ ଅଁଳା ପତ୍ର ଖସିପଡ଼େ ତେବେ ଏହାକୁ ହରିହରଙ୍କ ଆଶୀର୍ବାଦ ବୋଲି ଜାଣନ୍ତୁ।

ଅଁଳା ଭୋଗ ଲଗାନ୍ତୁ-  କୁହାଯାଏ ଯେ ବ୍ରହ୍ମା ଯେତେବେଳେ ସୃଷ୍ଟିର ରଚନା କରୁଥିଲେ ସେତେବେଳେ ତାଙ୍କ ଆଶ୍ରୁ ବୁନ୍ଦାରୁ ଅଁଳା ଗଛର ଉତ୍ପତ୍ତି ହୋଇଥୁଲା। ତେଣୁ ଅଁଳାକୁ ପୃଥିବୀର ପ୍ରଥମ ଫଳ ଭାବେ ଗ୍ରହଣ କରାଯାଏ। ଆଜି ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସମୟରେ ତାଙ୍କ ନିକଟରେ ଅଁଳା ଭୋଗ ଲଗାନ୍ତୁ।

ଅଁଳା ସେବନ କରନ୍ତୁ- ଭଗବାନଙ୍କୁ ଭୋଗ ଲଗାଇବା ସହ ନିଜେ ମଧ୍ୟ ଆଜି ଅଁଳା ସେବନ କରନ୍ତୁ। ଏହା ଦ୍ୱାରା ହରିହରଙ୍କ କଲ୍ୟାଣ ଓ ଅକ୍ଷୟ ପୂଣ୍ୟ ଫଳ ପ୍ରାପ୍ତ କରିବେ।

ଦାନ କରନ୍ତୁ- ଅକ୍ଷୟ ନବମୀ ଦିନ ଦାନ ଧର୍ମ ଦୁଇଗୁଣା ଅଧିକ ବଢ଼ିଯାଏ। ତେଣୁ ଏହି ଦିନ ଦାନ ଓ ବ୍ରାହ୍ମଣଙ୍କୁ ଭୋଜନ କରାଇବା ଦ୍ୱାରା ସୁଖ, ଶାନ୍ତି, ସମୃଦ୍ଧି, ଧନ ସହ ଅକ୍ଷୟ ବର ପ୍ରାପ୍ତ ହୋଇଥାଏ।

ନୂଆ ଜିନିଷ କିଣନ୍ତୁ- ଅଁଳାନବମୀରେ ନୂଆ ଜିନିଷ କିଣିଲେ ଶୁଭ ଫଳ ମିଳେ। ଏହିଦିନ ସୁନା, ରୂପା, ଅଳଙ୍କାର କିମ୍ବା ଜମିବାଡ଼ି କିଣିଲେ ଲଗାତାର ଭାବେ ଭୌତିକ ଜିନିଷ ବୃଦ୍ଧି ହୋଇଥାଏ। ଏହା ବ୍ୟତୀତ ଧନବୃଦ୍ଧି ମଧ୍ୟ ହୋଇଥାଏ।



from Odisha Reporter https://ift.tt/2QOGsOo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages