ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି: ଲୁଲୁ ମହାପାତ୍ର ଥିଲେ ଜଣେ ନିର୍ଭୀକ ଓ ଦୃଢମନା ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି: ଲୁଲୁ ମହାପାତ୍ର ଥିଲେ ଜଣେ ନିର୍ଭୀକ ଓ ଦୃଢମନା ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପୂର୍ବତନ ବିଧାୟକ ତଥା ଓଡ଼ିଶା ପିସିସି ପୂର୍ବତନ କାର୍ଯ୍ୟକାରୀ ସଭାପତି ଦିବଂଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଆଜି ଭୁବନେଶ୍ୱରର ରୋଟାରୀ ଭବନରେ ପାଳିତ ହୋଇଯାଇଛି।

ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। ସେ କହିଥିଲେ, ଲୁଲୁ ବାବୁ ଜଣେ ନିର୍ଭୀକ, ଦୃଢ଼ମନା ନେତା ଥିଲେ। ରାଜନୀତିରେ ସତ୍ୟରୁ ସେ କେବେ ବିଚ୍ୟୁତ ହେଉନଥିଲେ। କଂଗ୍ରେସ କିପରି ଅଧିକ ସଂଗଠିତ ଓ ଜନପ୍ରିୟ ହୋଇପାରିବ, ସେ ସବୁବେଳେ ସେଥିପାଇଁ ଉଦ୍ୟମ ଜାରି ରଖିଥିଲେ। ଆଜିର ଯୁବ ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ସ୍ମୃତି କମିଟିର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅନନ୍ତ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସୁମିତ୍ରା ଜେନା, ଗୁରୁପଦ ନନ୍ଦ ପ୍ରମୁଖ ଯୋଗ ଦେଇ ତାଙ୍କର ସତ୍ୟବାଦୀତା ଓ ନିର୍ଭୀକତା ଯୁବବର୍ଗଙ୍କୁ ଆକୃଷ୍ଟ କରୁଥିଲା ବୋଲି ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମାନସ ଆଚାର୍ଯ୍ୟ, ଦୀପକ ସାହୁ, ଆଲୋକ ମହାନ୍ତି, ଶ୍ରୀନିବାସ ରାଉତରାୟ, ସରୋଜ ପରିଡ଼ା, ଦୀପକ ମହାପାତ୍ର, ଗୌରୀପ୍ରସାଦ ନନ୍ଦ, କିରଣ ସାହୁ, ରଜତ ଚୌଧୁରୀ, ମନୋଜ ବିଶ୍ୱାଳ, କିଶୋର ଜେନା, ସଞ୍ଜୟ ପଟ୍ଟନାୟକ, ଅଜୟ ସାମଲ, ଅଜୟ ମହାପାତ୍ର, ରଵୀନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2zBDfKu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages