‘ମୁଁ କବାଟ ଖୋଲିବା କ୍ଷଣି ନୱାଜୁଦ୍ଦିନ୍‌ ମତେ ଭିଡ଼ି ନେଲେ’: ନିହାରିକା ଆଣିଲେ ସଙ୍ଗୀନ୍‌ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

‘ମୁଁ କବାଟ ଖୋଲିବା କ୍ଷଣି ନୱାଜୁଦ୍ଦିନ୍‌ ମତେ ଭିଡ଼ି ନେଲେ’: ନିହାରିକା ଆଣିଲେ ସଙ୍ଗୀନ୍‌ ଅଭିଯୋଗ

ମୁମ୍ବାଇ:କାମ ଦେବା ବାହାନା ହେଉକି ସମ୍ପର୍କ ନାଁରେ ହେଉ ଅସଦଚାରଣ  ଓ ଯୌନ ଶୋଷଣ କାରନାମାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ଏହି ଅଭିଯୋଗ ବଲିଉଡ୍‌ରେ ବେଶୀ ଦେଖିବାକୁ ମିଳୁଛି। ଆଉ ଏହାର ଶ୍ରେୟ ଯାଉଛି ‘ମିଠୁ’ ଅଭିଯାନ୍‌କୁ। ଏହି ଅଭିଯାନ୍‌ ଅନେକଙ୍କ ମୁଖା ଖୋଲି ଦେଇଛି।

ଏବେ ନୱାଜୁଦ୍ଦିନ୍‌ ସିଦ୍ଦିକି ନାମରେ ଏମିତି ସଙ୍ଗୀନ୍‌ ଅଭିଯୋଗ। ଅଭିନେତ୍ରୀ ନିହାରିକା ସିଂହ ଏହି ‘ମି-ଟୁ’ କାହାଣୀ ସେୟାର କରିଛନ୍ତି। ନିହାରିକା ନିଜ ଏକ୍ସ ବୟପ୍ରେଣ୍ଡ୍‌ ନୱାଜୁଦ୍ଦିନ୍‌ ସିଦ୍ଦିକି, ନିର୍ମାତା ଭୂଷଣ କୁମାର ଓ ସାଜିଦ୍‌ଖାନ୍‌ଙ୍କ ନାଁରେ  ଅଭିଯୋଗ ଆଣିଛନ୍ତି। ଏ ବିଷୟରେ ସାମ୍ବାଦିକା ସନ୍ଧ୍ୟା ମେନନ୍‌ ଟ୍ୱିଟ୍‌ କରି ନିହାରିକାଙ୍କ ଷ୍ଟୋରୀ ସେୟାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ନିହାରିକା ଓ ନୱାଜୁଦ୍ଦିନ୍‌ ଦୁହେଁ ଫିଲ୍ମ ‘ମିସ୍ ଲଭ୍‌ଲୀ’ର ସେଟ୍‌ରେ ଏକାଠି ଭେଟ ହୋଇ ଥିଲେ। ତେବେ ନିହାରିକା ଯେଉଁଠି ରହୁଥିଲେ ତାଙ୍କ ଘର ପାଖରେ ନୱାଜ୍‌ ରହୁଥିଲେ। ତେଣୁ ସେ ନୱାଜ୍‌ଙ୍କୁ ବ୍ରେକ୍‌ଫାଷ୍ଟରେ ଘରକୁ ଡାକିଥିଲେ। ଯେତେବେଳେ ସେ ଗେଟ୍ ଖୋଲିଲେ ନୱାଜ୍‌ ତାଙ୍କୁ ଆଲିଙ୍ଗନ କରିଥିଲେ।  

ହେଲେ ନିହାରିକା ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଯିବାକୁ ଦେଇ ନଥିଲେ। କିନ୍ତୁ ପରେ ବହୁ କଷ୍ଟରେ ତାଙ୍କଠାରୁ ମୁକୁଳି ଥିଲେ। ଏହି ସମୟରେ ନୱାଜ କହିଥିଲେ ଏହାତାଙ୍କର ସ୍ୱପ୍ନ ଯେ ସେ ଜଣେ ମିସ୍ ଇଣ୍ଡିଆକୁ ନିଜ ପତ୍ନୀ କରିବେ।

ପରେ ନିହାରିକାଙ୍କୁ ଜଣା ପଡ଼ିଲା ତାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଅଛି। ତାପରେ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ସେହିପରି ନୱାଜଉଦ୍ଦିନ୍‌ଙ୍କ ଛଡ଼ା ଭୂଷଣ କୁମାର ଓ ସାଜିଦ୍‌ ଖାନ୍‌ଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ନିହାରିକା।



from Odisha Reporter https://ift.tt/2PKAXDd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages