
ପଠାନକୋଟ୍: ପଞ୍ଜାବର ପଠାନ୍କୋଟ୍ରେ ଆତଙ୍କବାଦୀ ଆକ୍ରମଣ ନେଇ ପୁଣି ଥରେ ଭୟ ସୃଷ୍ଟି ହୋଇଛି। ନିକଟରେ ଜମ୍ମୁ-କଶ୍ମୀରରୁ କାର ଅପହରଣ କରିଥିବା ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଏବେ ପଞ୍ଜାବର ପଠାନକୋଟ୍ରେ ପ୍ରବେଶ କରିଥିବାର ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି।
କାରଣ ଗତକାଲି ସନ୍ଧ୍ୟାରେ ପଠାନ୍କୋଟ୍ର ଶାହାଦିପୁର ଗାଁରେ ୬ ଜଣ ସନ୍ଦିଗ୍ଧ ବ୍ୟକ୍ତି କାନ୍ଧରେ ବ୍ୟାଗ ପକାଇ ଆଖୁ କ୍ଷେତରେ ବୁଲୁଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଛନ୍ତି। ଏମାନଙ୍କୁ ଆଖୁ କ୍ଷେତରେ କାମ କରୁଥିବା ଜଣେ ଚାଷୀ ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଗତକାଲିଠାରୁ ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ବେଳେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ, ବିଶେଷ କରି ପଠାନ୍କୋଟ୍ରେ ହାଇଆଲର୍ଟ ଜାରି କରାଯାଇଛି।
ଅନ୍ୟପକ୍ଷରେ ପୁଲିସ୍ ପଠାନକୋଟର ଆଉ ଏକ ଗାଁ ମୁଥି ନିକଟରୁ ଏକ ପରିତ୍ୟକ୍ତ କାର ଜବତ କରିଛି। କାର୍ଟି ଜମ୍ମୁ-କଶ୍ମୀରର ବୋଲି ନମ୍ବର ପ୍ଲେଟରୁ ପୁଲିସ୍ ଜାଣିବାକୁ ପାଇଛି। ନିକଟରେ ୪ ଜଣ ସନ୍ଦିଗ୍ଧ କଶ୍ମୀରରୁ ପଠାନକୋଟ ଆସିବା ପାଇଁ କାର ବୁକ୍ କରିଥିଲେ। ହେଲେ ସେମାନେ ଅଧା ରାସ୍ତାରେ ଡ୍ରାଇଭରଙ୍କୁ ଗାଡ଼ିରୁ ବାହାର କରିଦେଇ କାର ନେଇ ଫେରାର ହୋଇଯାଇଥିଲେ।
ଏହି କାର୍ଟିର ସହ ସେହି ଘଟଣା ସହ କୌଣସି ସମ୍ପର୍କ ଅଛି କି ନାହିଁ, ସେ ବିଷୟରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଏଥିସହ ସମସ୍ତ ଚେକ୍ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
from Odisha Reporter https://ift.tt/2DFdD3g
No comments:
Post a Comment