ନକ୍ସଲଙ୍କ ସମର୍ଥନକୁ ଗ୍ରହଣ କଲାନି ଓକିଲ ସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ନକ୍ସଲଙ୍କ ସମର୍ଥନକୁ ଗ୍ରହଣ କଲାନି ଓକିଲ ସଂଘ

naxal

ବଲାଙ୍ଗିର (ସସ୍ମିତା ସାହୁ): ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଓକିଲମାନେ ଚଳାଇଥିବା ଆନ୍ଦୋଳନକୁ ନକ୍ସଲମାନେ ସମର୍ଥନ କରିଛନ୍ତି। ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ ଓକିଲମାନେ ଦୀର୍ଘଦିନରୁ ଆନ୍ଦୋଳନ ଚଳାଇ ଆସୁଥିଲେ ହେଁ ପ୍ରଥମ ଥର ପାଇଁ ନକ୍ସଲମାନେ ସେମାନଙ୍କୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିଛନ୍ତି। ଏପରିକି ଆସନ୍ତା ୨୯ ତାରିଖରେ ପଶ୍ଚିମ ଓଡ଼ିଶା ମହାବନ୍ଦକୁ ସମର୍ଥନ କରିଛନ୍ତି ଏବଂ ଏହି ଦିନ ଦୋକାନ,ବଜାର ସହିତ ଯାନବାହନ ଚଳାଚଳ ବନ୍ଦ କରି ଓକିଲଙ୍କୁ ସମର୍ଥନ ଜଣାଇବାକୁ ଆହ୍ୱାନ ଦେଇଛନ୍ତି।

ନକ୍ସଲଙ୍କ ବି.ବି.ଏମ୍. ଡିଭିଜନ୍ର ସଚିବ ବସନ୍ତ କୁମାର ଏକ ଅଡିଓ ଟେପ୍ ଜାରି କରି ଏପରି ଆହ୍ୱାନ ଦେଇଛନ୍ତି। ସଂଗଠନ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିକୁ ବି ସମର୍ଥନ କରିଛି।

ଅନ୍ୟପକ୍ଷରେ ମାଓବାଦୀଙ୍କ ସମର୍ଥନକୁ ଓକିଲ ସଂଘ ଗ୍ରହଣ କରିନି। ସେହିପରି କୋଶଳ ଆନ୍ଦୋଳନର ଜଣେ ପ୍ରମୁଖ ନେତା କହିଛନ୍ତି, ସରକାରଙ୍କ ବିଫଳତା ଯୋଗୁ ନକ୍ସଲମାନେ ଏହି ଆନ୍ଦୋଳନ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି।

ବି.ବି.ଏମ୍. ଡିଭିଜନ ଜାରି କରିଥିବା ଅଡିଓ ଟେପ୍ର ସତ୍ୟାସତ୍ୟ ନେଇ ବଲାଙ୍ଗିର ପୁଲିସ୍ ଯାଞ୍ଚ ଆରମ୍ଭ କରିଛି। ଏହା ସହିତ ପୁଲିସ୍ ସଜାଗ ରହିଛି ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

ତେବେ ଜିଲ୍ଲାରେ କୌଣସି ଆନ୍ଦୋଳନକୁ ନକ୍ସଲଙ୍କ ଏପରି ସମର୍ଥନ ଆଦୌ ନୂଆ କଥା ନୁହେଁ। ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦେବା ଦାବିକୁ ସଂଗଠନ ସମର୍ଥନ କରିଛି। କଣ୍ଟାବାଞ୍ଜିରେ ରେଳ ୱାଗନ୍ ଫ୍ୟାକ୍ଟ୍ରି ଦାବିକୁ ବି ସଂଗଠନ ସମର୍ଥନ କରିଛି। କିନ୍ତୁ ଏହାକୁ ନେଇ ଅନେକ ପ୍ରଶ୍ନ ବି ଉଠୁଛି। ବିଭିନ୍ନ ସମୟରେ ହିଂସାକାଣ୍ଡ ଘଟାଉଥିବା ନକ୍ସଲମାନେ ଏମିତି ଅବାଞ୍ଚିତ ଓ ଅଯାଚିତ ସମର୍ଥନ କାହିଁକି ଅଜାଡ଼ି ପକାଉଛନ୍ତି?



from Odisha Reporter https://ift.tt/2QhpY4e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages